Posted inଖେଳ

ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍‌ ମ୍ୟାଚ୍‌: ବୟକଟ କଲେ ଭାରତୀୟ ଖେଳାଳି

ବର୍ମିଂହାମ,୨୦।୭: ଭାରତ ଓ ପାକିସ୍ତାନ ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍‌) ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଗତ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା କାରଣରୁ ଶିଖର ଧାଓ୍ବନଙ୍କ ସମେତ ଅନେକ ଭାରତୀୟ ଖେଳାଳି ମ୍ୟାଚ୍‌କୁ ବୟକଟ କରିଥିଲେ।

ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଟୁର୍ନାମେଣ୍ଟର ସହ ମାଲିକ ହେଉଛନ୍ତି ବଲିଉଡ୍‌ ଷ୍ଟାର ଅଜୟ ଦେବଗନ। ଗତ ୧୮ ତାରିଖରୁ ଡବ୍ଲ୍ୟୁସିଏଲ୍‌ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍‌ ଅଗଷ୍ଟ ୨ ତାରିଖରେ ଖେଳାଯିବ। ବିଶ୍ୱକପ୍‌ ବିଜୟୀ ୟୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆନ ଚାମ୍ପିୟନ୍ସ ଦଳରେ ଧାଓ୍ବନ, ହରଭଜନ ସିଂ, ୟୁସୁଫ ପଠାନ, ଇର୍ଫାନ ପଠାନ, ସୁରେଶ ରାଇନା, ରବିନ ଉଥପ୍ପା ଓ ବରୁନ ଆରୋନ ଦଳର ସଦସ୍ୟ ରହିଛନ୍ତି।

ଡବ୍ଲ୍ୟୁସିଏଲ୍‌ ଆୟୋଜକଙ୍କ ପକ୍ଷରୁ ଏକ୍ସ’ରେ କୁହାଯାଇଛି ଯେ, ଚଳିତ ବର୍ଷ ପାକିସ୍ତାନ ହକି ଦଳ ଭାରତ ଟୁର କରିବ ଖବର ପାଇଥିଲୁ। ଭଲିବଲ ଭଳି ଅନ୍ୟ ଖେଳରେ ଦୁଇ ପଡ଼ୋଶୀ ଦେଶ ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏଣୁ ଆମେ ଡବ୍ଲ୍ୟୁସିଏଲ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଜାରି ରଖିବାକୁ ଚିନ୍ତା କରିଥିଲୁ। କିଛି ପୁରୁଣା ଖୁସିର ମୁହୂର୍ତ୍ତକୁ ଉଜ୍ଜୀବିତ କରିବା ହିଁ ମ୍ୟାଚ୍‌ ଆୟୋଜନ ପଛର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ପ୍ରକ୍ରିୟା ଦ୍ୱାରା ଆମେ ଅନେକଙ୍କ ଭାବନାକୁ ଆଘାତ ଦେଇଛୁ। ଏଣୁ ଆମେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଆମେ ପୁଣି ଥରେ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଆଶା କରୁଛୁ ଲୋକେ ବୁଝିପାରିବେ ଯେ, ଆମେ କିଛି ପୁରୁଣା ଖୁସିର ମୁହୂର୍ତ୍ତକୁ ଉଜ୍ଜୀବିତ କରିବାକୁ ଉଦ୍ୟମ କରୁଥିଲୁ।

ଧାଓ୍ବନଙ୍କ ସହ ରାଜ୍ୟସଭା ଏମ୍‌ପି ଥିବା ହରଭଜନ, ଲୋକସଭା ଏମ୍‌ପି ୟୁସୁଫ ଓ ଇର୍ଫାନ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବା ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri