ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ଆର.ଏନ.ଦାସ ପେସ୍‌ ଫାଉଣ୍ଡେଶନ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସସିଏ) ଆନୁକୂଲ୍ୟରେ ଦ୍ୱିତୀୟ ରବି ନାରାୟଣ ଦାଶ୍‌ ସ୍ମାରକୀ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲର ସମ୍ବିତ ପଣ୍ଡା ୬.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ତନ୍ମୟ କୁମାର(୬.୫ ପଏଣ୍ଟ), ଅମିତାଂଶୁ ପ୍ରିୟଦର୍ଶନ(୬) ଓ ଆଦିତ୍ୟ ନାୟକ(୬) ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମୃତାଂଶୁ ମହାପାତ୍ର, ରୋନକ ସେନାପତି, ଶାଶ୍ୱତ ମଲିକ, ସାନ୍‌ଭି ମିଶ୍ର, ପ୍ରଭାଂଶୁ ଦାଶ, କେ.ଅନୁରାଗ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ପୀୟୂଷ ଚିନ୍ନାରା, ଶାଶ୍ୱତ ସାହୁ, ଆୟୂଷ ଦାସ ଓ ସୁମନ ଶେଖର ପତ୍ରି ପ୍ରଥମ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମୁଖ୍ୟ ପୁରସ୍କାର ବ୍ୟତୀତ ୮, ୧୦, ୧୨, ୧୪, ୧୬ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ବରମୁଣ୍ଡାସ୍ଥିତ ଲିଟିଲ ପ୍ଲେ ସ୍କୁଲର ପ୍ରିନ୍ସିପାଲ ନମିତା ପଟ୍ଟନାୟକ ମୁଖ୍ୟ ଅତିଥି, ଆର.ଏନ. ଦାଶ୍‌ ଫାଉଣ୍ଡେଶନର ମ୍ୟାନେଜିଂ ଟ୍ରଷ୍ଟି ସୁବ୍ରତ ଦାଶ, ଓଏସସିଏର ଗେମ୍ସ ଡାଇରେର ଦେବାଶିଷ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରତ୍ନା ଦାଶ କା୍ଯଯ୍ୟକ୍ରମ ସଂଯୋଜନା କରିଥିଲେ। ୧୬ଟି ସ୍କୁଲର ୮୧ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।

"/>

ସମ୍ବିତ ଜିତିଲେ ସ୍କୁଲ ଓପନ ଚେସ୍‌ ଟାଇଟଲ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri