ଅଟୋମୋବାଇଲ ଉତ୍ପାଦନ ୟୁନିଟରେ ତାଲା

ନୂଆଦିଲ୍ଲୀ,୨୪-୩: କରୋନା ବ୍ୟାପିବା ଯୋଗୁ ଦେଶର ବିଭିନ୍ନ ଅଟୋମୋବାଇଲ୍‌ ମାନୁଫାକଚରିଂ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ୟୁନିଟ ବନ୍ଦ ଘୋଷଣା କରିଛନ୍ତି। ଉତ୍ପାଦନ ବନ୍ଦ ରଖିବା ନେଇ ଅଟୋମୋବାଇଲ ମାନୁଫାକଚରିଂ ସଂଘ ସିଆମ୍‌ ପକ୍ଷରୁ ଏହାର ସଦସ୍ୟଙ୍କୁ ନିବେଦନ କରାଯାଇଛି। ମଙ୍ଗଳବାର ବଜାଜ ଅଟୋ ଉତ୍ପାଦନ ବନ୍ଦ କରିଦେଇଥିବା ଘୋଷଣା କରିଛି। କରୋନାକୁ ରୋକିବା ଲାଗି ସରକାରଙ୍କ ପଦକ୍ଷେପ ମୁତାବକ ଏଭଳି ସତର୍କତା ଗ୍ରହଣ କରାଯାଇଥିବା ବଜାଜ ପକ୍ଷରୁ ସୂଚନା ଦିଆଯାଇଛି। ଅଫିସରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଓ୍ବାର୍କ ଫ୍ରମ ହୋମ୍‌ ସିଷ୍ଟମ ଲାଗୁ କରାଯାଇଛି। କର୍ମଚାରୀଙ୍କ ଅନ୍ତର୍ଜାତୀୟ ଗସ୍ତ ଏବଂ ବୈଠକକୁ ବାତିଲ କରିଦିଆଯାଇଛି। ଚକନରେ ରହିଥିବା କମ୍ପାନୀ ଏହାର ଉତ୍ପାଦନ ୟୁନିଟକୁ ବନ୍ଦ କରି ଦେଇଛି ବୋଲି ବଜାଜ ଅଟୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି। ଜରୁରୀ ସେବା ପାଇଁ କମ୍ପାନୀ ମାତ୍ର କିଛି ଲୋକଙ୍କୁ ନିଜ ପାଖରେ ରଖିଛି। ସରକାରଙ୍କ ନିର୍ଦ୍ଦେଶାବଳୀକୁ କଠୋର ଭାବେ ପାଳନ କରାଯାଇଥିବା ସେ ମତ ପ୍ରକାଶ କରିଛନ୍ତି। ଚକନ ପ୍ଲାଣ୍ଟ ବାଦ ପୁଣେର ଅକରୁଡି, ଔରଙ୍ଗାବାଦର ଓ୍ବାଲୁଜ ଏବଂ ଉତ୍ତରାଖଣ୍ଡର ପନ୍ତନଗର ମାନୁଫାକରିଂ ୟୁନିଟ ମଧ୍ୟ ବନ୍ଦ ରଖାଯାଇଛି।
ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ରହିଥିବା ଉତ୍ପାଦନ ୟୁନିଟରୁ ମାନୁଫାକରିଂ ବନ୍ଦ କରାଯାଇଥିବା କିଆ ମୋଟର୍ସ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ପୁନଶ୍ଚ ଅର୍ଡର ନ ଆସିବା ଯାଏ କମ୍ପାନୀର ଉତ୍ପାଦନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ ବୋଲି ଏହା ବିବୃତ୍ତିରେ କହିଛି। ହିରୋ ଗ୍ରୁପର ରକ୍‌ମ୍ୟାନ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସୋମବାର ଏହାର ୭ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି। ମାର୍ଚ୍ଚ ଶେଷ ଯାଏ ଏହି ପ୍ଲାଣ୍ଟ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଭିଇ କମର୍ସିଆଲ ଭେଇକିଲ ମଧ୍ୟ ମାର୍ଚ୍ଚ ଶେଷ ଯାଏ ଏହାର ଉତ୍ପାଦନକୁ ବନ୍ଦ କରି ଦେଇଥିବା ଜଣାପଡିଛି। ହ୍ୟୁଣ୍ଡାଇ ଏବଂ ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଉତ୍ପାଦନ ବନ୍ଦ କରିବା ନେଇ ଘୋଷଣା କରାଯାଇଛି। ହ୍ୟୁଣ୍ଡାଇ ପକ୍ଷରୁ ଏହାର ଚେନ୍ନାଇ ପ୍ଲାଣ୍ଟ ଏବଂ ଟୟୋଟା ଏହାର କର୍ନାଟକର ବିଦାବି ପ୍ଲାଣ୍ଟରେ ରହିଥିବା ଫାସିଲିଟିରୁ ଉତ୍ପାଦନ ବନ୍ଦ କରିଛି। ମାର୍ଚ୍ଚ ୨୩ ରୁ ଆଗାମୀ ନୋଟିସ ଆସିବା ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରହିବ ବୋଲି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ କୁହାଯାଇଛି।
ଏହାବାଦ କର୍ମଚାରୀଙ୍କ ନିରାପତ୍ତାକୁ ଆଧାର କରି କର୍ନାଟକ ପ୍ଲାଣ୍ଟରୁ ଉତ୍ପାଦନ ବନ୍ଦ ରଖାଯାଇଥିବା ଟୟୋଟା ସୂଚନା ଦେଇଛି। ରବିବାର ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ, ହୋଣ୍ଡା କାର୍‌ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଫିଆଟ ଉତ୍ପାଦନକୁ ବନ୍ଦ କରିଥିଲେ। ସେହିଭଳି ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ, ହୋଣ୍ଡା ମୋଟର ସାଇକେଲ, ସୁଜୁକି ମୋଟର ସାଇକେଲ ଇଣ୍ଡିଆ ମଧ୍ୟ ଉତ୍ପାଦନକୁ ବନ୍ଦ କରି ଦେଇଛନ୍ତି। ରେନୋ ଇଣ୍ଡିଆ ପକ୍ଷରୁ ଏହାର ଚେନ୍ନାଇ ଫାସିଲିଟିରୁ ଉତ୍ପାଦନକୁ ବନ୍ଦ ରଖାଯାଇଛି। ଏହା ସହ କମ୍ପାନୀ ଏହାର ସହାୟକ ଫାସିଲିଟିରୁ ଉତ୍ପାଦନକୁ ବନ୍ଦ ରଖିଥିବା କହିଛି। ସରକାରଙ୍କ ଆଗାମୀ ନୋଟିଫିକେଶନକୁ ଅପେକ୍ଷା କରାଯିବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରେନୋ ଇଣ୍ଡିଆ ଅପରେଶନର କଣ୍ଟ୍ରି ସିଇଓ ତଥା ଏମ୍‌ଡି ଭେଙ୍କଟରାମ ମାମିଲାପାଲେ କହିଛନ୍ତି। ଚେନ୍ନାଇ,ଗୁରଗାଓଁ, ମୁମ୍ବାଇ, କୋଲକାତା, ପୁଣେ ଭଳି ସ୍ଥାନରେ ରହିଥିବା କର୍ପୋରେଟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକରୁ କର୍ମଚାରୀମାନେ ଘରୁ କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏହାବାଦ ଟିଭିଏସ୍‌ ମୋଟର କମ୍ପାନୀ ମଧ୍ୟ ଏହାର ଭାରତ ଏବଂ ଇଣ୍ଡୋନେସିଆ ଫାସିଲିଟିରୁ ଉତ୍ପାଦନ ବନ୍ଦ କରିଛି। କର୍ମଚାରୀଙ୍କୁ ଘରୁ କାମ କରିବା ଲାଗି କମ୍ପାନୀ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଆକାଉଣ୍ଟରେ ଏତିକି ଟଙ୍କା ଡିପୋଜିଟ ଅଛି କି? ଜୁଲାଇ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ…

ବର୍ତ୍ତମାନ ପ୍ରାୟ ସବୁ ଲୋକଙ୍କର ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି। ପ୍ରତି ମାସରେ ଆପଣ ଏକ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମଧ୍ୟ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri