ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌ରେ ହେବ। ପ୍ରତ୍ୟେକ ଦିନ ତିନୋଟି ସିଫ୍ଟରେ କରାଯିବ। ପରୀକ୍ଷାର କେଉଁ ସିଫ୍ଟରେ କ’ଣ ଅଛି ତା’ର ସମ୍ପୂର୍ଣ୍ଣ ସୂଚନା ସହିତ ରୋଲ୍‌ ନମ୍ବର, ସିଫ୍ଟ ଏବଂ ପରୀକ୍ଷା କେନ୍ଦ୍ର, ଆଡମିଟ୍‌ କାର୍ଡ ଓଜେଇଇ ଅଫିସିଆଲ ଓ୍ବେବ୍‌ସାଇଟ୍‌ www.ojee.nic.in ବା www.o।ishajee.comରେ ଚଳିତମାସ ଶେଷ ସୁଦ୍ଧା ଉପଲବ୍ଧ ହେବ। ଛାତ୍ରୀଛାତ୍ର ଉପରୋକ୍ତ ୱେବ୍‌ସାଇଟ ଖୋଲି ପରୀକ୍ଷା ସମ୍ବନ୍ଧୀୟ ଆବଶ୍ୟକ ସୂଚନା ପାଇପାରିବେ।
ଏଥର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଛି। ସେଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି(ଗଜପତି), ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ(କନ୍ଧମାଳ), କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଓ ସମ୍ବଲପୁର। ସେହିପରି ରାଜ୍ୟ ବାହାରେ ଝାଡ଼ଖଣ୍ଡର ରାଞ୍ଚତ୍, ପଶ୍ଚିମବଙ୍ଗର କୋଲକାତା ଓ ବିହାରର ପାଟଣାଠାରେ ମଧ୍ୟ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ପରୀକ୍ଷା ଚଳିତବର୍ଷ ମେ’ ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ ପାଇଁ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ପାଇଁ ଓଜେଇଇ ପରୀକ୍ଷାକୁ ସ୍ଥଗିତ କରିଥିଲା। ତେବେ ଏହି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ କରାଯିବ ବୋଲି ଶୁକ୍ରବାର ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ଦେବାରେ ଛାତ୍ରୀଛାତ୍ରମାନେ ଯେପରି ଅସୁବିଧା ସମ୍ମୁଖୀନ ନ କରନ୍ତି, ସେଥିପାଇଁ ଚଳିତବର୍ଷ ରାଜ୍ୟରେ ଆଉ ୬ଟି ସହର ଓ ରାଜ୍ୟ ବାହାରେ ୩ଟି ସହରରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧,୨୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ...

ବିରୋଧ ପରେ ଗଙ୍ଗନଗରରେ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରାଜଧାନୀରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି। ହେଲେ ବିରୋଧ ଯୋଗୁ ଉଚ୍ଛେଦ ବାଧାପ୍ରାପ୍ତ ହେଉଛି। ଗୁରୁବାର ଏନ୍‌ଫୋର୍ସମେଣ୍ଟ...

ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...

ଭୁବନେଶ୍ୱର ଆଖପାଖରେ କୋହଲା ପାଗ: ୧୭, ୧୮ରେ ବର୍ଷା, ପବନ

ଭୁବନେଶ୍ୱର, ୧୬।୩(ବ୍ୟୁରୋ):କଟକ ଓ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ସହ କୋହଲା ପାଗ ରହିଛି । ଓଡ଼ିଶା ଉପରେ ଏକ...

ଶୂନ୍ୟରେ ଚାଲିଛି ୮୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ପାରାଦୀପ,୯ା୧(ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପରେ ବାଲ୍ୟଶିକ୍ଷା ପାଇଁ ଉଦ୍ଦିଷ୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ପରିଚାଳନା ନୀତି ଏକପ୍ରକାର ପ୍ରହସନ ପାଲଟିଛି। ୨୦୧୧ରୁ ପାରାଦୀପ ପୌରାଞ୍ଚଳର...

ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ: ବଜାରରେ ଭିଡ଼ କଲେ ସଟ୍ ଡାଉନ୍‌ଠାରୁ ନିଆଯିବ ବଡ଼ ପଦକ୍ଷେପ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଜନସାଧାରଣଙ୍କୁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ୮ଟା ରେ ସଟ୍...

୪ କିମି ଭାରରେ ବୁହା ହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୫ା୯(ଡି.ଏନ.ଏ.): ଏବେବି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଉପଯୁକ୍ତ ସଚେତନତା ଓ ବିଭିନ୍ନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶର ଅଭାବ ଯୋଗୁ ବିଭିନ୍ନ...

ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି...

Advertisement
Archives

Model This Week