ତୁମୁଡିବନ୍ଧରେ ବନ୍ଦ ପ୍ରଭାବ: ଜନଜୀବନ ପ୍ରଭାବିତ

ତୁମୁଡିବନ୍ଧ,୧୭।୭(ଦୀପକ କୁମାର ପରାସେଠ):ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ବନ୍ଦ ଡାକରାରେ କନ୍ଧମାଳ ଜିଲା ତୁମୁଡିବନ୍ଧ ପୁରା ବନ୍ଦ ଥିବା ଆଜି ଗୁରୁବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କଂଗ୍ରେସ କମିଟିର କର୍ମୀମାନେ ପୂର୍ବାହ୍ନ ୬ଘଣ୍ଟା ସମୟରେ ତୁମୁଡିବନ୍ଧ ଆମ୍ବେଦକର ଛକଠାରେ ଏକତ୍ରିତ ହୋଇ ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ନମ୍ବର ଜାତୀୟ ରାଜପଥ ଏବଂ ତୁମୁଡିବନ୍ଧଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୫ନମ୍ବର ରାଜ୍ୟ ରାଜପଥକୁ ଷ୍ଟଫ ପୋଷ୍ଟ,କାଠ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି।
ଏହା ସହିତ କର୍ମୀମାନେ ତୁମୁଡିବନ୍ଧର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକୁ ପିକେଟିଂ କରି ବନ୍ଦ କରିଥିଲେ। ଫଳରେ ଦୋକାନ ବଜାର ସହିତ ସ୍କୁଲ ,କଲେଜ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି। ଆମ୍ବେଦକର ଛକର ତିନି ପାର୍ଶ୍ୱରେ ଦୁଇଚକିଆ ଯାନଠାରୁ ଆରମ୍ଭ କରି ଭାରୀଯାନ ଗୁଡ଼ିକ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଛି। ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଛନ୍ତି।

ଏହି ବନ୍ଦ ଡାକରାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ରାମକୃଷ୍ଣ ପାଢ଼ୀ କହିଛନ୍ତି, ମୋହନ ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ପୁରା ବିଫଳ। ଏଫଏମ କଲେଜରେ ପଢ଼ୁଥିବା ମେଧାବୀ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଜଣେ ଅଧ୍ୟାପକ ମାନସିକ ନିର୍ଯାତନା ଦେବା ବିଷୟରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଏମ୍‌ପି ,ବିଭାଗୀୟ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ନ୍ୟାୟ ପାଇବା ପାଇଁ ପିଡ଼ିତା ଜଣାଇବା ପରେ ମଧ୍ୟ ବିଫଳ ହେବା ଏବଂ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ହୋଇ ଆତ୍ମହୁତି ଦେବା ଘଟଣା ସୁଚାଉଛି ଯେ, ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଛି ଏବଂ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। ତେଣୁ ସୌମ୍ୟାଶ୍ରୀଙ୍କୁ ଉଚିତ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି। ତୁମୁଡିବନ୍ଧ ବ୍ଳକ କଂଗ୍ରେସ ସଭାପତି ଗିରିଶ ଚନ୍ଦ୍ର ପରାସେଠ,ପ୍ରଦେଶ କଂଗ୍ରେସ ଏସସି ମୋର୍ଚ୍ଚାର ଅଧ୍ୟକ୍ଷ ହୀରସିଂ ମଣ୍ଡଳ, ପ୍ରଦେଶ କଂଗ୍ରସେ କମିଟି ସଦସ୍ୟ ରାମକୃଷ୍ଣ ପାଢ଼ୀ, ଜିଲା ଉପସଭାପତି ଶ୍ୟାମସୁନ୍ଦର ବଡସେଠ, କୋଷାଧ୍ୟକ୍ଷ ଉପେନ୍ଦ୍ର ମହାପାତ୍ର,ତୁମୁଡିବନ୍ଧ ପଂଚାୟତ ସଭାପତି ଧ୍ରୁବେନ୍ଦ୍ର ନାୟକ, ବଙ୍ଗାଳି ବଡସେଠ ଓ ତୁମୁଡିବନ୍ଧ ବ୍ଳକର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ତୁମୁଡିବନ୍ଧ ପୋଲିସ ରାସ୍ତାରୋକୋ ସ୍ଥାନରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri