ଅଣ୍ଟା ସଳଖୁଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ସ୍ବାଭାବିକ ହେଉଛି ଦେଶର ପ୍ରଥମ ତଥା ଏକମାତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ର ସ୍ଥିତି। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ଏହି ସଂଗ୍ରହାଳୟ ବାତ୍ୟା ଦ୍ୱାରା ବ୍ୟାପକଭାବେ କ୍ଷତିଗସ୍ତ ହୋଇଥିବାବେଳେ ଧୀରେ ଧୀରେ ଅଣ୍ଟା ସଳଖୁଛି। ବର୍ଷତମାମ୍‌ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା କଳାଭୂମିରେ ଏବେ ଓ୍ବାର୍କଶପ୍‌, ସମର୍‌ କ୍ୟାମ୍ପ୍‌ ଆଦି ବିଭିନ୍ନ ଇଭେଣ୍ଟ ଆୟୋଜନ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି।
‘ଫନୀ’ରେ ଭୁବନେଶ୍ୱରରେ ଥିବା ସମସ୍ତ ସଂଗ୍ରହାଳୟ ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଗଣ୍ଡମୁଣ୍ଡାଠାରେ ନୂତନଭାବେ ନିର୍ମାଣ ହୋଇଥିବା ‘କଳାଭୂମି’ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି ସଂଗ୍ରହାଳୟର ଓ୍ବାର୍କଶପ୍‌ ହଲ୍‌, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପ ହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିଲା। ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଥିଲା। ସେହିଭଳି ବିଜୁଳି ଖୁଣ୍ଟ, ଲ୍ୟାମ୍ପ ଲାଇଟ୍‌, ବାହାରେ ଥିବା ଆଲୋକୀକରଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା। ଝରକା, କବାଟ ସହ ମ୍ୟୁଜିୟମ୍‌ର ସୌନ୍ଦର୍ଯ୍ୟକରଣ ପାଇଁ ସଂଗ୍ରହାଳୟ ପରିସରରେ ରଖାଯାଇଥିବା ହସ୍ତଶିଳ୍ପ କଳାକୃତି ଏବଂ ଜଳଉତ୍ସଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିଲା। ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ସହିଥିବା ଏହି ସଂଗ୍ରହାଳୟ କିନ୍ତୁ ଇତିମଧ୍ୟରେ ନିଜକୁ ସଜାଡ଼ି ନେଇଛି। ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହେବାପରେ ୧୩ ତାରିଖରୁ ଏହି ସଂଗ୍ରହାଳୟକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଆଉ ଏବେ ମରାମତି କାର୍ଯ୍ୟ ଜୋରସୋର୍‌ରେ ଆଗେଇ ଚାଲିଛି। ଇତିମଧ୍ୟରେ ପୂର୍ବସୂଚିତ ସାପ୍ତାହିକ କାର୍ଯ୍ୟସୂଚୀ ଅନୁଯାୟୀ ସଂଗ୍ରହାଳୟ ମଧ୍ୟରେ କର୍ମଶାଳା ଅନୁଷ୍ଠିତ ହେଉଛି। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ମ୍ୟୁଜିୟମ୍‌ ଓ୍ବାକ୍‌ ଓ ମ୍ୟୁଜିୟମ୍‌ ଟ୍ରେଲ୍‌ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ପ୍ରତ୍ୟେକ ଗୁରୁବାର, ଶନିବାର ଓ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ହ୍ୟାଣ୍ଡ୍‌ଲୁମ୍‌ ଟ୍ରେଲ୍‌ ଆୟୋଜିତ ହେଉଛି। ପ୍ରତ୍ୟେକଦିନ ପୂର୍ବାହ୍ନ ୧୧ଟା, ଅପରାହ୍ନ ୧୨ଟା ୩୦ ଓ ୩ଟାରେ ଗାଇଡେଡ୍‌ ଟୁର୍‌ ହେଉଛି। କ୍ରାଫ୍ଟ ଅଫ୍‌ ଦି ମନ୍ଥ୍‌ ସିରିଜ୍‌ ଓ ମ୍ୟୁଜିୟମ୍‌ ଓ୍ବାକ୍‌ ସମ୍ପର୍କରେ ମ୍ୟୁଜିୟମ୍‌ର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସମସ୍ତ ପ୍ରକାର ସୂଚନା ଦିଆଯାଉଛି। ଗତବର୍ଷ ଭଳି ଏବର୍ଷ ମଧ୍ୟ ଏଠାରେ କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସମର୍‌ ଓ୍ବାର୍କଶପ୍‌ର ଆୟୋଜନ କରାଯାଉଛି। ଏହି ଓ୍ବାର୍କଶପ୍‌ ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ କଳାକୌଶଳ ଶିଖାଯିବାର ବ୍ୟବସ୍ଥା ହୋଇଛି। ‘ମ୍ୟୁଜିୟମ୍‌ ଓ୍ବିକ୍‌ ଅଫ୍‌ ୭ ହାସ୍‌ଟ୍ୟାଗ୍‌ସ ଆଣ୍ଡ୍‌ ୭ ଥିମ୍‌ସ’ ଶୀର୍ଷକ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସମାଜ ଓ ସଂସ୍କୃତିରେ ମହିଳାମାନଙ୍କ ଅବଦାନ ଓ ଗୁରୁତ୍ୱକୁ ଦର୍ଶାଇବାର ପ୍ରୟାସ କରାଯାଇଛି। ଏଥିରେ ସମଗ୍ର ବିଶ୍ୱର ପ୍ରମୁଖ ସଂଗ୍ରହାଳୟମାନେ ଅଂଶଗ୍ରହଣ କରିଥିବାବେଳେ କଳାଭୂମି ନିଆରାସ୍ବାଦର କାର୍ଯ୍ୟକ୍ରମ କରି ଏକ୍ଷେତ୍ରରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri