Posted inଫୁରସତ

ଅଜବ ଶିଶୁଙ୍କ ଗଜବ କଥା

ଏମାନେ ସମସ୍ତେ ଛୋଟ ପିଲା। ସବୁ ପିଲାଙ୍କ ପରି ଏମାନଙ୍କର ବି କୁନି କୁନି ସ୍ବପ୍ନ। କିନ୍ତୁ ଅସାଧାରଣ ସେମାନଙ୍କ ଚେହେରା, ଯାହା ଅନ୍ୟମାନଙ୍କଠାରୁ ସେମାନଙ୍କୁ ଭିନ୍ନ କରେ । କିଏ ଆଜନ୍ମରୁ ଭିନ୍ନ ତ
କିଏ ନିଜକୁ ଭିନ୍ନ କରି ଗଢି ତୋଳିଛି । ଆଉ ପାଲଟିଛନ୍ତି ଜଣେ ଜଣେ ବିସ୍ମୟ ଶିଶୁ । ଜାଣନ୍ତୁ ସେମାନଙ୍କ ଜୀବନର ରୋଚକ କଥା…

ନାକ ନ ଥିବା ଝିଅ-ଜନ୍ମ ପରେ ଯେବେ ମା’ ଦେଖିଲେ ଝିଅ ତାଙ୍କର ବିନା ନାକରେ ଜନ୍ମ ହୋଇଛି, ସେ ବୁଝିପାରି ନ ଥିଲେ ଶିଶୁଟି କେମିତି ବଞ୍ଚିବ। ହେଲେ ଦିନ ବିତିବା ସହ ଶିଶୁଟି ଆରାମରେ ବଞ୍ଚତ୍ବା ସହ ସବୁବେଳେ ତା’ ମୁହଁରେ ଲାଖି ରହୁଥିଲା ହସ। ୟୁକେ, ମଘେରାସ୍ଥ ଗ୍ରେନ୍‌ ଇଭାନ୍‌ଙ୍କ ଝିଅ ଟେସା ଇଭାନ ଏଭଳି ଏକ ବିରଳ ସ୍ଥିତିରେ ଜନ୍ମ ହୋଇଥିଲେ। କେବଳ ସେତିକି ନୁହେଁ ତାଙ୍କ ହୃତ୍‌ପିଣ୍ଡରେ ଛୋଟ କଣା ଏବଂ ବାମ ଆଖିରେ କାଟାରାକ୍ଟ ଥିବାରୁ ସର୍ଜରି ସମୟରେ ଦୃଷ୍ଟିଶକ୍ତି ବି କମିଗଲା। ଶରୀରରେ ଏତେ ସବୁ ଅଭାବ ସତ୍ତ୍ୱେ ଅନ୍ୟ ପିଲାଙ୍କ ଭଳି ଟେସା ହସେ, ଖେଳେ, ନାଚିବାକୁ ବି ଭଲପାଏ। ନିକଟରେ ତାଙ୍କର ଏକ ପ୍ରୋସ୍ଥେଟିକ ନାକ ଲଗାଯାଇଛି। ବୟସ ବଢିବା ସହ ଏହି ନାକ ବି ବଦଳାଯିବ।
ଜନ୍ମରୁ ପାଚିଲା ଚୁଟି ଥିବା ଝିଅ- ସାଉଥକାରୋଲିନା, ରିଜଲାଣ୍ଡର କୁନି ଝିଅ ମିଲିଆନା ଓ୍ବରଦି। ଜନ୍ମରୁ ତାଙ୍କର ସାମ୍‌ନା ପଟ ଚୁଟି ପାଚିଲା। କେବଳ ତାଙ୍କର ନୁହେଁ ତାଙ୍କ ମା’ ବ୍ରିଆନାଙ୍କ ସାମ୍‌ନା ପଟ ଚୁଟି ବି ପାଚିଲା। ଏଭଳି ଅଜବ ବର୍ଥମାର୍କ ତାଙ୍କ ପରିବାରର ୪ ପିଢି ଧରି ରହିଆସିଛି। ମିଲିଆନା ହେଉଛନ୍ତି ଏହି ପରିବାରର ଚତୁର୍ଥ ପିଢି। ମିଲିଆନାଙ୍କ କେଶ ଧଳା ହେବା ସହ କେଶତଳଭାଗର ଚର୍ମରେ ବି ଧଳା ପ୍ୟାଚ୍‌ ପଡିଛି। ତେବେ ବ୍ରିଆନା ଝିଅକୁ ଏମିତି ବଢାଉଛନ୍ତି, ଯେମିତିକି ବଡ଼ ହେବାପରେ ନିଜର ଧଳା କେଶକୁ ନେଇ ସେ ନିଜକୁ ହୀନ ମନେ କରିବ ନାହିଁ। ବରଂ ନିଜକୁ ଖାସ୍‌ ଓ ସ୍ବତନ୍ତ୍ର ମନେ କରିବ।
ଘନ କେଶ ଥିବା ଶିଶୁ ଜୁନିୟର କକ୍ସ-ନୁନ୍‌ : ‘ଦ ଲିଟିଲ୍‌ ବିୟର୍‌ ’ଭାବେ ଏହି କୁନି ଶିଶୁଟି ପରିଚିତ । ବ୍ରିଟେନ୍‌, ୟୁକେର ଜୁନିୟର କକ୍ସଙ୍କର ଜନ୍ମରୁ ଥିଲା ପ୍ରଚୁର କେଶ। ଆଉ ତାହା ଅଜବ ବି ଥିଲା। କେଶ ମୋଟା, ବହଳ ହେବାସହ ତାହା ଉପରକୁ ଉଠିକି ରହୁଥିଲା। ତାଙ୍କ ମା’ଙ୍କୁ ଏହି କେଶ ସମ୍ଭାଳିବା ଲାଗି ବହୁତ କଷ୍ଟ କରିବାକୁ ପଡୁଥିଲା। ୮ ମାସ ହେବା ସମୟରେ ତାଙ୍କ ମା’ ତାଙ୍କ କେଶର ଫଟୋ ଉଠାଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଲମ୍ବା ଆଖିପତା ଥିବା ବାଳକ- ୧୨ ବର୍ଷ ବୟସ୍କ ମୁଇନ୍‌ ବଚୋନେଭ୍‌ଙ୍କ ଆଖିପତାର ଲମ୍ବ ପ୍ରାୟ ୨ ଇଞ୍ଚ ।
ଜନ୍ମ ସମୟରେ ତାଙ୍କ ଅଖିପତା ଏତେ ଲମ୍ବା ଥିଲ ଯେ, ତାହା ତାଙ୍କ ଓଠକୁ ଛୁଉଁଥିଲା। ଏବେ ତାହା ୧.୭ ଇଞ୍ଚ । ମସ୍କୋରେ ରହୁଥିବା ମୁଇନ୍‌ ନିଜ ଆଖିପତାକୁ ନେଇ ବେଶ୍‌ କମ୍ଫର୍ଟେବୁଲ। ରଷୀୟାନ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ବି ସେ ଲମ୍ବା ଆଖିପତା ପାଇଁ ସ୍ଥାନ ପାଇଛନ୍ତି। କେବଳ ଆଖିପତା ନୁହେଁ ମୁଇନ୍‌ଙ୍କ ଭ୍ରୁଲତା ବି ବେଶ୍‌ ବହଳ ଓ ଲମ୍ବା ।
ଗୁଇଲିଆନୋ ଷ୍ଟ୍ରୋ- ରୋମର ବାଳକ ଗୁଇଲିଆନୋ ମାତ୍ର ୨ ବର୍ଷ ବୟସରୁ ଜଣେ ବଡିବିଲ୍ଡର ଓ ଆଥଲେଟ୍‌ ହୋଇପାରିଥିଲେ। ତାଙ୍କ କୁନି ଶରୀରର ବଳିଷ୍ଠ ମାଂସପେଶୀ ଦେଖି ଲୋକେ ଚକିତ ହେଇଯାଉଥିଲେ। କଠିନରୁ କଠିନ ତାଲିମ ନେଇ ସେ ଅନେକ ଅସମ୍ଭବ କାମ କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛନ୍ତି। ଏବେ ସେ୧୫ ବର୍ଷ ବୟସର ବାଳକ।
୮ ମାସ ଝିଅର ଓଜନ ୧୭ କି.ଗ୍ରା.- ପଞ୍ଜାବର କୁନି ଝିଅ ଚାହତ କୁମାରଙ୍କ ଓଜନ ଜନ୍ମବେଳେ ସାଧାରଣ ଥିଲା। କିନ୍ତୁ ୪ ମାସର ହେବାବେଳକୁ ଅସ୍ବାଭାବିକଭାବେ ଓଜନ ବୃଦ୍ଧି ହେବାରେ ଲାଗିଲା। ଆଉ ୮ ମାସ ବେଳକୁ ଓଜନ ବଢି ବଢି ୧୭ କି.ଗ୍ରା.କୁ ପହଞ୍ଚତ୍ଗଲା। ଚାହତଙ୍କ ମା’ ରୀନା କହନ୍ତି, ଚାହତ ସାଧାରଣ ଶିଶୁ ଭଳି ନୁହେଁ। ତାକୁ ବାରମ୍ବାର ଭୋକ ଲାଗେ। ଖାଇବାକୁ ନ ଦେଲେ କାନ୍ଦେ। ହେଲେ ଅନ୍ୟ ପିଲାଙ୍କ ଭଳି ତାକୁ ବି ବାହାରକୁ ଯାଇ ଖେଳିବାକୁ ଇଚ୍ଛା ହୁଏ। କିନ୍ତୁ ଓଜନ ଅଧିକ ଥିବାରୁ ଟେକି ବାହାରକୁ ନେଇ ହୁଏନା। ସେ ବି ଭଲରେ ଚାଲିପାରେନା।


Enter your email to get our daily news in your inbox.

All Right Reserved By Dharitri.Com

କେଇ ସେକେଣ୍ଡରେ ୬ ଫୁଟର କୁମ୍ଭୀରକୁ ଜଳଖିଆ କରିଦେଲା ଅନ୍ୟ କୁମ୍ଭୀର; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଶାଳକାୟ କୁମ୍ଭୀର ଅନ୍ୟ ଏକ ଛଅ ଫୁଟର କୁମ୍ଭୀରର ଶିକାର କରୁଥିବା ଦେଖାଯାଇଛି।...

୧୦୦ ଫୁଟ୍‌ ଉପରେ ଟଏଲେଟ୍‌

ଲଣ୍ଡନ: ବର୍ତ୍ତମାନ ଲୋକେ ବହୁ ଆଡ୍‌ଭେଞ୍ଚରରେ ଯିବାକୁ ପସନ୍ଦ କରୁଛନ୍ତି। ଲଣ୍ଡନରେ ଏପରି ଏକ ଆଡ୍‌ଭେଞ୍ଚର ଦେଖିବାକୁ ମିଳୁଛି। ଲୋକମାନେ ଟଏଲେଟ୍‌ ଯିବା ସମୟରେ ମଧ୍ୟ...

ଅନ୍‌ପିୟୋଙ୍ଗ-ରି’କୁ ୧୦୦ ମିଲିୟନ୍‌ ଡଲାର ଦାନ

ସିଓଲ: ଯଦି କେହି ବ୍ୟକ୍ତି ଲୋକଙ୍କ ପାଇଁ କିଛି ଭଲ କାମ କରିଥାଏ, ତେବେ ତାଙ୍କୁ ଲୋକେ ମନେରଖିଥା’ନ୍ତି। ନିକଟରେ ଜଣେ ଧନୀ ବ୍ୟକ୍ତି ଲୋକଙ୍କ...

ସଚିନ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂହ ଧୋନୀ ଶିକ୍ଷକ ଚାକିରି ପାଇଁ କଲେ ଆବେଦନ; ସାକ୍ଷାତକାର ନିଶ୍ଚିତ ହେବା ପରେ…

ରାୟପୁର: ନିଯୁକ୍ତିରେ ସ୍କାମ୍‌ର ଅନେକ ଘଟଣା ସାମ୍ନାକୁ ଆସିଥାଏ। ହେଲେ ବିଗତ କିଛି ବର୍ଷ ଧରି ନକଲି ନାମରେ ଆବେଦନ କରିବା ଦେଖିବାକୁ ମିଳୁଛି। କେହି...

ଓଲଟି ପଡ଼ିଲା ମଦ ଭର୍ତ୍ତି ଟ୍ରକ, ଆଉ ତା ପରେ…

ଓଲଟିପଡ଼ିଲା ମଦ ଭର୍ତ୍ତି ଟ୍ରକ। ଗୋଟିଏ ପରେ ଗୋଟିଏ ପେଟି ବୋହିନେଲେ ଲୋକେ। ଆସାମର ସେପୋନ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଅଞ୍ଚଳଦେଇ...

୮ ଭାଇଭଉଣୀଙ୍କ ସହ ପିତାମାତାଙ୍କୁ କରି ଦିଆଯାଇଥିଲା ହତ୍ୟା, ପାକିସ୍ତାନରୁ ଭାରତ ଚାଲି ଆସି କୀର୍ତ୍ତିମାନ ରଚିଥିଲେ…

ନୂଆଦିଲ୍ଲୀ,୧୯।୬: କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କ ପରଲୋକ ସହ ଏକ ଯୁଗର ଅବସାନ ହୋଇଛି। ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ନେଇଥିବା ଖବର ଜଣାପଡ଼ିବା...

ସ୍ବାବ୍‌ ସଂଗ୍ରହ କରିବାକୁ ଯାଇଥିବା ଡାକ୍ତରଙ୍କ ମୁହଁରେ କାଶିଲେ କରୋନା ରୋଗୀ: କହିଲେ ଏଭଳି କିଛି

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ...

ପତ୍ରରେ ଏମ୍ବ୍ରୋଏଡରୀ

ଏମ୍ବ୍ରୋଏଡରୀ ହୋଇଥିବା କପଡ଼ାର ପୋଷାକ ପିନ୍ଧିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି କଳାକୁ ଏକ ଭିନ୍ନ ରୂପ ଦେଇଛନ୍ତି ରିଚମଣ୍ଡ, ଭର୍ଜିନିଆର ହିଲାରୀ...

Advertisement
Archives

Model This Week