ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ): ଲଘୁଚାପଜନିତ ବର୍ଷା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି। ବର୍ଷା ଯଦି ହେବ ତେବେ ଭଞ୍ଜନଗର, ଡହ ଏବଂ ସୋରଡ଼ା ଜଳଭଣ୍ଡାରରୁ ଯେକୌଣସି ମୂହୁର୍ତ୍ତରେ ପାଣି ଛଡାଯିବ। ଏଥିପାଇଁ ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର, ଡହ ସେକସନ ପକ୍ଷରୁ ଧେଣ୍ଡୁରା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି ।
ଭଞ୍ଜନଗର ଜଳଭଣ୍ଡାରରେ ୯୦ ପ୍ରତିଶତ ପାଣି ମହଜୁଦ ଥିବା ବେଳେ ଡହ ରେ ୯୫ ପ୍ରତିଶତ ପାଣି ଅଛି। ବର୍ଷା ହେଲେ ଜଳଭଣ୍ଡାରରେ ଆଉ ଅଧିକ ପାଣି ମହଜୁଦ ରଖିବା ବିପଦ। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଭଞ୍ଜନଗର ଜଳସମ୍ପଦ ବିଭାଗ ପ୍ରସ୍ତୁତ ହୋଇଛି।
Dharitri – Odisha’s No.1 Odia Daily


