ବଲିଉଡ ଅଭିନେତା ବିବେକ ଓବରୟ ନିଜ ଅଭିନୟ ମାଧ୍ୟମରେ ହୃଦୟ ଜିତିଛନ୍ତି। ଏବେ ସେ ଏକ ମହାନ ଉଦ୍ଦେଶ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ‘ରାମାୟଣ’ ଫିଲ୍ମରେ ଅଭିନୟ ପାଇଁ ମିଳିଥିବା ପାରିଶ୍ରମିକ ଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ ସାକ୍ଷାତକାରରେ ବିବେକ କହିଛନ୍ତି, ସେ ‘ରାମାୟଣ’ରୁ କୌଣସି ଟଙ୍କା ଚାହାଁନ୍ତି ନାହିଁ ଏବଂ ଏହି ଅର୍ଥକୁ ଏକ ଭଲ ଉଦ୍ଦେଶ୍ୟ ପାଇଁ ଦାନ କରିବାକୁ ଚାହାଁନ୍ତି। କ୍ୟାନସର୍ ରୋଗ ସହିତ ଲଢ଼ୁଥିବା ପିଲାଙ୍କ ପାଇଁ ଏହି ଅର୍ଥ ଲାଗୁ। ଏନେଇ ସେ ପ୍ରଯୋଜକ ନମିତ ମାଲହୋତ୍ରାଙ୍କୁ ମଧ୍ୟ ଜଣାଇଦେଇଥିଲେ।
ଏହି ଫିଲ୍ମରେ ରଣବୀର କପୁର, ସନି ଦେଓଲ, ‘କେଜିଏଫ’ ଷ୍ଟାର ୟଶ ଏବଂ ସାଇ ପଲ୍ଲବୀଙ୍କ ଭଳି କଳାକାରମାନେ ଅଛନ୍ତି। ବିବେକ ‘ରାମାୟଣ’ରେ ବିଭୀଷଣଙ୍କ ଭୂମିକାରେ ଅଭିନୟ କରିବେ।
ନୀତେଶ ତିୱାରୀ ‘ରାମାୟଣ’କୁ ଦୁଇଟି ଭାଗରେ ୨୦୨୬ ଏବଂ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବେ। ରଣବୀର ଭଗବାନ ରାମ ଭୂମିକାରେ, ସାଇ ପଲ୍ଲବୀ ସୀତା ଭୂମିକାରେ, ଯଶ ରାବଣ ଭୂମିକାରେ ଏବଂ ସନି ଦେଓଲ ଭଗବାନ ହନୁମାନ ଭୂମିକାରେ ନଜର ଆସିବେ।
Dharitri – Odisha’s No.1 Odia Daily


