ଅଟୋ ଶିଳ୍ପରେ ଶୀଘ୍ର ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ,୧୯-୯: ଦେଶର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଶିଳ୍ପରେ ଏତେ ଶିଘ୍ର ସ୍ଥିତାବସ୍ଥା ଆସିବାର ସମ୍ଭାବନା ନାହିଁ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଚାହିଦା କମିବାରୁ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ସାରା ଦେଶରେ ଅନେକ ଲୋକଙ୍କ ନିଯୁକ୍ତି ଚାଲିଯାଇଛି। ଅଟୋମୋବାଇଲ ଶିଳ୍ପ ୨୮% ଜିଏସ୍‌ଟିକୁ ହ୍ରାସ କରି ୧୮%କୁ ଆଣିବା ନେଇ ଦାବି ହେଉଛି। ଜିଏସ୍‌ଟି ହ୍ରାସ ନେଇ ଶିଳ୍ପ ଆଶାବାଦୀ ଥିବା ବେଳେ ଏହା କମିବ ନାହିଁ ବୋଲି ଜଣାପଡିଛି। ଶୁକ୍ରବାର ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଅଟୋମୋବାଇଲ ଶିଳ୍ପ ବିସ୍କୁଟ ସହ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ ପ୍ରସ୍ତାବକୁ ଫିଟମେଣ୍ଟ କମିଟି ଅଗ୍ରାହ୍ୟ କରି ଦେଇଛି। ମାତ୍ର ହୋଟେଲ ଶିଳ୍ପ ଉପରେ ଜିଏସ୍‌ଟି କମାଇବା ଉପରେ କମିଟି ସହମତି ପ୍ରକାଶ କରିଛି। ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ଏବଂ ରାଜ୍ୟଗୁଡିକର ଟିକସ ସଂଗ୍ରହରେ ପ୍ରଭାବ ପଡିବ। ଏହାକୁ ବିଚାର କରି ଟିକସ ହ୍ରାସ କରିବା ସପକ୍ଷରେ କମିଟି ନ ଥିବା ଜଣା ପଡିଛି। ଏଣୁ ଆଗାମି ଦିନରେ ଅଟୋ ଶିଳ୍ପରେ ଶୀଘ୍ର ସୁଧାର ଆସିବାର ସମ୍ଭାବନା ନ ଥିବା ବିଶେଷଜ୍ଞ କହିଛନ୍ତି।
ଫିଟମେଣ୍ଟ କମିଟିରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ରାଜସ୍ବ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଗତ ୩ ତ୍ରୈମାସ ଧରି ଅଟୋମୋବାଇଲ ଶିଳ୍ପରୁ ଜିଏସ୍‌ଟି ହ୍ରାସ ନେଇ ଫିଟମେଣ୍ଟ କମିଟି ବିଚାର କରୁଛି। ଦେଶରେ ସଂଗ୍ରହ ହେଉଥିବା ମୋଟ ଜିଏସ୍‌ଟିରେ ଅଟୋ ଶିଳ୍ପର ଅଂଶ ୫୦ରୁ ୬୦ ହଜାର କୋଟି ଟଙ୍କା ରହିଛି। ଏହି ଶିଳ୍ପ ଉପରୁ ଜିଏସ୍‌ଟି କମାଇଲେ ଏହା ରାଜସ୍ବକୁ ପ୍ରଭାବିତ କରିବ ବୋଲି ଫିଟମେଣ୍ଟ କମିଟି ଯୁକ୍ତି ବାଢିଛି। ସେହିଭଳି ହୋଟେଲ ଶିଳ୍ପ ଲାଗି ଜିଏସ୍‌ଟି ପରିଷଦ ଖୁସି ଖବର ଆଣିପାରେ। ୧୨,୦୦୦ ଟଙ୍କାର ରୁମ ଟାରିଫ୍‌କୁ ୧୮% ଜିଏସ୍‌ଟି ସ୍ଲାବ ମଧ୍ୟରେ ରଖିବାକୁ କମିଟି ପ୍ରସ୍ତାବ ଦେଇଛି। ବର୍ତ୍ତମାନ ୭,୫୦୦ ଟଙ୍କାର ରୁମ୍‌ ଟାରିଫକୁ ୧୮% ଜିଏସ୍‌ଟି ସ୍ଲାବ ମଧ୍ୟରେ ରଖାଯାଇଛି। ଏହା ବାଦ ଟେଲିକମ୍‌ ସେବା ଉପରେ ୧୮% ଜିଏସ୍‌ଟିରୁ ୧୨%କୁ ଖସାଇବା ନେଇ ପ୍ରସ୍ତାବକୁ କମିଟି ଅଗ୍ରାହ୍ୟ କରି ଦେଇଛି। ସେହିଭଳି ବିସ୍କୁଟ, ବେକରୀ ପ୍ରଡକ୍ଟ, ରେଡୁ ଟୁ ଇଟ୍‌ ପ୍ୟାକେଜଡ ଆଇଟମ, ମିନେରାଲ ଓ୍ବାଟର, କେତେକ ବ୍ରେକଫାଷ୍ଟ ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ ନ କରିବାକୁ କମିଟି ଏହାର ପ୍ରସ୍ତାବରେ କହିଛି। ଏହାବାଦ ଜାହାଜ ଉପରେ ଲାଗୁ ହେଉଥିବା ଜିଏସ୍‌ଟି କମିବନି ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଜିଏସ୍‌ଟି କମିଟି ଟିକସ ହ୍ରାସ ବେଳେ ଏହି ଫିଟ୍‌ମେଣ୍ଟ କମିଟି ପ୍ରସ୍ତାବକୁ ହିଁ ବିଚାରକୁ ନେଇଥାଏ।

ଲଟେରୀରେ ଲାଗିପାରେ ୨୮% ଜିଏସ୍‌ଟି
ସମସ୍ତ ପ୍ରକାର ଲଟେରୀ ଉପରେ ୨୮% ଜିଏସ୍‌ଟି ଲାଗିପାରେ। ଏନେଇ ଜିଏସ୍‌ଟି ପରିଷଦ ବିଚାର କରୁଥିବା ଏକ ଗଣମାଧ୍ୟମ ରିପୋର୍ଟରେ ବୁଧବାର ପ୍ରକାଶ ପାଇଛି। ବର୍ତ୍ତମାନ ରାଜ୍ୟ ଲଟେରୀ ଉପରେ ୧୨% ଜିଏସ୍‌ଟି ଲାଗୁ ହେଉଥିବା ବେଳେ ରାଜ୍ୟଗୁଡିକ ଦ୍ୱାରା ବୈଦ୍ଧତା ପାଇଥିବା ଏବଂ ଘରୋଇ ଏଜେନ୍ସିଙ୍କ ଦ୍ୱାରା ପରିଚାଳିତ ହେଉଥିଲେ ୨୮% ଟିକସ ଲାଗୁଛି। ସେହିଭଳି ଅନ୍‌ଲାଇନ ଲଟେରୀ ଉପରେ ବ୍ୟାନ ଲଗାଇବାକୁ ବିଚାର କରାଯାଉଥିବା ଜଣାପଡିଛି। ସୌରାଷ୍ଟ୍ର ମନ୍ତ୍ରଣାଳୟ ଏ ଦିଗରେ ଚୁଡାନ୍ତ ନିଷ୍ପତ୍ତି ନେବ। ସେପ୍ଟେମ୍ବର ୨୦ରେ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଲଟେରୀ ପ୍ରସଙ୍ଗ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟଗୁଡିକ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ଗୋଆ,କେରଳ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଭଳି ୧୦ ରାଜ୍ୟ ଲଟେରୀ ସପକ୍ଷରେ ରହିଛନ୍ତି। ଲଟେରୀ ଉପରେ ଜିଏସ୍‌ଟି ବଢିଲେ ପଶ୍ଚିମବଙ୍ଗ ଭଳି ରାଜ୍ୟ ପ୍ରଭାବିତ ହେବ। ମାତ୍ର ଅନ୍ୟ ରାଜ୍ୟଗୁଡିକ ଟିକସ ବୃଦ୍ଧି ସପକ୍ଷରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସ୍ଥାପନ ହେବ ୧୫ କତା କ୍ଲଷ୍ଟର

ଭୁବନେଶ୍ୱର, ୨୫-୮(ବ୍ୟୁରୋ): କେନ୍ଦ୍ର ଏମ୍‌ଏମ୍‌ଏମ୍‌ଇ ମନ୍ତ୍ରଣାଳୟର ସ୍କିମ୍‌ ଅଫ୍‌ ଫଣ୍ଡ୍‌ ଫର୍‌ ରିଜେନେରେଶନ ଅଫ୍‌ ଟ୍ରାଡିଶନାଲ ଇଣ୍ଡଷ୍ଟ୍ରିଜ(ସ୍ଫ୍ରୁତି) କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ୧୫ କତା କ୍ଲଷ୍ଟର...

ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି...

ସବ୍‌ସିଡିଯୁକ୍ତ ଏଲପ୍‌ଜି ୩ ଟଙ୍କା କମିଲା

ନୂଆଦିଲ୍ଲୀ,୨-୭: ସୋମବାର ସବ୍‌ସିଡିଯୁକ୍ତ ଏଲପିଜି ଦର ୩.୦୨ ଟଙ୍କା ହ୍ରାସ ଘଟିଛି। ଏହା ଫଳରେ ୧୪.୨ ଲିଟର ବିଶଷ୍ଟ ସିଲିଣ୍ଡର ଦାମ ୪୯୪.୩୫ ଟଙ୍କାକୁ ଖସିଛି।...

ସୀତାରାମନ୍‌ଙ୍କ ଅଜବ ଯୁକ୍ତି: ଓଲା, ଉବର ଯୋଗୁ ଅଟୋ ସେକ୍ଟରରେ ଆସିଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୧-୯: ଦେଶର ଅଟୋ ସେକ୍ଟର ଏବେ ଜବରଦସ୍ତ ମାନ୍ଦାବସ୍ଥାର ଶିକାର ହୋଇଛି। କେତେକ କମ୍ପାନୀ ଏବେ କିଛିଦିନ ପାଇଁ ଉତ୍ପାଦନ ବନ୍ଦ ଲାଗି ଘୋଷଣା କରିସାରିଲେଣି।...

ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୧୨-୫: ସ୍ବସ୍ତି ଗ୍ରୁପ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗ୍ରୁପର ଉପସଭାପତି ପ୍ରିୟନାଥ ବେହେରା ମୁଖ୍ୟ...

ଆର୍‌ବିଆଇ ଚିଠିକୁ ମାନିଲାନି ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୫।୩: ଘରୋଇ ବ୍ୟାଙ୍କରେ ଜମା ଟଙ୍କା ସୁରକ୍ଷିତ ରହିଥିବା କହି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ରାଜ୍ୟଗୁଡିକୁ ଚିଠି ଲେଖିଥିଲା। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ନ...

ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଗଲା ୪୦ହଜାର କୋଟି ବକେୟା

ନୂଆଦିଲ୍ଲୀ,୨୮-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ସମସ୍ତ ମନ୍ତ୍ରଣାଳୟ ଠାରୁ ଆସନ୍ତା ୪ ତ୍ରୈମାସ ବା ଏକ ବର୍ଷର ପୁଞ୍ଜିଗତ ବ୍ୟୟର ବିସ୍ତୃତ ଯୋଜନା ଉପସ୍ଥାପନ...

ବିଦେଶୀ ନିବେଶକ ପ୍ରତ୍ୟାହାର କରିଛନ୍ତି ୩୮,୯୩୦ କୋଟି

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ଆର୍ଥତ୍କ ସ୍ଥିତି ଭଲ ନଥିବାରୁ ଏହାର ପ୍ରଭାବ ବିଦେଶୀ ପୁଞ୍ଜି ନିବେଶକଙ୍କ ଉପରେ ପଡିଛି। ଏଥି ଲାଗି ନିବେଶକଙ୍କ ମନୋଭାବ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *