ରେଳଧାରଣାରୁ ମିଳିଲା ଆଇସିଏଆଇ ଅଧ୍ୟକ୍ଷଙ୍କ ଝିଅର ଶବ


ମୁମ୍ବାଇ,୬।୧୦: ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ଼ ଆକାଉଣ୍ଟସ୍‌ ଅଫ ଇଣ୍ଡିଆ(ଆଇସିଏଆଇ)ର ଅଧ୍ୟକ୍ଷ ନିଲେଶ ବିକମସେଙ୍କ ଝିଅ ପଲ୍ଲବୀଙ୍କ ମରଶରୀରକୁ ସ୍ଥାନୀୟ ରେଳଧାରଣା କଡ଼ରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଶବକୁ ବ୍ୟବଚ୍ଛେଦ କରିବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏହାସହ ମାମଲାର ଯାଂଚ ଜାରି ରଖିଛି। ସୂଚନା ମୁତାବକ, ଘଟଣାଟି ବୁଧବାର ରାତିର। ପଲ୍ଲବୀ ଅପରାହ୍ନ ୬ଟା ସମୟରେ ଅଫିସରୁ ବାହାରିଥିଲେ। ପରେ ସେ ସିଏସଟି ପହଂଚି ଘରକୁ ଯିବା ପାଇଁ ଟ୍ରେନ ଧରିଥିଲେ। ସେତେବେଳେ ତାଙ୍କ ଫୋନ ଖୋଲା ରହିଥିଲା। ମାତ୍ର ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ନପହଂଚିବାରୁ ତାଙ୍କୁ ସାଙ୍ଗସାଥି ଏବଂ ଅଫିସରେ ଖୋଜା ଯାଇଥିଲା। ହେଲେ କୌଣସି ସୁଫଳ ମିଳିନଥିଲା। ପରେ ତାଙ୍କର ମୃତ୍ୟୁ ହେବା ଘଟଣା ପରିବାର ଲୋକ ଜାଣିବାକୁ ପାଇଥିଲେ। ପଲ୍ଲବୀ ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କୁ ଏକ ମେସେଜ କରିଥିଲେ। ସେଥିରେ କେବଳ କେହି ଦାୟୀ ନୁହଁନ୍ତି ଲେଖାଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କ ଫୋନ ବନ୍ଦ ଥିବା ଜଣାପଡ଼ିଥିଲା।ପୋଲିସ ଏବେ ଏହା ହତ୍ୟା ଅଥବା ଆତ୍ମହତ୍ୟା ତାହା ଜାଣିବାକୁ ତଦନ୍ତ ଆରମ୍ଭ କରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri