ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ, ବଢୁଛି ଜନ ଅସନ୍ତୋଷ

ବୁଗୁଡ଼ା,୧୬ା୭(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେରାସ୍ତାର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ
ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ବର୍ଷବର୍ଷ ଧରି ଅଧାପନ୍ତରିଆ ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପକ୍ଷରେ ବୁଗୁଡ଼ା ସହରର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ କାମରେ ଜାଣି ଶୁଣି ବିଳମ୍ବ କରାଯାଉଛି ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରାସ୍ତାର ସମ୍ପ୍ରସାରଣ ନେଇ ମୁଷ୍ଟିମେୟଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ରାସ୍ତା ମାପଚୁପରେ ବାରମ୍ବାର ବଦଳା ଯାଉଥିବା ଅଭିଯୋଗ ହେଉଛି। ପ୍ରଥମ କରି ୨୦୧୪-୧୫ ଆର୍ଥିକ ବର୍ଷରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ ରାଜପଥରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା। ତେବେ କେବଳ ମଦନ ମୋହନ ଛକଠାରୁ ବେତାରସିଂ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲେ ହେଁ ମଦନ ମୋହନ ଛକଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଓ ଅର୍ଥ ମଞ୍ଜୁର ହୋଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି। ବିଭାଗୀୟ କର୍ତ୍ତୃପକ୍ଷ ବଜାର ମଧ୍ୟସ୍ଥ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ ହଟାଇବା ସହ ରାସ୍ତାର ସଂକୀର୍ଣ୍ଣତାକୁ ଦୂରକରି ଡିଭାଇଡର କାମ ଆରମ୍ଭ କରିବା ପାଇଁ ବୁଦ୍ଧଜୀବୀ ମହଲରେ ଦାବି ହେଉଛି। ପୋଲସରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଡିଭାଇଡର ବ୍ୟବସ୍ଥା ହୋଇଥିଲେ ହେଁ ସେହି ଏକା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏ ନେଇ ସ୍ଥାନୀୟ ନେତାଗଣଙ୍କ ଉଦାସୀନତା ମନୋଭାବ ଏବଂ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଚାଲବାଜି ହିଁ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ମୁଖ୍ୟ ସଡ଼କ ପ୍ରଶସ୍ତିକରଣରେ ବାଧକ ସାଜିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟିର ଉଚ୍ଛେଦ ସାଙ୍ଗକୁ ଅସମ୍ପୂର୍ଣ୍ଣ ଡିଭାଇଡରକୁ ସମ୍ପୂର୍ଣ୍ଣ କରିବା ଦିଗରେ ଅଞ୍ଚଳର ମନ୍ତ୍ରୀଙ୍କ ହସ୍ତକ୍ଷେପ ଜରୁରୀ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri