ଅଟୋ ପାର୍କିଂ, ଯାତ୍ରୀ ପରିବହନରେ କଟକଣା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ଆରଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇ ବଡ଼ଧରଣର ଜରିମାନା ଆଦାୟ କରାଯାଇଥିଲା। ଫଳରେ ରାଜଧାନୀରେ ବିନା କାଗଜପତ୍ରରେ ଗଡୁଥିବା ଅଧା ଅଟୋ ଗାଏବ ହୋଇଯାଇଥିଲା। କିନ୍ତୁ କାଗଜପତ୍ର ପ୍ରସ୍ତୁତି ପାଇଁ ୩ମାସ ମହଲତ ମିଳିବା ପରେ ଯେଉଁ କଥାକୁ ସେହି କଥା। ଅଟୋ ଚାଳକମାନେ ମନଇଚ୍ଛା ଯେଉଁଠି ପାଇଲେ ପାର୍କିଂ କଲେ ଓ ରାସ୍ତା ମଝିରେ ଅଟକାଇ ଯାତ୍ରୀ ନେଲେ। ଏନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ବଢିବା ପରେ ଅଟୋ ପାର୍କିଂ ଓ ଯାତ୍ରୀ ପରିବହନ କ୍ଷେତ୍ରରେ କଟକଣା ଲାଗୁ କରାଯାଇଛି। ରାଜଧାନୀର ୩ଟି ସ୍ଥାନରେ ଅଟୋ ପାର୍କିଂ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା କଳ୍ପନା ଛକ, ରାଜମହଲ ଛକ ଓ ବାଣୀବିହାର ଛକ। ଏହି ୩ ସ୍ଥାନରେ କେଉଁଠି ଗାଡି ପାର୍କିଂ କରାଯିବ ତାହା ଟ୍ରାଫିକ ଡିସିପି ସାଗରିକା ନାଥ ଓ ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ ପରିଦର୍ଶନ କରି ଚିହ୍ନଟ କରିଛନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
କଳ୍ପନା ଛକର ରାଜ୍ୟ ସଂଗ୍ରହାଳୟ ସମ୍ମୁଖରେ କୌଣସି ଗାଡି ପାର୍କିଂ କରାଯିବ ନାହିଁ। କିନ୍ତୁ ବିଏମ୍‌ସି ଅଫିସ୍‌ର ବିପରୀତ ଦିଗ ଅର୍ଥାତ୍‌ ମାଉସୀମା ମନ୍ଦିର ପଟରେ ଅଟୋ ଧାଡି କରି ପାର୍କିଂ କରିବାକୁ କୁହାଯାଇଛି। କୌଣସି ଅଟୋ ରାସ୍ତା ଉପରେ ଏବଂ ଅଗ୍ନିଶମ ଅଫିସ ଓ ରାଜ୍ୟ ସଂଗ୍ରହାଳୟର ୫୦ ମିଟର ପର୍ଯ୍ୟନ୍ତ ପାର୍କିଂ କରିବେ ନାହିଁ। କେବଳ ଅଟୋ ନୁହେଁ, ଅଗ୍ନିଶମ ଅଫିସଠାରୁ ରାଜ୍ୟ ସଂଗ୍ରହାଳୟ ପର୍ଯ୍ୟନ୍ତ କୌଣସି ବସ୍‌, ଟ୍ୟାକ୍ସି, ୪ଚକିଆ ଏବଂ ୨ଚକିଆ ଯାନକୁ ପାର୍କିଂ କରିବାକୁ ମନା କରାଯାଇଛି। ବସ୍‌ଗୁଡିକ ‘ବସ୍‌ ଓ୍ବେ’ ନିକଟରେ ରହିବେ।
ବାଣୀବିହାର ଛକରେ ୩ ସ୍ଥାନରେ ଅଟୋ ପାର୍କିଂ କରିବାକୁ ଅନୁମତି ମିଳିଛି। ସେଗୁଡ଼ିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖ ବାମପଟ, ମେଟ୍ରୋ ବିଲି୍ଡଂ ସମ୍ମୁଖ ଓ ଆଚାର୍ଯ୍ୟବିହାର ଯିବା ରାସ୍ତାର ବାମପଟ। ସେହିଭଳି ରାଜମହଲ ଛକରେ ମଧ୍ୟ ୩ଟି ସ୍ଥାନ ପାର୍କିଂ ପାଇଁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ଶିଶୁଭବନ ଯିବା ରାସ୍ତାର ବାମପଟ, ଏଜି ଛକ ଯିବା ରାସ୍ତାର ବାମପଟ ଏବଂ କଳ୍ପନା ଯିବା ରାସ୍ତାର ବାମପଟ।
ରବିବାର ଅପରାହ୍ନରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଏବଂ ଅଟୋ ମହାସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅଟୋ ଚାଳକମାନେ ଯଦି ମଦ ପିଇ ଗାଡି ଚଳାଇବେ, ୩ଜଣରୁ ଊର୍ଦ୍ଧ୍ୱ ଯାତ୍ରୀ ପରିବହନ କରିବେ ଏବଂ ପାର୍କିଂ ନିୟମ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଆସନ୍ତା ବର୍ଷ ଚାଲିବ ଭାରତର ପ୍ରଥମ ବୁଲେଟ ଟ୍ରେନ; ଘୋଷଣା ହେଲା ନୂଆ ରୁଟ

ନୂଆଦିଲ୍ଲୀ,୧୨।୭: ଭାରତରେ ଖୁବଶୀଘ୍ର ବୁଲେଟ ଟ୍ରେନ ଟ୍ରାକରେ ଦୌଡିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଘୋଷଣା କରିଛନ୍ତି ଯେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ପ୍ରଥମ…

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri