ଅକ୍ସିଜେନ ଯୋଗାଇବାରେ ଅସୁବିଧା ହେଉଥିବା ଜଣାଇଲା ସଂସ୍ଥା: ଏସ୍‌ସିବିରେ ଉପୁଜିପାରେ ଗୋରଖପୁର ମେଡିକାଲ ସ୍ଥିତି

କଟକ ଅଫିସ,୨୧।୭: ଏସ୍‌ସିବି ମେଡିକାଲରେ ଉପୁଜିପାରେ ଗୋରଖପୁର ମେଡିକାଲ ଭଳି ସ୍ଥିତି। କାରଣ ମେଡିକାଲକୁ ଅକ୍ସିଜେନ ଯୋଗାଉଥିବା ସଂସ୍ଥା ୪ମାସର ଟଙ୍କା ପାଇନାହିଁ। ବିଲ୍‌ ପାଇ ନ ଥିବାରୁ ଅକ୍ସିଜେନ ଯୋଗାଇବାରେ ଅସୁବିଧା ଉପୁଜୁଥିବା ଯୋଗାଣକାରୀ ସଂସ୍ଥା ପକ୍ଷରୁ ମେଡିକାଲକୁ ବିଧିବଦ୍ଧଭାବେ ଅବଗତ କରାଯାଇଛି। ମେଡିକାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ତା ସାଙ୍ଗକୁ ତାଳ ଦେଇ ଅକ୍ସିଜେନର ଆବଶ୍ୟକତା ମଧ୍ୟ ବଢୁଛି। ଦୁଇଦିନ ତଳେ ପଲମନାରୀ ବିଭାଗ ପକ୍ଷରୁ ମେଡିକାଲ ଅଧୀକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି, ଉକ୍ତ ବିଭାଗ ପାଇଁ ଦିନକୁ ୧୦୦ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ରହିଛି। କାରଣ ରିକୁ(ରେସପିରେଟୋରୀ ଇଣ୍ଟେନସିଭ କେୟାର ୟୁନିଟ)ରେ ରୋଗୀ ବଢୁଥିବା ଯୋଗୁ ଅକ୍ସିଜେନର ଆବଶ୍ୟକତା ବଢୁଥିବା ଉକ୍ତ ବିଭାଗର ମୁଖ୍ୟ ପ୍ରଫେସର ଅଧୀକ୍ଷକଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲରେ ଦିନକୁ ଅତି କମ୍‌ରେ ୪୨ କିଲୋଗ୍ରାମ ଓଜନ ବିଶିଷ୍ଟ ୪୦୦ଟି ସିଲିଣ୍ଡର ଦରକାର। ଖାସ୍‌କରି ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ଅକ୍ସିଜେନ ବିନା ଜୀବନ ବଞ୍ଚାଇବା ସମ୍ଭବ ନୁହେଁ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ କିମ୍ବା ସରକାର ସମ୍ବେଦନହୀନ ହୋଇପଡିବା ରୋଗୀମାନଙ୍କ ପାଇଁ କାଳ ସଦୃଶ ହୋଇଛି। ଯଦି ଯୋଗାଣକାରୀ ସଂସ୍ଥା ଅକ୍ସିଜେନ ଦେବା ବନ୍ଦ କରିଦିଏ, ତେବେ ଉତ୍ତରପ୍ରଦେଶର ଗୋରଖପୁର ମେଡିକାଲ ଭଳି ସ୍ଥିତି ଯେ ନ ଉପୁଜିବ ସେ ଗ୍ୟାରେଣ୍ଟି କିଏ ଦେବ ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଅକ୍ସିଜେନ ଯୋଗାଣକାରୀ ସଂସ୍ଥା ଯୋଗାଣ ବନ୍ଦ କରିବ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହା ଅମୂଳକ। କାରଣ ଉକ୍ତ ସଂସ୍ଥା ସହିତ ହୋଇଥିବା ଏମଓୟୁ ଅନୁଯାୟୀ କୌଣସି ପରିସ୍ଥିତିରେ ସଂସ୍ଥା ଯୋଗାଣ ବନ୍ଦ କରି ପାରିବନାହିଁ। ତେବେ ଆସନ୍ତା ୨୫ ତାରିଖ ମଧ୍ୟରେ ବକେୟା ସମସ୍ତ ବିଲ ପଇଠ କରାଯିବ।
ଏସ୍‌ସିବି ମେଡିକାଲକୁ ଆନନ୍ଦ ଗ୍ୟାସ ପ୍ରାଇଭେଟ ଲିମିଟେଡ ଓ ପାରାଦୀପ ଗ୍ୟାସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅକ୍ସିଜେନ ଯୋଗାଣ କରାଯାଉଛି। ମାତ୍ର ଉକ୍ତ ଦୁଇ ସଂସ୍ଥା ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ ମାସର ବିଲ ମେଡିକାଲ ଠାରୁ ପାଇନି। ଆନନ୍ଦ ଗ୍ୟାସ ମେଡିକାଲ ଠାରୁ ୩୮ଲକ୍ଷ ୧୭ ହଜାର ୫୬୧ ଟଙ୍କା ପାଇବାକୁ ଥିବାବେଳେ ପାରାଦୀପ ଗ୍ୟାସ ପ୍ରାଇଭେଟ୍‌ ଲିମିଟେଡ ୩୨ ଲକ୍ଷ ୩୪ ହଜାର ୧୦୯ ଟଙ୍କା ପାଇବ ବୋଲି ମେଡିକାଲ ପକ୍ଷରୁ ଜଣାପଡିଛି।

ସୂଚନାଯୋଗ୍ୟ, ୨୦୧୭ ଅଗଷ୍ଟରେ ଉତ୍ତରପ୍ରଦେଶ ରାଜ୍ୟର ଗୋରଖପୁର ଠାରେ ଥିବା ବାବା ରାଘବଦାସ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬୦ଜଣ ଶିଶୁରୋଗୀଙ୍କ ମୃତ୍ୟୁ ଘଟିଥିଲା। ଅକ୍ସିଜେନ ଅଭାବର କାରଣ ଥିଲା ଯେ, ମେଡିକାଲ ଉପରେ ଯୋଗାଣକାରୀ ସଂସ୍ଥାର ୬୮ଲକ୍ଷ ଟଙ୍କା ବାକି ପଡିଥିଲା। ବକେୟା ଟଙ୍କା ପାଇଁ ଉକ୍ତ ସଂସ୍ଥା ମେଡିକାଲକୁ ବାରମ୍ବାର ଚିଠି ଲେଖିଥିଲା। ହେଲେ ମେଡିକାଲ କର୍ତ୍ତୃପକ୍ଷ ବକେୟା ଟଙ୍କା ପଇଠ କରି ନ ଥିଲେ। ଫଳରେ ଯୋଗାଣକାରୀ ସଂସ୍ଥା ମେଡିକାଲକୁ ଅକ୍ସିଜେନ ଯୋଗାଣ ବନ୍ଦ କରିଦେଇଥିଲା। ଏବେ ଏସ୍‌ସିବି ମେଡିକାଲ କ୍ଷେତ୍ରରେ ସମାନ ପରିସ୍ଥିତି ଉପୁଜିବାକୁ ଯାଉଛି। ମାର୍ଚ୍ଚରୁ ବିଲ୍‌ ପାଇ ନ ଥିବାରୁ ଯୋଗାଣକାରୀ ସଂସ୍ଥା ଏସ୍‌ସିବିକୁ ଇତିମଧ୍ୟରେ ପ୍ରତି ମାସରେ ବାକି ଟଙ୍କା ପାଇଁ ଚିଠି ଲେଖି ଚାଲିଛି। ଗୋରଖପୁରରେ ୬୮ଲକ୍ଷ ଟଙ୍କା ବାକି ଥିବାବେଳେ ଏସ୍‌ସିବିରେ ୭୦ଲକ୍ଷ ବାକି ପଡିଛି। ଯଦି ଯୋଗାଣକାରୀ ସଂସ୍ଥା ଯୋଗାଣ ବନ୍ଦ କରିଦିଏ ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ କହିବାନୁଯାୟୀ, ଯୋଗାଣକାରୀ ସଂସ୍ଥାକୁ ଖୁବ୍‌ଶୀଘ୍ର ବକେୟା ବିଲ ପଇଠ କରାଯିବାକୁ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କା ଭିତରେ ଭଲ ଫଳକୁ ଅପେକ୍ଷା

ଭୁବନେଶ୍ୱର,୧୭।୬: ଦେଶରେ କୋଭିଡ୍‌ ସଂକ୍ରମଣ ଯୋଗୁ ଶିକ୍ଷା ବ୍ୟବସ୍ଥା ବେଶ୍‌ ପ୍ରଭାବିତ ହୋଇଛି। ୨୦୧୯-୨୧ ଶିକ୍ଷାବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ...

ବନ୍ଦ ହେଲା ଅଦିନିଆ ରଥଯାତ୍ରା

ପୁରୀ ଅଫିସ, ୮ା୧୨: ବହୁ ବାଦବିବାଦ ପରେ ବନ୍ଦ ହୋଇଛି ଅଦିନିଆ ରଥଯାତ୍ରା। ଅସମୟରେ ରଥଯାତ୍ରା କରିବା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌...

ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ

ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।...

‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା...

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ବସିଲାଣି। ଗତ ଜାନୁୁଆରୀରୁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସହରରୁ ୨୩୫ଜଣ ଡେଙ୍ଗୁରୋଗୀ...

ଭାଜପା କୃଷକ ମୋର୍ଚ୍ଚାର ନୂଆ ଜିଲା ପ୍ରଭାରୀ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା...

ରାଜ୍ୟରେ ମୌସୁମୀ ସକ୍ରିୟ: ବିଭିନ୍ନ ଜିଲାରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ...

ଓଡ଼ିଶାରୁ ଦୁଇ ଜଣଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯-୨୦ ପାଇଁ ଶୁକ୍ରବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି। ଏହା ରାଷ୍ଟ୍ରପତି ଭବନରେ ଭର୍ଚୁଆଲରେ ଆୟୋଜିତ ହୋଇଥିଲା।...

Advertisement
Archives

Model This Week