ଆଠଗଡ଼,୫।୯: କଟକ ଜିଲା ଖୁଣ୍ଟୁଣି ଥାନା ଡାଳୁଅ ଏବଂ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବଡ଼ ଧରଣର ଚଢାଉ କରାଯାଇଛି। ଚଢାଉ ବେବେ ମାଟି ତଳୁ ବିପୁଳ ପରିମାଣର ଦେଶୀମଦ ଜବତ କରାଯାଇଛି।
ମାଟି ତଳୁ ୧୯୯୫ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୨୧ ହଜାର ୩୫ ଲିଟର ପୋଚ ନଷ୍ଟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ବିଭାଗ ପକ୍ଷରୁ ଏଭଳି ଚଢାଉ ଜାରି ରହିବ ବୋଲି କୁହାଯାଇଛି।


