Posted inଜାତୀୟ

ଚଳିତ ଶେଷ ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ପଞ୍ଚମ ପିଢିର ସ୍ୱେଦେଶୀ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିର ସୂଚନା ମିଳିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପକ୍ଷରୁ ଚଳିତ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ଦୁଇଟି ତେଜସ ମାର୍କ-୧ଏ (Tejas Mark-1A) ଯୁଦ୍ଧବିମାନ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ମଙ୍ଗଳବାର ନିଶ୍ଚିତ କରିଛି।

ତେଜସ ମାର୍କ-୧ଏ ଏକ ଅତ୍ୟାଧୁନିକ ଏକକ ଇଞ୍ଜିନ ବିଶିଷ୍ଟ ମଲ୍ଟି-ରୋଲ ଯୁଦ୍ଧବିମାନ, ଯାହା ବାୟୁ ପ୍ରତିରକ୍ଷା, ସାମୁଦ୍ରିକ ନିରୀକ୍ଷଣ ଓ ଆକ୍ରମଣ ଭୂମିକା ପାଇଁ ଡିଜାଇନ କରାଯାଇଛି। ଏହା ଭାରତୀୟ ବାୟୁସେନାର କାର୍ଯ୍ୟଦକ୍ଷତାକୁ ନୂଆ ଉଚ୍ଚତା ପ୍ରଦାନ କରିବ।

ପୋର୍ଟ ଅନୁଯାୟୀ, ମୋଦି ସରକାର ‘ମେକ୍ ଇନ ଇଣ୍ଡିଆ’କୁ ବଳ ଦେବା ପାଇଁ ୬୭,୦୦୦ କୋଟି ଟଙ୍କାରେ ୯୭ଟି ଅଧିକ ତେଜସ ମାର୍କ-୧ଏ ଯୁଦ୍ଧବିମାନ କ୍ରୟ ପାଇଁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ HAL ପାଖରେ ୩୮ଟି ତେଜସ ବିମାନ ସେବାରେ ରହିଛି ଏବଂ ୮୦ଟି ନିର୍ମାଣାଧୀନ ଅଛି। ନୂଆ ଚୁକ୍ତି ଚୂଡ଼ାନ୍ତ ହେଲେ HALର ଅର୍ଡର ବୁକ୍ ୪ରୁ ୫ ବର୍ଷ ପାଇଁ ପୂର୍ଣ୍ଣ ରହିବ।

ତେଜସ କାର୍ଯ୍ୟକ୍ରମ ଜିଇ ଏରୋସ୍ପେସ୍‌ରୁ ଇଞ୍ଜିନ ଯୋଗାଣରେ ବିଳମ୍ବ ଭଳି କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ତଥାପି, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, HAL ଏହି ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ କରି ରାଡାର ଓ ଭାରତୀୟ ଅସ୍ତ୍ରଶସ୍ତ୍ର ସଂଯୋଗ କରି ତେଜସ ମାର୍କ-୧ଏକୁ ବାୟୁସେନା ପାଇଁ ଏକ ମୁଖ୍ୟ ସମ୍ପଦ କରିବ।

ବାୟୁସେନାର ବର୍ତ୍ତମାନ ୩୧ଟି ଅପରେସନାଲ ସ୍କ୍ୱାଡ୍ରନ ଥିବାବେଳେ ଅନୁମୋଦିତ ଶକ୍ତି ୪୨ଟି। ତେଜସ ମାର୍କ-୧ଏର ଅନ୍ତର୍ଭୁକ୍ତି ଏହି ଅନ୍ତରକୁ ପୂରଣ କରିବା ସହ ଭାରତୀୟ ବାୟୁସେନାର ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri