ଅଲ୍‌ଓଡ଼ିଶା ଓପନ ସ୍ନୁକର: ସୁବ୍ରତ ଚାମ୍ପିୟନ


ଭୁବନେଶ୍ୱର, ୮।୧୧(କ୍ରିଡ଼ା ପ୍ରତିନିଧି)- ସ୍ଥାନୀୟ ଭିନ୍‌ଟେଜ କ୍ଲବରେ ଅନୁଷ୍ଠିତ ଏମଆଇଇଟି ଅଲ୍‌ଓଡ଼ିଶା ଓପନ ସ୍ନୁକର ପ୍ରତିଯୋଗିତାରେ ସୁବ୍ରତ ଦାସ ଚାମ୍ପିୟନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ସୁବ୍ରତ ୬-୪ ଫ୍ରେମ୍‌ରେ ସିଦ୍ଧାର୍ଥ ସେନ୍‌ଙ୍କୁ ପରାସ୍ତ କରିଛନ୍ତି। ଏହାକୁ ମିଶାଇ ସୁବ୍ରତ ୩ୟ ଥରପାଇଁ ଏମଆଇଇଟି ଟ୍ରଫି ହାସଲ କରିଛନ୍ତି। ପୂର୍ବରୁ ସେ ୨୦୦୬ ଓ ୨୦୦୭ରେ ଚାମ୍ପିୟନ ହୋଇଥିଲେ। ମ୍ୟାଚ ଆରମ୍ଭରୁ ସୁବ୍ରତ ଚମତ୍କାର ପ୍ରଦର୍ଶନ କରି ୨-୦ରେ ଅଗ୍ରଣୀଲାଭ କରିଥିଲେ। ମାତ୍ର ସିଦ୍ଧାର୍ଥ ସଫଳ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ସୁବ୍ରତ ପୁଣି ଟଚ୍‌କୁ ଫେରି ଏହାକୁ ୪-୨ରେ ପରିଣତ କରିଥିଲେ। ମାତ୍ର ୭ମ ଫ୍ରେମ୍‌ରେ ସିଦ୍ଧାର୍ଥ ଜିତିବା ସହ ସୁବ୍ରତଙ୍କ ଅଗ୍ରଣୀ ବ୍ୟବଧାନକୁ ହ୍ରାସ କରିଥିଲେ। ୮ମ ଫ୍ରେମ୍‌ରେ ସୁବ୍ରତ ବିଜୟୀ ହୋଇଥିବାବେଳେ ୯ମ ଫ୍ରେମ୍‌ ଜିତି ସିଦ୍ଧାର୍ଥ ମ୍ୟାଚକୁ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକ କରିଥିଲେ। ତେବେ ସୁବ୍ରତ ୧୦ମ ଫ୍ରେମ୍‌କୁ ଜିତିବା ସହ ଉତ୍କଣ୍ଠାର ଅବସାନ ଘଟାଇଥିଲେ ଏବଂ ଟାଇଟଲ ହାସଲ କରିଥିଲେ। ଶେଷରେ ମ୍ୟାଚ ସୁବ୍ରତଙ୍କ ସପକ୍ଷରେ ୭୪-୨୪, ୭୯-୫୦, ୪୨-୫୧, ୪୫-୫୮, ୭୭-୨୬, ୪୭-୪୬, ୪୪-୭୫, ୭୬-୨୯, ୪୨-୫୮, ୮୧-୩୪ରେ ଶେଷ ହୋଇଥିଲା। ଏମଆଇଇଟି ଏମଡି ତଥା ଭିନ୍‌ଟେଜ୍‌ କ୍ଲବ ମାଲିକ ଅମୀୟ ରଞ୍ଜନ ନାୟକ, ସତ୍ୟଦୀପ ଦାସ, ଗୋବିନ୍ଦ ଶର୍ମା, ଶ୍ୟାମ ଅଗ୍ରଓ୍ବାଲ, ମିଶାଲ ସ୍ବାଇଁ, ଜୀତ କିଶୋର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ସୁବ୍ରତ ଦାସ ଟ୍ରଫି ସହ ୨୫,୦୦୦, ରନର୍ସଅପ୍‌ ସିଦ୍ଧାର୍ଥ ସେନ୍‌ ଟ୍ରଫି ସହ ୧୩,୦୦୦ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲେ। ଅନ୍ୟ ୨ ସେମିଫାଇନାଲିଷ୍ଟଙ୍କୁ ୬,୦୦୦, କ୍ୱାର୍ଟର ଫାଇନାଲିଷ୍ଟଙ୍କୁ ୪,୦୦୦, ପ୍ରି-କ୍ୱାର୍ଟର ଫାଇନାଲିଷ୍ଟଙ୍କୁ ୧୦୦୦ ଟଙ୍କାଲେଖାଏ ପ୍ରଦାନ କରାଯାଇଥିଲା। ସର୍ବାଧିକ ୭୩ ପଏଣ୍ଟ ବ୍ରେକ୍‌ କରିଥିବା ଆକାଶ ମହାପାତ୍ରଙ୍କୁ ୫୦୦୦ଟଙ୍କାର ପୁରସ୍କାରରାଶି ଦିଆ ଯାଇଥିଲା। ମ୍ୟାଚ ପରେ ସୁବ୍ରତ ତାଙ୍କ ମେଣ୍ଟର ଗୋବିନ୍ଦ ଶର୍ମାଙ୍କୁ ନିଜ କ୍ୟୁ ପ୍ରଦାନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri