ଅଚଳ ମାଲେସିଆ ଜାହାଜରୁ ତେଲ ଲିକ୍‌ ଆଶଙ୍କା: ଚିଲିକାକୁ ବିପଦ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡିବାରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୮ଦିନ ହେବ ଅଟକି ରହିଛି। ଏବେ ଏଥିରୁ ତେଲ ଲିକ୍‌ ହେବା ଆଶଙ୍କା ଦେଖାଦେଇଛି। ତେଣୁ ତୁରନ୍ତ ଉକ୍ତ ସ୍ଥାନରୁ ଜାହାଜଟିକୁ ହଟାଇବାକୁ ଗୁରୁତ୍ୱ ଦେଇଛି ଭାରତୀୟ ତଟରକ୍ଷୀ ବାହିନୀ। ଏନେଇ ବୁଧବାର ସମ୍ପୃକ୍ତ ଜାହାଜ କମ୍ପାନୀକୁ ଚିଠି ଲେଖି ଅବଗତ କରାଯାଇଛି।
ଭାରତୀୟ ତଟରକ୍ଷୀ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମାଲେସିଆସ୍ଥିତ ‘ଟଗ୍‌ ଜିନ୍‌ ହ୍‌ୱା’ କମ୍ପାନୀର ଏହି ଜାହାଜରେ ବିପୁଳ ପରିମାଣର ତେଲ ରହିଛି। ୩୦ ହଜାର ଲିଟର ଡିଜେଲ ଥିବାବେଳେ ଜାହାଜରେ ୧୦୦୦ ଲିଟର ଲ୍ୟୁବ୍‌ ଅଏଲ ଏବଂ ୨୦୦ ଲିଟର ହାଇଡ୍ରୋଲିକ୍‌ ଅଏଲ ମଧ୍ୟ ଠୁଳ ହୋଇ ରହିଛି। ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ପବନ ମାଡ଼ରେ ଜାହାଜ କ୍ଷତିଗ୍ରସ୍ତ ହୋଇ ତେଲ ଲିକ୍‌ ହେବା ଆଶଙ୍କା କରାଯାଉଛି। ତେଲ ଲିକ୍‌ ହେଲେ ମୁହାଣ ଦେଇ ଚିଲିକା ଜଳରେ ମିଶିବ। ଏହାଦ୍ୱାରା ଚିଲିକାର ଜୈବ ବିବିଧତା ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ଚିଲିକା ଜଳ ବିଷାକ୍ତ ହେବାସହ ଶତାଧିକ ପ୍ରଜାତିର ଜଳଜୀବ ଏବଂ ବିରଳ ଇରାଓ୍ବାଡ଼ି ଡଲ୍‌ଫିନ୍‌ଙ୍କୁ ଏହା ବିଶେଷ କ୍ଷତି ପହଞ୍ଚାଇବ ବୋଲି ଆଶଙ୍କା କରାଯାଉଛି। ଏପରିକି ଚିଲିକାର ପ୍ରାକୃତିକ ପରିବେଶକୁ ଏହା ନଷ୍ଟ କରିପାରେ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜାହାଜରୁ ତେଲ ଲିକ୍‌ ଯେପରି ନ ହେବ ସେଥିଲାଗି ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ପ୍ରକଳ୍ପକୁ ୫୮୮ କୋଟିର ଜମି ଆବଣ୍ଟନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟରେ ପ୍ରାୟ ୫୮୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବା ୨୮ଟି ଶିଳ୍ପ ପ୍ରକଳ୍ପକୁ ଜମି ଯୋଗାଇ ଦିଆଯାଇଛି। ଏହି ଶିଳ୍ପ କାର୍ଯ୍ୟକ୍ଷମ...

ଅମାନିଆ ହୋଇ ଡଙ୍ଗା ଧାରରେ ବସିଥିଲେ: ଖସିପଡ଼ିବାରୁ ଜୀବନ ଗଲା

ଚିତ୍ରକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡଙ୍ଗାରୁ ନଦୀରେ ଖସିପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ପଡ଼ା ପଞ୍ଚାୟତ ବାଇଲିଗୁମା ଗ୍ରାମର ଘେନୁ...

ଜୟପୁର ବିମାନବନ୍ଦରରୁ ସପ୍ତାହର ସବୁଦିନ ଉଡ଼ିବ ବିମାନ

ଜୟପୁର,୮।୧(ନି.ପ୍ର.): ଜୟପୁର ବିମାନବନ୍ଦରରୁ ଏଣିକି ସପ୍ତାହର ସବୁଦିନ ବିମାନ ଉଡ଼ିବ। ରବିବାର ମଧ୍ୟ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାକୁ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ...

CORONAVIRUS UPDATE: ରାଜ୍ୟରେ ୧୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଓଡ଼ିଶା ପାଇବ ଏମ୍‌ଏସ୍‌ଏମ୍‌ଇ-୨୦୨୨ ପୁରସ୍କାର

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ବତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି...

୫୦୦୦କୋଟିର ପୁଞ୍ଜିନିବେଶ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୧୬।୯:ଓଡ଼ିଶାରେ ଉତ୍ତମ ବିଦ୍ୟୁତ୍‌ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଓ ଟାଟା ପାଓ୍ବାର ମଧ୍ୟରେ ଏକ ରାଜିନାମା ସ୍ବାକ୍ଷର ହୋଇଛି। ଉକ୍ତ ରାଜିନାମା...

ନିଟ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ଏନଟିଏ) ତରଫରୁ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା...

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫% ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ୧ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୯ ଜିଲା ୬୩...

Advertisement
Archives

Model This Week