ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିଲା। କ୍ୟାବିନେଟ ନିଷ୍ପତ୍ତି କୃଷି ସେକ୍ଟରରେ ପରିବର୍ତ୍ତନ ଆଣିବା ସହ କୃଷକଙ୍କ ଆୟ ବଢ଼ାଇବ ଏବଂ ଦେଶକୁ ପୁଞ୍ଜି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମକୁ କହିଛନ୍ତି। ଏଥିସହିତ କୃଷି ସାମଗ୍ରୀ ବାଣିଜ୍ୟକୁ ଅବାଧ କରିବା ଲାଗି କୃଷି ଉତ୍ପାଦନ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ, ୨୦୨୦ ଏବଂ ମୂଲ୍ୟ ଆଶ୍ୱାସନା ଉପରେ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତିନାମା ଓ କୃଷି ସେବା ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହା ‘ଏକ ରାଷ୍ଟ୍ର, ଏକ କୃଷି ବଜାର’ ସୃଷ୍ଟିରେ ସହାୟକ ହେବ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପ୍ରସ୍ତାବିତ ସଂଶୋଧନ ଘରୋଇ ନିବେଶକମାନଙ୍କୁ ଅତ୍ୟଧିକ ଆଇନଗତ ହସ୍ତକ୍ଷେପରୁ ମୁକ୍ତ କରିବ ବୋଲି କୃଷିମନ୍ତ୍ରୀ ତୋମାର କହିଛନ୍ତି।
ଅଭାବ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଖାଉଟିଙ୍କ ପାଇଁ ସହାୟକ ହେଉଥିଲା। ତେବେ କୃଷି ଉତ୍ପାଦନର ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବାରୁ ଉକ୍ତ ଆଇନରେ ପରିବର୍ତ୍ତନ ଲାଗି କୃଷକମାନେ ଦାବି କରିଆସୁଥିଲେ। ଏହି ଆଇନରେ ଐତିହାସିକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଥିବା ଜାଭେଡକର କହିଛନ୍ତି। ପ୍ରସ୍ତାବିତ ସଂଶୋଧନରେ ଶସ୍ୟ, ଖାଇବା ତେଲ, ଆଳୁ, ପିଆଜ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦିଆଯାଇଛି। ସେହିପରି ଭାରତକୁ ପୁଞ୍ଜି ଆକର୍ଷଣ କରିବା ଲାଗି ମନ୍ତ୍ରଣାଳୟ ତଥା ବିଭାଗରେ ଉଚ୍ଚ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀ (ଇଜିଓଏସ୍‌) ଏବଂ ପ୍ରୋଜେକ୍ଟ ଡେଭେଲପ୍‌ମେଣ୍ଟ ସେଲ୍‌ (ପିଡିସି) ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଏଣିକି ଚାଷୀ ସେମାନଙ୍କ ଉତ୍ପାଦନକୁ ପାରସ୍ପରିକ ବୁଝାମଣାରେ ଅଧିକ ମୂଲ୍ୟରେ ବିକ୍ରି କରିପାରିବେ। ଏହା ଯୋଗାଣ ଶୃଙ୍ଖଳକୁ ମଜଭୂତ କରିପାରିବ। ପ୍ରଥମ ଥର ପାଇଁ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା କୃଷକମାନେ କୃଷି ଉତ୍ପାଦନ ବିପଣନ କମିଟି ଆଇନର କଟକଣାରୁ ମୁକ୍ତ ହେବେ ଏବଂ ସେମାନଙ୍କ ସାମଗ୍ରୀକୁ ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଅଧିକ ଦାମ୍‌ରେ ବିକ୍ରି କରିପାରିବେ। ସେହିପରି ସରକାର ଅନୁମୋଦନ କରିଥିବା ଦୁଇଟି ଅଧ୍ୟାଦେଶ କୃଷକ ଓ ବ୍ୟବସାୟୀମାନଙ୍କୁ ସେମାନଙ୍କ ସାମଗ୍ରୀ କିଣାବିକା କ୍ଷେତ୍ରରେ ଅଧିକ ସ୍ବାଧୀନତା ଦେବ ବୋଲି ତୋମାର କହିଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ ଜାରି ହେବା ଫଳରେ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ସଜାଡ଼ିବା ଲାଗି ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦୁଇଥର କ୍ୟାବିନେଟ ବୈଠକ ବସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri