ଅଣ୍ଟା ସଳଖୁଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ସ୍ବାଭାବିକ ହେଉଛି ଦେଶର ପ୍ରଥମ ତଥା ଏକମାତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ର ସ୍ଥିତି। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ଏହି ସଂଗ୍ରହାଳୟ ବାତ୍ୟା ଦ୍ୱାରା ବ୍ୟାପକଭାବେ କ୍ଷତିଗସ୍ତ ହୋଇଥିବାବେଳେ ଧୀରେ ଧୀରେ ଅଣ୍ଟା ସଳଖୁଛି। ବର୍ଷତମାମ୍‌ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା କଳାଭୂମିରେ ଏବେ ଓ୍ବାର୍କଶପ୍‌, ସମର୍‌ କ୍ୟାମ୍ପ୍‌ ଆଦି ବିଭିନ୍ନ ଇଭେଣ୍ଟ ଆୟୋଜନ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି।
‘ଫନୀ’ରେ ଭୁବନେଶ୍ୱରରେ ଥିବା ସମସ୍ତ ସଂଗ୍ରହାଳୟ ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଗଣ୍ଡମୁଣ୍ଡାଠାରେ ନୂତନଭାବେ ନିର୍ମାଣ ହୋଇଥିବା ‘କଳାଭୂମି’ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି ସଂଗ୍ରହାଳୟର ଓ୍ବାର୍କଶପ୍‌ ହଲ୍‌, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପ ହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିଲା। ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଥିଲା। ସେହିଭଳି ବିଜୁଳି ଖୁଣ୍ଟ, ଲ୍ୟାମ୍ପ ଲାଇଟ୍‌, ବାହାରେ ଥିବା ଆଲୋକୀକରଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା। ଝରକା, କବାଟ ସହ ମ୍ୟୁଜିୟମ୍‌ର ସୌନ୍ଦର୍ଯ୍ୟକରଣ ପାଇଁ ସଂଗ୍ରହାଳୟ ପରିସରରେ ରଖାଯାଇଥିବା ହସ୍ତଶିଳ୍ପ କଳାକୃତି ଏବଂ ଜଳଉତ୍ସଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିଲା। ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ସହିଥିବା ଏହି ସଂଗ୍ରହାଳୟ କିନ୍ତୁ ଇତିମଧ୍ୟରେ ନିଜକୁ ସଜାଡ଼ି ନେଇଛି। ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହେବାପରେ ୧୩ ତାରିଖରୁ ଏହି ସଂଗ୍ରହାଳୟକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଆଉ ଏବେ ମରାମତି କାର୍ଯ୍ୟ ଜୋରସୋର୍‌ରେ ଆଗେଇ ଚାଲିଛି। ଇତିମଧ୍ୟରେ ପୂର୍ବସୂଚିତ ସାପ୍ତାହିକ କାର୍ଯ୍ୟସୂଚୀ ଅନୁଯାୟୀ ସଂଗ୍ରହାଳୟ ମଧ୍ୟରେ କର୍ମଶାଳା ଅନୁଷ୍ଠିତ ହେଉଛି। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ମ୍ୟୁଜିୟମ୍‌ ଓ୍ବାକ୍‌ ଓ ମ୍ୟୁଜିୟମ୍‌ ଟ୍ରେଲ୍‌ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ପ୍ରତ୍ୟେକ ଗୁରୁବାର, ଶନିବାର ଓ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ହ୍ୟାଣ୍ଡ୍‌ଲୁମ୍‌ ଟ୍ରେଲ୍‌ ଆୟୋଜିତ ହେଉଛି। ପ୍ରତ୍ୟେକଦିନ ପୂର୍ବାହ୍ନ ୧୧ଟା, ଅପରାହ୍ନ ୧୨ଟା ୩୦ ଓ ୩ଟାରେ ଗାଇଡେଡ୍‌ ଟୁର୍‌ ହେଉଛି। କ୍ରାଫ୍ଟ ଅଫ୍‌ ଦି ମନ୍ଥ୍‌ ସିରିଜ୍‌ ଓ ମ୍ୟୁଜିୟମ୍‌ ଓ୍ବାକ୍‌ ସମ୍ପର୍କରେ ମ୍ୟୁଜିୟମ୍‌ର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସମସ୍ତ ପ୍ରକାର ସୂଚନା ଦିଆଯାଉଛି। ଗତବର୍ଷ ଭଳି ଏବର୍ଷ ମଧ୍ୟ ଏଠାରେ କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସମର୍‌ ଓ୍ବାର୍କଶପ୍‌ର ଆୟୋଜନ କରାଯାଉଛି। ଏହି ଓ୍ବାର୍କଶପ୍‌ ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ କଳାକୌଶଳ ଶିଖାଯିବାର ବ୍ୟବସ୍ଥା ହୋଇଛି। ‘ମ୍ୟୁଜିୟମ୍‌ ଓ୍ବିକ୍‌ ଅଫ୍‌ ୭ ହାସ୍‌ଟ୍ୟାଗ୍‌ସ ଆଣ୍ଡ୍‌ ୭ ଥିମ୍‌ସ’ ଶୀର୍ଷକ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସମାଜ ଓ ସଂସ୍କୃତିରେ ମହିଳାମାନଙ୍କ ଅବଦାନ ଓ ଗୁରୁତ୍ୱକୁ ଦର୍ଶାଇବାର ପ୍ରୟାସ କରାଯାଇଛି। ଏଥିରେ ସମଗ୍ର ବିଶ୍ୱର ପ୍ରମୁଖ ସଂଗ୍ରହାଳୟମାନେ ଅଂଶଗ୍ରହଣ କରିଥିବାବେଳେ କଳାଭୂମି ନିଆରାସ୍ବାଦର କାର୍ଯ୍ୟକ୍ରମ କରି ଏକ୍ଷେତ୍ରରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି ।…

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

ନୀତୀଶଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ୫ ନାମ, ଜାଣନ୍ତୁ ସେମାନେ କିଏ…

ବିହାର,୫।୩: ହୋଲି ଅବସରରେ ବିହାର ରାଜନୀତି ଜୋର ଧରିଛି। ହୋଲିରେ ହିଁ ବିହାରରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ପ୍ରାରମ୍ଭରେ ଏହା ବିଶ୍ୱାସଯୋଗ୍ୟ ନଥିଲା,…

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ: ବିଜୁ ବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଅଞ୍ଚଳ

ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri