ଯାନର ବୀମା ନ ଥିଲେ ମହଙ୍ଗା ପଡ଼ିବ


ନୂଆଦିଲ୍ଲୀ,୩୧-୧୦- ଯଦି ଆପଣଙ୍କ ନିକଟରେ କାର, ବାଇକ୍‌ କିମ୍ବା ଅନ୍ୟ କୌଣସି ଯାନ ଅଛି ତା’ହେଲେ ଆପଣଙ୍କୁ ନିୟମିତ ବ୍ୟବଧାନରେ ଏହାର ବୀମା ରିନ୍ୟୁ କରାଇବାକୁ ପଡିବ। ଏହା ନ କଲେ ଆପଣ ଆଗକୁ ସମସ୍ୟାରେ ପଡିପାରନ୍ତି। ଆଗକୁ ଏଭଳି ଏକ ନିୟମ ଆସିବାକୁ ଯାଉଛି ଯାହାକି ଅଣବୀମାଭୁକ୍ତ ଯାନଗୁଡିକ ଉପରେ ଅଙ୍କୁଶ ଲଗାଇବ। ଯାନର ବୀମା ରିନ୍ୟୁ କରି ନ ଥିଲେ ଆପଣଙ୍କୁ ଏହା ମହଙ୍ଗା ପଡିବ। ନରେନ୍ଦ୍ର ମୋଦି ସରକାର ଏଭଳି ଏକ ଯୋଜନା କରୁଥିବା ଜଣାଯାଇଛି। ସାଧାରଣତଃ ଯାନ ଥିଲେ ଏହାର ତୃତୀୟ ପକ୍ଷ ବୀମା ବାଧ୍ୟତାମୂଳକ। ସରକାରଙ୍କ ନୂଆ ଯୋଜନା ମାଧ୍ୟମରେ ଏହି ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯିବ। ସୂଚନାଯୋଗ୍ୟ, ବୀମାଭୁକ୍ତ ଯାନଗୁଡିକର ବିବରଣୀ ସରକାରଙ୍କୁ ଦେବା ପାଇଁ ସଡକ ପରିବହନ ମନ୍ତ୍ରଣାଳୟ ବୀମା କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ବାଧ୍ୟତାମୂଳକ ବୀମା ନ ଥିବା କାର, ବାଇକ୍‌ ଏବଂ ଅନ୍ୟାନ୍ୟ ଯାନଗୁଡିକ ବୃହତ୍‌ ମାତ୍ରାରେ ସଡକରେ ଚାଲୁଥିବାବେଳେ ଏହା ଏବେ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ତେଣୁ ଏଗୁଡିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଯୋଜନା ମୁତାବକ ଅଣବୀମାଭୁକ୍ତ ଯାନଗୁଡିକର ବିବରଣୀକୁ ଏକ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ-ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶନ କରିବା ପାଇଁ ସଡକ ପରିବହନ ମନ୍ତ୍ରଣାଳୟ ଯୋଜନା କରୁଛି। ପ୍ରତ୍ୟେକ ରାଜ୍ୟର ପରିବହନ ବିଭାଗ ଏହି ତଥ୍ୟକୁ ଆକ୍ସେସ୍‌ କରିପାରିବେ। ଫଳରେ ଯେଉଁମାନେ ସେମାନଙ୍କ ଯାନର ବୀମା ପଲିସିକୁ ରିନ୍ୟୁ କରି ନ ଥିବେ ସେମାନଙ୍କୁ ଟ୍ରାଫିକ୍‌ ପୋଲିସ୍‌ ଧରିପାରିବ। ରିପୋର୍ଟ ଅନୁସାରେ, ଦେଶରେ ୨୧ କୋଟି ଯାନ ପଞ୍ଜୀକୃତ ହୋଇଥିବାବେଳେ ମାତ୍ର ୬.୫ କୋଟି ଯାନ ବୀମାଭୁକ୍ତ ହୋଇଛି । ପ୍ରକାଶଯୋଗ୍ୟ, ତୃତୀୟ ପକ୍ଷ ବୀମା ନ ଥାଇ ଗାଡି ଚଳାଇବା ଏକ ଅପରାଧ ଭାବେ ଗଣାଯାଇଥାଏ। ଏଥିପାଇଁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ତା’ସହିତ ଏହି ଅପରାଧ ପାଇଁ ୩ ମାସିଆ ଜେଲ୍‌ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri