ଜାତୀୟ ଦୃଷ୍ଟିହୀନ କ୍ରିକେଟ: କର୍ନାଟକକୁ ହରାଇଲା ଓଡ଼ିଶା


କଟକ ଅଫିସ, ୩୧ା୧୦- ବମ୍ବେଠାରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ ଚାମ୍ପିୟନଶିପ୍‌ର ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍‌ ମଙ୍ଗଳବାର କର୍ନାଟକ ବିପକ୍ଷରେ ଖେଳିଥିଲା। ପ୍ରଥମ ମ୍ୟାଚ୍‌ରେ ଗୁଜରାଟଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚ୍‌ରେ କର୍ନାଟକକୁ ୮ ଉଇକେଟରେ ପରାସ୍ତ କରି ଓଡ଼ିଶା ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ବୁଧବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଦଳ ଉତ୍ତରପ୍ରଦେଶକୁ ଭେଟିବ। ତେବେ ଏହି ମ୍ୟାଚ୍‌କୁ ଅଧିକ ରନ୍‌ରେଟ୍‌ରେ ଜିତିଲେ ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିବ। ଓଡ଼ିଶା ଟସ୍‌ଜିତି କର୍ନାଟକକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। କର୍ନାଟକ ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୪ରନ୍‌ କରିଥିଲା। ଓଡ଼ିଶା ପକ୍ଷରୁ ପଙ୍କଜ ଭୁଏ ୬ଟି ଉଇକେଟ ଦଖଲ କରିଥିଲେ। ସିଙ୍ଗରାଇ ମାଝୀ ୨ଟି ଓ ନକୁଳ ମାଝୀ ଓ ଅଧିନାୟକ ଜାଫର ଇକବାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ମାତ୍ର ୧୨.୪ ଓଭରରେ ଓଡ଼ିଶା ୨ଟି ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପଙ୍କଜ ଭୁଏ ଅଲରାଉଣ୍ଡ ପ୍ରଦର୍ଶନ ସହିତ ୪୯ରନ୍‌ ସଂଗ୍ରହ କରିଥିଲେ। ସୁଖରାମ ମାଝୀ ଅପରାଜିତ ୫୪ରନ୍‌ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri