ନୂଆଦିଲ୍ଲୀ,୧୪।୮ (ପି.ଟି.) ଘରୋଇ ଟେଲିକମ୍‌ ବଜାରରେ କମ୍ପାନୀମାନଙ୍କ ମଧ୍ୟରେ ବର୍ତ୍ତମାନ କଡା ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। କମ୍ପାନୀଗୁଡିକ ବିଭିନ୍ନ ଅଫର ଦ୍ୱାରା ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବାକୁ ଚେଷ୍ଟା ବଜାୟ ରଖିଛନ୍ତି। କେତେକ ନୂଆ କମ୍ପାନୀ ଇଣ୍ଟରନେଟ ଯୋଗେ ମୋବାଇଲ କଲିଂ ସୁବିଧା ପ୍ରଦାନ କରୁଥିବାରୁ ଏହା ଅନ୍ୟ କଲ୍‌ ବିକଳ୍ପ ଅପେକ୍ଷା କଲ୍‌ ଶସ୍ତା ହୋଇଛି। ଏଥିପାଇଁ କଲିଂ ଦର ଶସ୍ତା ହେବା ସହ କମ୍ପାନୀଗୁଡିକ ମଧ୍ୟରେ ବଜାର ଅଂଶ ବଜାୟ ରଖିବା ଲାଗି କଠିନ ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରୁଛନ୍ତି। ବଜାରରେ ଗତ ଗୋଟିଏ ବର୍ଷ ହେବ ଏହିଭଳି ସ୍ଥିତି ଲାଗି ରହିଛି। ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ମୋବାଇଲ କଲ, ଡାଟା ଶସ୍ତା ହେବାରେ ଲାଗିଛି। ଏଥିରେ ଦର ଆହୁରି ହ୍ରାସ ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସୂଚନା ମୁତାବକ କଲ୍‌ ତଥା ଡାଟା ଦରରେ ଶୀଘ୍ର ହ୍ରାସ ଘଟିବ। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଇଣ୍ଟର କନେକ୍ଟ ୟୁସେଜ୍‌ ଚାର୍ଜ(ଆଇୟୁସି) ହ୍ରାସ କରିବାକୁ ଯାଉଥିବାରୁ କଲ୍‌ ତଥା ଡାଟା ଦରରେ ଶୀଘ୍ର ହ୍ରାସ ଘଟିବ ବୋଲି ଆଶା କରାଯାଉଛି। ପରସ୍ପର ମଧ୍ୟରେ କଲ୍‌ କନେକଶନ ଲାଗି ମୋବାଇଲ କମ୍ପାନୀଗୁଡିକ ଏହି ଚାର୍ଜ ପ୍ରଦାନ କରିଥାନ୍ତି। ବର୍ତ୍ତମାନ ମିନିଟ୍‌ ପିଛା ଆଇୟୁସି ଦର ୧୪ ପଇସା ରହିଛି। ମାତ୍ର ନୂଆ ଆଇୟୁସି ହାର ନିର୍ଦ୍ଧାରଣ ହେବାକୁ ଥିବା ବେଳେ ଏହା ୧୦ ପଇସାକୁ ହ୍ରାସ ଘଟିବ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଦର ହ୍ରାସ ଘଟିଲେ ମିନିଟ୍‌ ପିଛା କଲ୍‌ ହାର ଆହୁରି ହ୍ରାସ ଘଟିବ ବୋଲି ଜଣାଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ବଜାରକୁ ଆସିଥିବା ରିଲାଏନ୍ସ ଜିଓ ମାଗଣା ଭଏସ କଲ୍‌ ସୁବିଧା ପ୍ରଦାନ କରିବା ଯୋଗୁ ଆଇୟୁସିକୁ ନେଇ କମ୍ପାନୀଗୁଡିକ ମଧ୍ୟରେ ବିବାଦ ଉପୁଜିଥିଲା। ଗ୍ରାହକମାନେ ଅଧିକ ମାତ୍ରାରେ କଲ୍‌ କରିବାରୁ ଏଥିଯୋଗୁ ଆଇୟୁସି ବାବଦକୁ କମ୍ପାନୀକୁ ଅଧିକ ବିଲ୍‌ ପ୍ରଦାନ କରିବାକୁ ପଡିଲା।

ଏହା ଯୋଗୁ ଆଇୟୁସି ପ୍ରସଙ୍ଗରେ ବିଚାର କରିବାକୁ କମ୍ପାନୀ ନିବେଦନ କରିଥିଲା। ଘରୋଇ ବଜାରରେ ଥିବା ପ୍ରମୁଖ ଟେଲିକମ୍‌ ଆଇୟୁସି ବାବଦକୁ ଅନେକ ଅର୍ଥ ମଧ୍ୟ ସଂଗ୍ରହ କରିବାକୁ ସକ୍ଷମ ହେଲେ। ଅପର ପକ୍ଷରେ ଏହାର ବୃଦ୍ଧି ଲାଗି ମଧ୍ୟ କମ୍ପାନୀଗୁଡିକ ଉଦ୍ୟମ ମଧ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ହାରକୁ ୩୦ ପଇସାକୁ ମଧ୍ୟ ବଢାଇବାକୁ କମ୍ପାନୀମାନେ ଚିନ୍ତା କରିଥିଲେ। ଆଇୟୁସି ହାର କମ୍‌ ରହିଥିବାରୁ ଏହାର ବୃଦ୍ଧି ଲାଗି କମ୍ପାନୀଗୁଡିକ ନିୟାମକଙ୍କୁ ନିବେଦନ କରିଥିଲେ। ଅପର ପକ୍ଷରେ ଏଥିରେ ବିଲ୍‌ ଆଣ୍ଡ କିପ୍‌ ମେଥଡ ଲାଗୁ କରିବାକୁ ଜିଓ ଟ୍ରାଇକୁ ନିବେଦନ କରିଥିଲା। ଜିଓ ୪ଜି ଭୋଲଟିଇ ସେବା ଯୋଗାଉଥିବାରୁ ଏଥିରେ ଆଇୟୁସି ଚାର୍ଜ ଲାଗୁ ହେବା ଉଚିତ ନୁହେଁ ବୋଲି କହିଥିଲା।

ସମଗ୍ର ଟେଲିକମ୍‌ ଶିଳ୍ପ ଇଣ୍ଟରନେଟ୍‌ ପ୍ରୋଟୋକଲ ମୁହଁା ହେଉଥିବାରୁ ଆଇୟୁସି ଚାର୍ଜ ଯୁକ୍ତିଯୁକ୍ତ ନୁହଁ ବୋଲି ଜିଓ ଟ୍ରାଇକୁ ଏହାର ଯୁକ୍ତିରେ କହିଛି। ଏୟାରଟେଲ୍‌ ଏବଂ ଆଇଡିଆ ଭଳି କମ୍ପାନୀଗୁଡିକ ଚଳିତ ବର୍ଷ ଶେଷ ସୁଦ୍ଧା ଭୋଲଟିଇରେ ସେବା ଯୋଗାଣ ଲାଗି ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାଯାଇଛି। ଅଗଷ୍ଟ ୫ରେ ଟ୍ରାଇ ଇଣ୍ଟରକନେକଶନ ୟୁସେଜ୍‌ ଚାର୍ଜକୁ ନେଇ ଏକ ପରାମର୍ଶ ପତ୍ର ଜାରି କରିଛି। ଗୋଟିଏ ମାସ ସୁଦ୍ଧା ଏଥି ଲାଗି ବିଭିନ୍ନ ପରାମର୍ଶ ଟ୍ରାଇ ଲାଭ କରିବ। ଟ୍ରାଇର ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ଇଣ୍ଟରନେଟର କଲ୍‌ ଦାମ୍‌ ଶସ୍ତା ହେବ। ଇଣ୍ଟରନେଟ୍‌ରେ କଲ୍‌ କଲେ ଏଥିଲାଗି ଆଇୟୁସି ଚାର୍ଜ ମିନିଟ୍‌ ପ୍ରତି ୩ ପଇସା ହୋଇପାରେ ବୋଲି ବିଶେଷଜ୍ଞ ମାନେ ଅନୁମାନ କରିଛନ୍ତି। ଆଇୟୁସି କମିଲେ କଲ୍‌ ଦର ନିଶ୍ଚିତ ଭାବରେ ଶସ୍ତା ହେବ ବୋଲି ଅନୁମାନ କରାଯାଉଛି। ଡାଟା ଦର ଶସ୍ତା ହୋଇଥିବା ବେଳେ ୧୪ ପଇସା ଆଇୟୁସି ଅଧିକ ବୋଲି ବିଶେଷଜ୍ଞ କହିଛନ୍ତି।

୨୦୦୩ରେ ଆଇୟୁସି ପ୍ରଥମ କରି ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଟ୍ରାଇ କଲିଂ ପାର୍ଟି ପେ ନିୟମ ଆରମ୍ଭ କରିଥିଲା। ଏଥିରେ ଇନକମିଂ କଲ୍‌ ମାଗଣା ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଟର୍ମିନେଶନ ଚାର୍ଜ ମିନିଟ୍‌ ପିଛା ୧୫-୫୦ ପଇସା ରହିଥିଲା। ଏଥିଲାଗି ଦୂରତା, କ୍ୟାରେଜ୍‌ ଚାର୍ଜ ମଧ୍ୟ ଲାଗୁ ହେଉଥିଲା। ୨୦୦୪ରେ ଟ୍ରାଇ ଏହାକୁ ୩୦ ପଇସାକୁ ହ୍ରାସ କରିଥିଲେ। ୨୦୦୯ରେ ଏହା ୨୦ ପଇସା ଏବଂ ୧ମାର୍ଚ୍ଚ ୨୦୧୫ରେ ଏହା ୧୪ପଇସାକୁ ହ୍ରାସ ଘଟିଛି।

"/>

ଶସ୍ତା ହେବ ମୋବାଇଲ୍‌ କଲ୍‌ ଦର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri