Posted inଜାତୀୟ

ଅତ୍ୟଧିକ ଟିକସ ସାମାଜିକ ଅନ୍ୟାୟ: ସିଜେଆଇ

ନୂଆଦିଲ୍ଲୀ, ୨୫ା୧ (ଆଇଏଏନ୍‌ଏସ୍‌) : ଟିକସ ଠକେଇ ହେଉଛି ଭାରତୀୟ ନାଗରିକମାନଙ୍କ ପ୍ରତି ସାମାଜିକ ଅନ୍ୟାୟ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ସ୍ବେଚ୍ଛାଚାର ଭାବେ କିମ୍ବା ଅତ୍ୟଧିକ ଟାକ୍ସ ଲଗାଇବା ମଧ୍ୟ ସାମାଜିକ ଅନ୍ୟାୟ ଶ୍ରେଣୀରେ ଆସୁଛି ବୋଲି ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ପ୍ରକାଶ କରିଛନ୍ତି।
ଇନ୍‌କମ୍‌ ଟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଜେଆଇ ବୋବ୍‌ଡେ କହିଛନ୍ତି, ଦେଶ ପାଇଁ ସମ୍ପଦ ଜୁଟାଇବା କ୍ଷେତ୍ରରେ ଟାକ୍ସ ନ୍ୟାୟପାଳିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କିନ୍ତୁ ଲୋକଙ୍କ ଉପରେ ମନମୁଖି ଓ ଅତ୍ୟଧିକ ଟିକସ ବୋଝ ଲଦିଦେବା ସେମାନଙ୍କ ପ୍ରତି ଏକ ସାମାଜିକ ଅନ୍ୟାୟ ଭାବେ ଦେଖାଯାଇପାରେ। ଉପଯୁକ୍ତ ଓ ତ୍ୱରିତ ବିବାଦର ସମାଧାନକୁ ଟିକସଦାତାଙ୍କ ପାଇଁ ଏକ ଟାକ୍ସ ଇନ୍‌ସେଣ୍ଟିଭ୍‌ ଭାବେ ପରିଗଣିତ କରାଯାଇଥାଏ ବୋଲି ସିଜେଆଇ ମତବ୍ୟକ୍ତ କରିଛନ୍ତି। ଫେବୃୟାରୀ ୧ରେ ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଆସିବାକୁ ଥିବାବେଳେ ଏହା ପୂର୍ବରୁ ସିଜେଆଇଙ୍କ ଏହି ମତକୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି। ବିଶେଷକରି ଦେଶରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ସମୟରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରକୁ ଟାର୍ଗେଟ କରୁଥିବାବେଳେ ସରକାରଙ୍କୁ ଅର୍ଥନୀତିର ପାଠ ପଢ଼ାଇଛନ୍ତି ସିଜେଆଇ।


Enter your email to get our daily news in your inbox.

All Right Reserved By Dharitri.Com

ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ,୧୫।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ...

ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ

ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି...

୪୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଜୟପୁର,୨୫ା୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଛି।। ଶନିବାର...

ଲକ୍‌ଡାଉନ୍‌ରେ ଚାଲିଯାଇଥିଲା ଚାକିରି, ଭାଙ୍ଗିପଡ଼ିଥିଲେ ଯୁବକ: ରାତାରାତି ସାମାନ୍ୟ ଘାସ କରିଦେଲା ଲକ୍ଷପତି

କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିଲା। ଆଉ ଏହି ଲକ୍‌ଡାଉନ୍‌ କେତେକଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଥିଲା। ଏ ନେଇ ପ୍ରାୟ କେତେ...

ଏନ୍‌୪୪୦କେ ଭାରିଆଣ୍ଟ ୧୫ଗୁଣ ଅଧିକ ପ୍ରାଣଘାତୀ

ହାଇଦ୍ରାବାଦ, ୫।୫: ବିଭିନ୍ନ ଦେଶରେ ସାର୍ସ-କୋଭ୍‌-୨ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳୁଛି। ଭୂତାଣୁର ନୂଆ ରୂପ ଅଧିକ ଭୟଙ୍କର ହେଉଛି। ଭାରତର ଦକ୍ଷିଣ ଭାଗରେ...

ଫାଶୀ ପାଇଁ ପ୍ରସ୍ତୁତ ତିହାର ଜେଲ

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ରାତି ପାହିଲେ ଫାଶୀ ଦିଆଯିବା କଥା। ହେଲେ କେତେକ କାରଣ ପାଇଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।...

ନଦୀବନ୍ଧ ନିରାପତ୍ତା ବିଲ୍‌ ଲୋକ ସଭାରେ ଗୃହୀତ: ରାଜ୍ୟକୁ କ୍ଷମତା ଦେବା ପାଇଁ ବିଜେଡିର ଦାବି

ନୂଆଦିଲ୍ଲୀ,୩ା୮: ଦେଶର ନଦୀବନ୍ଧଗୁଡିକର ଅନୁଧ୍ୟାନ, ପରିଚାଳନା ଆଦି ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ନିମନ୍ତେ ନଦୀବନ୍ଧ ନିରାପତ୍ତା ବିଲ୍‌ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଛି। ଏହାଦ୍ୱାରା...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ...

Advertisement
Archives

Model This Week