ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର

ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍‌ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା କରିଥିଲେ। ଏହି ଧାରାରେ ସେ ଓ୍ବିପ୍ରୋର ୭,୩୦୦ କୋଟି ଟଙ୍କାର ଅଂଶଧନକୁ ବିକ୍ରି କରିଥିବା ଜଣାପଡ଼ିଛି। ବାଏବ୍ୟାକ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରେମଜୀ ପ୍ରମୋଟରଙ୍କୁ ଏହି ଶେୟାର ବିକ୍ରି କରିଛନ୍ତି। ୨୧ ଜୁନରେ ଶେୟାର ପିଛା ୩୨୫ ଟଙ୍କା ମୂଲ୍ୟରେ ୩୨ କୋଟି ପୂର୍ଣ୍ଣ ପେଡ୍‌ ଅପ୍‌ ଇକ୍ୱିଟି ଶେୟାର ଲାଗି ପୋଷ୍ଟବାଏ ବ୍ୟାକ୍‌ ଅଫର ଘୋଷଣା କରାଯାଇଥିଲା ବୋଲି ଷ୍ଟକ ଏକ୍ସଚେଞ୍ଜକୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଫର ଗତ ମାସରେ ଶେଷ ହୋଇଥିବା ବେଳେ ଶେୟାର ବ୍ୟାଏବ୍ୟାକ ନେଇ ଓ୍ବିପ୍ରୋ ବୋର୍ଡ ପକ୍ଷରୁ ଚଳିତ ବର୍ଷ ଏପ୍ରିଲରେ ଘୋଷଣା କରାଯାଇଥିଲା। ଶେୟାର ବାଏବ୍ୟାକରୁ ମିଳୁଥିବା ଅର୍ଥ ମଧ୍ୟରୁ ସିଂହଭାଗ ଅଂଶ ଅଜିମ ପ୍ରେମଜୀ ଫାଉଣ୍ଡେଶନ ଦ୍ୱାରା ଜନ କଲ୍ୟାଣକାରୀ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଏହି ଫାଉଣ୍ଡେଶନ ଦୁନିଆର ପଞ୍ଚମ ବୃହତ ଏବଂ ଏସିଆର ସବୁଠାରୁ ବୃହତ ଦାତବ୍ୟ ଅନୁଷ୍ଠାନ।
ଅଜିମ ପ୍ରେମଜୀ ଚଳିତବର୍ଷ ଜୁଲାଇରେ ଓ୍ବିପ୍ରୋର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଅବସର ନେଇଛନ୍ତି। ଏହାପରେ କମ୍ପାନୀର ଦାୟିତ୍ୱ ତାଙ୍କ ପୁତ୍ର ରିଷଦ ପ୍ରେମଜୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ବ୍ଲୁମବର୍ଗ ବିଲିୟନାରୀ ସୂଚୀ ମୁତାବକ ଅଜୀମ ପ୍ରେମଜୀଙ୍କ ନିକଟରେ ମୋଟ ୧୮ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ଓ୍ବିପ୍ରୋରେ ଥିବା ନିଜର ଅଂଶଧନରୁ ଆସିଥିବା ଲାଭକୁ ଅଜିମ ପ୍ରେମଜୀ ଫାଉଣ୍ଡେଶନକୁ ଦେବା ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ଏହାର ଭାଲ୍ୟୁ ୧.୪୫ ଲକ୍ଷ କୋଟି ଟଙ୍କା ହେବ। ସମାଜ କଲ୍ୟାଣ ଲାଗି ବୃହତ୍ତ ପରିମାଣର ସମ୍ପତ୍ତି ଦାନ କରିଥିବା ବିଶ୍ୱର ପ୍ରମୁଖ ବ୍ୟକ୍ତି ଯଥା-ବିଲ୍‌ ଗେଟ୍‌ସ, ଓ୍ବାରେନ ବଫେଟ ଏବଂ ଜର୍ଜ ସୋରସଙ୍କ ଭଳି ବ୍ୟକ୍ତିଙ୍କ ସହ ପ୍ରେମଜୀଙ୍କ ନାମକୁ ସମକକ୍ଷ ମାନାଯାଇଥାଏ। ପ୍ରେମଜୀ ଫାଉଣ୍ଡେଶନ ଏକ ଚାରିଟେବୁଲ ଟ୍ରଷ୍ଟ ହୋଇଥିବା ବେଳେ ସରକାରଙ୍କ ସହ ମିଳିତ ହୋଇ ବିଭିନ୍ନ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପଛୁଆ ଅଞ୍ଚଳରେ ଏହା ଅନେକ କାମ କରିଛି। ବାଙ୍ଗାଲୋରଠାରେ ଫାଉଣ୍ଡେଶନ ପକ୍ଷରୁ ପ୍ରେମଜୀ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଇଛି। ଦେଶ ବିଭାଜନ ସମୟରେ ପ୍ରେମଜୀଙ୍କ ପରିବାର ଭାରତ ଚାଲି ଆସିଥିଲେ। ପାକିସ୍ତାନରେ ରହିବା ନେଇ ଏହାର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରସ୍ତାବକୁ ପ୍ରେମଜୀଙ୍କ ପରିବାର ଅଗ୍ରାହ୍ୟ କରି ଭାରତରେ ରହିବାକୁ ପସନ୍ଦ କରିଥିଲେ। ଅଜିମ ପ୍ରେମଜୀଙ୍କ ବାପା ମହମ୍ମଦ ହାସିନ ପ୍ରେମଜୀଙ୍କ ଜିନ୍ନା ପାକିସ୍ତାନର ଅର୍ଥମନ୍ତ୍ରୀ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ମାତ୍ର ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରି ସେ ପରିବାର ସହ ଭାରତ ଚାଲି ଆସିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ଉପରେ ବର୍ଷିଲେ ରଘୁରାମ ରାଜନ

ନୂଆଦିଲ୍ଲୀ, ୯ା୧୨:ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା କବଳରେ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ଦେଶ ମଧ୍ୟରେ ଆର୍ଥତ୍କ...

୭ ବଡ଼ ସହରରେ ୨୭% ଛୋଟ ହୋଇଛି ଫ୍ଲାଟ୍‌ ସାଇଜ୍‌

ନୂଆଦିଲ୍ଲୀ,୨୪-୯: ଫ୍ଲାଟ୍‌ କିଣିବାକୁ ହାତପାହାନ୍ତରେ ପହଞ୍ଚାଇବା ଲକ୍ଷ୍ୟରେ ବିଲ୍‌ଡର ମାନେ ଫ୍ଲାଟ୍‌ ସାଇଜ୍‌(ଆକାର) କମାଇବା ଆରମ୍ଭ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଦେଶର ୭...

ଅଧିକ ୧ କୋଟିଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷରେ ଆଉ ୧ କୋଟି ଲୋକଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ ଦେବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଲୋକଙ୍କୁ ସହଜରେ...

ଆଧାର ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ନଗଦ କାରବାର

ନୂଆଦିଲ୍ଲୀ,୭-୭: ଏଣିକି ପାନ୍‌ ବଦଳରେ ଆଧାର କାର୍ଡ ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କାରବାର କରିହେବ। ଏହାଛଡ଼ା ଯେଉଁଠି ପାନ୍‌ ବ୍ୟବହାର ଅନିବାର୍ଯ୍ୟ...

ନାଲ୍‌କୋର ରେକର୍ଡ ଉତ୍ପାଦନ

ଭୁବନେଶ୍ୱର, ୩।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟି ଏବଂ ଆଲୁମିନା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। କମ୍ପାନୀ...

ଭାରତର ଅଭିବୃଦ୍ଧି ୭.୧% ରହିବ:ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୩-୫: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡ଼ିପି ଅଭିବୃଦ୍ଧି ହାର ୭.୧% ରହିବ ବୋଲି ୟୁନାଇଟେଡ ନେସନ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶ...

ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଲା ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧-୧୧: ଦେଶର ବିତ୍ତୀୟ ନିଅଣ୍ଟ ବଜେଟ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଛି। ଚଳିତ ଆର୍ଥତ୍କ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୬.୫୨...

ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ

ମୁମ୍ବାଇ:  ଦେଶ ମଧ୍ୟରେ କୋଭିଡ ସଂକ୍ରମଣ ବଢିଚାଲିଛି। ଏଭଳି ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି ସରକାର ଆର୍‌ବିଆଇକୁ ନିର୍ଦ୍ଦେଶ ଦେଇଛି। ସୋମବାର ଠାରୁ...

Advertisement
Archives

Model This Week