ଆଜିର ଆହ୍ବାନ

ସ୍ବାମୀ ବିବେକାନନ୍ଦ ପରାଧୀନ ଭାରତର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଥିଲେ, ”ଉଠ, ଜାଗ୍ରତ ହୁଅ ଓ ଯେତେବେଳ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତ କରିନାହଁ ସେତେବେଳ ପର୍ଯ୍ୟନ୍ତ ଅଟକିବ ନାହିଁ, ବିଶ୍ରାମ ନେବ ନାହିଁ। ଯେଉଁ ବିଷୟରେ ଭାବୁଛ, ତାହାକୁ ନିଜ ବିଚାରଧାରା କରି ନିଅ। ତାହା ଉପରେ ସ୍ବପ୍ନ ଦେଖ। ସେହି ବିଚାରଧାରାକୁ ନେଇ ଜୀବନଧାରଣ କର। ତୁମ ମନ, ପ୍ରାଣ, ମାଂସପେଶୀ ଓ ଶିରାପ୍ରଶିରା ସହ ତୁମ ଶରୀରର ପ୍ରତ୍ୟେକଟି କୋଷିକାରେ ସେହି ବିଚାରକୁ ଭରି ଦିଅ। ଦେଖିବ, ଏହା ତୁମକୁ ସଫଳତା ଆଣିଦେବ। ଏହା ହିଁ ହେଉଛି ସଫଳତାର ସୂତ୍ର। ସମସ୍ତ ଶକ୍ତି ଆମ ଶରୀରରେ ଅଛି। ଆମେ କିଛି ବି କରିପାରିବା। ହଁ, ସବୁକିଛି କରିପାରିବା ଆମେ। ତେଣୁ ନିଜ ଉପରେ ବିଶ୍ୱାସ ରଖ। ଭରସା ରଖ। କେହି ଦୁର୍ବଳ ନୁହଁ। ଯଦି ମନ ଓ ପ୍ରାଣ ମଧ୍ୟରେ ସଙ୍ଘର୍ଷ ଚାଲୁଥାଏ; ତେବେ ଆମକୁ ତାହା କରିବା ଉଚିତ୍‌, ଯାହା ଆମ ହୃଦୟ କହୁଛି।“ ସ୍ବାମୀ ବିବେକାନନ୍ଦଙ୍କ ଏହି ବିଚାର ଅଗଣିତ ଭାରତୀୟ ଯୁବଗୋଷ୍ଠୀଙ୍କ ମନରେ ସ୍ବାଭିମାନ ଓ ସ୍ବତନ୍ତ୍ରତାର ବୀଜ ରୋପଣ କରିଥିଲା। ବିବେକାନନ୍ଦଙ୍କ ଜୀବନୀ ଅଧ୍ୟୟନ କରିବା ପରେ ଗାନ୍ଧୀଜୀ କହିଥିଲେ; ସ୍ବାମୀଜୀଙ୍କ ବିଚାରଧାରା ଦ୍ବାରା ମୁଁ ଗଭୀର ମାତ୍ରାରେ ପ୍ରଭାବିତ। ଦେଶପ୍ରତି ସ୍ବାମୀଜୀଙ୍କ ପ୍ରେମ ଓ ଭଲ ପାଇବା ହିଁ; ଭାରତ ପ୍ରତି ମୋର ଭଲପାଇବାକୁ ହଜାରେ ଗୁଣରେ ବଢ଼ାଇ ଦେଇଛି।
ସମ୍ପ୍ରତି ବେରୋଜଗାର, ମୁଦ୍ରାସ୍ଫୀତି ଭଳି ସ୍ଥିତିରେ ଭାରତୀୟ ଯୁବଗୋଷ୍ଠୀଙ୍କୁ ସ୍ବାମୀଜୀଙ୍କ ବିଚାରଧାରାରୁ ଅନେକ ଉପକାର ମିଳିବ। ଯାହା ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ଅଭିପ୍ରେରିତ କରିବ। ଏକଦା ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ସ୍ବାମୀଜୀ କହିଥିଲେ,”ଜୀବନରେ ସର୍ବଦା ଜୋଖିମ (ବିପଦ) ଉଠାଅ; ବିଜୟୀ ହେଲେ ନେତୃତ୍ୱ ନେବ, ପରାଜିତ ହେଲେ ଲୋକଙ୍କୁ ମାର୍ଗ ଦର୍ଶନ କରିବ।“ ନିଜ ବିଷୟରେ ଉଦାହରଣ ଦେଇ ସ୍ବାମୀଜୀ ଥରେ କହିଥଲେ,”ମୋର ନିଜର ସହସ୍ର ଦୋଷ ଅବା ଖୁଣ ଥିବା ସତ୍ତ୍ବେ ମୁଁ ନିଜକୁ ଯଦି ଭଲ ପାଇ ପାରୁଛି। ତେବେ କିଞ୍ଚିତ ଦୋଷ ପାଇଁ ମୁଁ ଅନ୍ୟକୁ କାହିଁକି ହତାଦର ଅବା ଘୃଣା କରିବି ?“ ଅତୀତରେ ଭରତ ଥିଲା ବିଶ୍ବଗୁରୁ। ଆଜି ଭାରତରେ ଆଧ୍ୟାତ୍ମିକ ଭ୍ରଷ୍ଟାଚାର ବ୍ୟାପି ଚାଲିଛି। ଏହି ସମସ୍ୟାର ପ୍ରତିକାର ବିଷୟରେ ସ୍ବାମୀଜୀ ବହୁ ପୂର୍ବରୁ କହିଥିଲେ, ‘ଜଣଙ୍କୁ କେହି ହେଲେ ଆଧ୍ୟାତ୍ମିକ ଭାବେ ଗଢ଼ିପାରିବ ନାହିଁ। କାରଣ ଆମ ନିଜର ସବୁଠାରୁ ବଡ଼ ଗୁରୁ ହେଉଛି ନିଜ ଅନ୍ତରାତ୍ମା’। ସ୍ବାମୀଜୀଙ୍କ ଏହି ବିଚାରଧାରା ଅନେକ ପ୍ରାସଙ୍ଗିକତା ବହନ କରେ।
ସାରା ଦୁନିଆକୁ ଭାରତର ଶକ୍ତି ବିଷୟରେ ଅବଗତ କରାଇବା ଥିଲା ସ୍ବାମୀଜୀଙ୍କର ସବୁଠାରୁ ବଡ଼ ଉପଲବ୍ଧି। ୧୮୯୩ ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ବ ଧର୍ମ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ କରି ସ୍ବାମୀ ବିବେକାନନ୍ଦ ଏପରି ଓଜସ୍ବୀ ଭାଷଣ ଦେଇଥିଲେ; ଯାହା ଶୁଣି ସମଗ୍ର ଦୁନିଆ ସ୍ତବ୍ଧ ହୋଇଯାଇଥିଲା। ସ୍ବାମୀଜୀଙ୍କ ଏହି ସମ୍ଭାଷଣ ପରେ ସାରା ଦୁନିଆର ବିଭିନ୍ନ ସ୍ଥାନରୁ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶିଷ୍ଟ ଲେଖକ ରାଜଗୋପାଳ ଚଟ୍ଟୋପାଧ୍ୟାୟ ନିଜ ପୁସ୍ତକ ‘ସ୍ବାମୀ ବିବେକାନନ୍ଦ ଇନ ଇଣ୍ଡିଆ : ଏ କରେକ୍ଟିଭ ବାୟୋଗ୍ରାଫି’ର ପୃଷ୍ଠା ସଂଖ୍ୟା ୧୫୦ରେ ଆମେରିକୀୟ ପତ୍ରିକା ‘ଦ ନ୍ୟୁୟର୍କ କ୍ରିଟିକ’ର ଏକ ଟିପ୍ପଣୀ ବିଷୟରେ ଆଲୋକପାତ କରିଛନ୍ତି। ଏହି ପତ୍ରିକା ଲେଖିଥିଲା, ଅନେକ ଲୋକ ଭଲ ଭାଷଣ ଦେଲେ କିନ୍ତୁ ଜଣେ ହିନ୍ଦୁ ସାଧୁ ବିଶ୍ବଧର୍ମ ସମ୍ମିଳନୀ ବିଷୟକୁ ଯେପରି ଢଙ୍ଗରେ ଲୋକଙ୍କ ସମ୍ମୁଖରେ ରଖିଲେ; ସେପରି କେହି ରଖିପାରି ନ ଥିଲେ। ସେ ଜଣେ ବହୁତ ବଡ଼ ବକ୍ତା। ଆମ ପତ୍ରିକା ତାଙ୍କରି ସମ୍ପୂର୍ଣ୍ଣ ବକ୍ତବ୍ୟକୁ ଛାପୁ ଅଛି କିନ୍ତୁ ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ଏହି ବକ୍ତବ୍ୟର ଯାହା ପ୍ରଭାବ ପଡ଼ିଥିଲା, ତାହାକୁ ପ୍ରକାଶ କରିବା ଆମ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ। ଦୁନିଆର ଦୃଷ୍ଟି କୋଣକୁ ବଦଳାଇ ଦେଇଥିବା ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇ ଭାରତମାତା ଯେତିକି ଗୌରବାନ୍ବିତ, ଭାରତୀୟ ଭାବେ ଆମେ ସେତିକି ଗର୍ବିତ। ଆଜିର ଯୁବପିଢ଼ି ତାଙ୍କ ଆହ୍ବାନକୁ ଗହଣ କରି ଦେଶକୁ ଗୌରବାନ୍ବିତ କରନ୍ତୁ।

ଇପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri