ଅଗଷ୍ଟ ପୂର୍ବରୁ ମିଳିପାରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୨୫ ତାରିଖରୁ ଘରୋଇ ବଜାରରେ ବିମାନ ସେବା ପୁଣି ଥରେ ଶୁଭାରମ୍ଭ କରିବା ଲାଗି ସରକାର ନିକଟରେ ଘୋଷଣା କରିଛନ୍ତି। ସେହିଭଳି ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବା ଲୋକଙ୍କୁ ମିଳିପାରେ। ଏହାପୂର୍ବରୁ ଉକ୍ତ ସେବା ଯୋଗାଇଦେବାକୁ ସରକାର ଚେଷ୍ଟା କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ସୂଚନା ଦେଇଛନ୍ତି। ସ୍ଥିତିକୁ ଦେଖି ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। କରୋନା ଭାଇରସ୍‌ ଜନୀତ ଲକ୍‌ଡାଉନ ଲାଗି ସରକାର ମାର୍ଚ୍ଚ ୨୫ଠାରୁ ସବୁ ଫ୍ଲାଇଟ ସେବାକୁ ବନ୍ଦ କରିଦେଇଛନ୍ତି। ବନ୍ଦେ ଭାରତ ମିଶନ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୫୦ ହଜାର ଲୋକଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି। ପରିବର୍ତ୍ତିତ ଆଇନ ଅନୁସାରେ ଲୋକଙ୍କୁ ବିମାନ ସେବା ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌-୧୯ ଝଟକା ସହିବାକୁ ପ୍ରସ୍ତୁତ ରୁହ: ଆଇଏମ୍‌ଏଫ୍‌

  ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନର କରୋନା ମହାମାରୀ ବିଶ୍ୱର ବିକଶିତ ତଥା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଲାଗି ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିଛି। କରୋନା ପୂର୍ବରୁ ବିଶ୍ୱ...

ସେନ୍‌ସେକ୍ସ ୬୧୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩।୧୨: କୋଭିଡ୍‌ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ଭୟର ବାତାବରଣ ମଧ୍ୟରେ କ୍ରମାଗତ ୨ୟ ଦିନ ପାଇଁ ଶେୟାର ବଜାରରେ ଉସତ୍ାହ ଦେଖାଦେଇଛି। ବିଗତ ଦିନର ବିଭିନ୍ନ...

ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର...

ରାଉରକେଲାରେ କଲ୍ୟାଣ ଜୁଏଲର୍ସ ଉଦ୍‌ଘାଟିତ

ଭୁବନେଶ୍ୱର/ରାଉରକେଲା ଅଫିସ,୧୯।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ରାଉରକେଲା ସିଭିଲ...

ଅନୁଗୋଳରେ ଟିପିସିଓଡିଏଲ୍‌ର ନୂଆ ଏସ୍‌ଡିସି

ଭୁବନେଶ୍ୱର,୧।୩: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଆଉ ଏକ ‘ଦକ୍ଷତା ବିକାଶ କେନ୍ଦ୍ର’(ଏସ୍‌ଡିସି)ର ଶୁଭାରମ୍ଭ କରାଯାଇଛି। ଏପରିକି ଅନୁଗୋଳଠାରେ ଟିପିସିଓଡିଏଲ୍‌ର ନୂଆ...

ଫ୍ୟୁଚର ଗ୍ରୁପ୍‌ ସହ ଚୁକ୍ତି ବାତିଲ କଲା ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୪।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ ସହ ନିଜର ୨୪,୭୧୩ କୋଟି ଟଙ୍କାର କାରବାରକୁ ବାତିଲ କରି ଦିଆଯାଇଛି। ଏହି କାରବାରକୁ ଋଣଦାତାଙ୍କ...

ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର...

୭୮ହଜାରଙ୍କୁ ନିଯୁକ୍ତି ଦେବ ଟିସିଏସ୍‌

ନୂଆଦିଲ୍ଲୀ,୧୦।୧୦: କୋଭିଡ୍‌ ସଂକ୍ରମଣର ଭୟାବହତା କିଛି ପରିମାଣରେ ହ୍ରାସ ପାଇଛି। ଏହାକୁ ନଜରରେ ରଖି ଆଇଟି କମ୍ପାନୀଗୁଡ଼ିକ ନୂଆ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।...

Advertisement
Archives

Model This Week