ଅଟୋ ଶିଳ୍ପରେ ଶୀଘ୍ର ଉନ୍ନତି ଆସିବ

ଗ୍ରାହକଙ୍କ ଚାହିଦାକୁ ଅଟୋ କମ୍ପାନୀଗୁଡିକ ସର୍ବଦା ଧ୍ୟାନରେ ରଖିଥାନ୍ତି। ବିଭିନ୍ନ କମ୍ପାନୀ ଏଥି ଲାଗି ବିଭିନ୍ନ ଯୋଜନା ସହ କାମ କରୁଛନ୍ତି। ଗ୍ରାହକଙ୍କ ନିକଟରେ ଅତି ଲୋକପ୍ରିୟ ବ୍ରାଣ୍ଡ ଭାବେ ଫୋର୍ଡର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଘରୋଇ ଅଟୋଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କମ୍ପାନୀର ସ୍ଥିତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏହାର ସେଲ୍‌ସ ବିଭାଗ ଉପସଭାପତି ଏସ୍‌. ଲକ୍ଷ୍ମୀ ରାମ କୁମାର ଧରିତ୍ରୀକୁ ଦେଇଥିବା ସହ ସାକ୍ଷାତକାର……
-ମାନ୍ଦାବସ୍ଥା ପ୍ରଭାବରେ ସାରା ଦେଶର ଅଟୋ ଶିଳ୍ପ ପ୍ରଭାବିତ। ଏଭଳି ସ୍ଥିତି ନେଇ କଣ ମତ ରଖିବେ?
ନିଶ୍ଚିତ। ମାନ୍ଦାବସ୍ଥା ଅଟୋ ଉଦ୍ୟୋଗକୁ ବର୍ତ୍ତମାନ ପ୍ରଭାବିତ କରିଛି। ପ୍ରତି ଶିଳ୍ପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥିତି ଦେଇ ଗତି କରିବାକୁ ହୁଏ। ଏହାକୁ ସାମ୍ନା କରିବାକୁ ହେବ। ଭାରତ ବଜାରର ମୌଳିକ ଢାଞ୍ଚା ବହୁତ ଶକ୍ତିଶାଳୀ। ବଜାର ଉପରେ ଆମର ଭରଷା ଦୃଢ ରହିଛି। ବର୍ତ୍ତମାନର ମାନ୍ଦାବସ୍ଥା କ୍ଷୟସ୍ଥାୟୀ। ଚାହିଦା ଶୀଘ୍ର ବଢିବ। ଶୀଘ୍ର ଶିଳ୍ପରେ ଉନ୍ନତି ଆସିବ ବୋଲି ଆଶାବାଦୀ।
– ଘରୋଇ ବଜାରକୁ ନେଇ ଫୋର୍ଡର ଯୋଜନା ସମ୍ପର୍କରେ କିଛି କହିବେ?
ଭାରତ ବଜାର ଫୋର୍ଡ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏଠାରେ କମ୍ପାନୀ ବୃହତ୍ତ ପରିମାଣର ନିବେଶ କରିଛି। ଚେନ୍ନାଇ ଏବଂ ସାନନ୍ଦଠାରେ ୨ ପ୍ଲାଣ୍ଟରୁ ବର୍ତ୍ତମାନ ଯାନ ଉତ୍ପାଦନ ହେଉଥିବା ବେଳେ ଘରୋଇ ବଜାର ସମେତ ୬୫ରୁ ଅଧିକ ଦେଶକୁ ରପ୍ତାନି କରୁଛୁ। ସାରା ଦେଶରେ ୨୯୨ ସହରରେ ୫୪୧ ଟଚ୍‌ ପଏଣ୍ଟ, ୧୭୪ ଡିଲର ପ୍ରିନ୍ସପାଲ ଏବଂ ୩୬୭ ଶୋ’ରୁମ ଦ୍ୱାରା ପ୍ରଡକ୍ଟ ଏବଂ ସେବା ଯୋଗାଇ ଦେଉଛୁ।
– ଓଡିଶା ବଜାରକୁ କିଭଳି ଦେଖୁଛନ୍ତି। ଏଠାରେ କିଛି ନୂଆ ସମ୍ପ୍ରସାରଣ ଯୋଜନା ରଖିଛନ୍ତି କି?
– ଓଡିଶା ଆମ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର ରହି ଆସିଛି। ବର୍ତ୍ତମାନ ଏଠାରେ ସହରଗୁଡିକର କଳେବର ବଢି ଚାଲିଛି। ଲୋକଙ୍କର ମୋବିଲିଟି ଚାହିଦା ମଧ୍ୟ ବଦଳିଛି। ନୂଆ ନୂଆ ଶୋ’ରୁମର ଆବଶ୍ୟକତା ଉପଲବ୍ଧି କରି ଆଗକୁ ବଢୁଛୁ। ସମ୍ପ୍ରସାରଣ ଦିଗରେ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ଓଡ଼ିଶାରେ ମୋଟ ୭ ଆଉଟଲେଟ୍‌ ରହିଛି। ଏଗୁଡିକ ମଧ୍ୟରେ ରାଉରକେଲା, ବାଲେଶ୍ୱର, କଟକ, ଭୁବନେଶ୍ୱର, ବଲାଙ୍ଗୀର ଏବଂ ଅନୁଗୋଳ ଭଳି ସ୍ଥାନ ସାମିଲ ରହିଛି।
– ପରିବର୍ତ୍ତିତ ବଜାର ସ୍ଥିତିକୁ ନେଇ କମ୍ପାନୀ ନିଜକୁ କିଭଳି ପ୍ରସ୍ତୁତ କରୁଛି?
– ପରିବର୍ତ୍ତିତ ସ୍ଥିତିରେ ସବୁ ବେଳେ ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖିଛୁ। ୟୁଟିଲିଟି ଭେଇକିଲ ବିକ୍ରି ବଢିବାର ଅନେକ ସମ୍ଭାବନା ରହିଛି। ଭାରତୀୟ ଗ୍ରାହକଙ୍କ ଧ୍ୟାନରେ ରଖି ପ୍ରଡକ୍ଟ ଡିଜାଇନ ହେଉଛି। ସର୍ବୋତ୍ତମ ପ୍ରଡକ୍ଟ ପ୍ରଦାନ ଦିଗରେ ଉଦ୍ୟମ ଜାରି ରଖିଛୁ। ଅନ୍ୟ କମ୍ପାନୀ ତୁଳନାରେ ଆମର ଏଣ୍ଟ୍ରିଲେଭଲ ଭାରିଆଣ୍ଟଗୁଡିକରେ ଏବିଏସ୍‌, ଏବିଡି, ଏୟାରବ୍ୟାଗ ଭଳି ଅତ୍ୟାଧୁନିକ ଫିଚର ପ୍ରଦାନ କରୁଛୁ। ନୂଆ ଟେକ୍ନୋଲୋଜିକୁ ଅଗ୍ରାଧିକାର ଦିଆଯାଉଛି। ଏହାବାଦ ପାଓ୍ବାର ଏବଂ ମାଇଲେଜର ମିଶ୍ରଣକୁ ଫୋର୍ଡ ପ୍ରାଥମିକତା ଦେଉଛି। ଏହାବାଦ ନଏଜ କ୍ୟାନସଲେଶନ, ଇଣ୍ଡଷ୍ଟ୍ରି ଫାଷ୍ଟ ଫିଚରକୁ ମଧ୍ୟ ସାମିଲ କରାଯାଇଛି। ଏଣ୍ଟ୍ରିଲେଭଲ ଫିଗୋ, କମ୍ପାକ୍ଟ ୟୁଟିଲିଟି ଯାନ ଫ୍ରି ଷ୍ଟାଇଲ, କମ୍ପାକ୍ଟ ସେଡାନ ଆସ୍ପାୟାର, ଏଣ୍ଡେଭର ଏବଂ ମଷ୍ଟାଙ୍ଗ ଭଳି ପ୍ରିମିୟମ କାର ସହ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ରେଞ୍ଜରେ ପ୍ରଡକ୍ଟ ପ୍ରଦାନ କରୁଛୁ। ଆମେ ଶୀଘ୍ର ଆମର ସବୁ କାରକୁ ଷ୍ଟେଜ ୬ ମାନକ ଇଞ୍ଜିନ ସହ ଆଣିବା ନେଇ ପ୍ରସ୍ତୁତ ରହିଛୁ।
– ମହିନ୍ଦ୍ରା ସହ ଫୋର୍ଡ ସହଭାଗିତା ସମ୍ପର୍କରେ କହିବେ?
– ମହିନ୍ଦ୍ରା ସହ ମିଳିତ ହୋଇ ଆଗାମି ଦିନରେ ସି- ଏସ୍‌ୟୁଭି ଆଣିବୁ। ଏହା ମଧ୍ୟମ ବର୍ଗରେ ଆସିବ। ଏହାବାଦ ମିଳିତ ହୋଇ ଇ-ଯାନ, କମ୍ପାକ୍ଟ କାର୍‌, ପାଓ୍ବାରଟ୍ରେନ କନେକ୍ଟେଡ କାର୍‌ ଆଣିବା ଦିଗରେ ଯୋଜନା ରହିଛି। ଇ-ଯାନ କ୍ଷେତ୍ରରେ ସମ୍ଭାବନା ଥିବାରୁ ଆଗକୁ ଏ କ୍ଷେତ୍ରରେ କାମ କରିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri