Posted inଜାତୀୟ

ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି, ବିହାରକୁ ସର୍ବାଧିକ…

ନୂଆଦିଲ୍ଲୀ,୧୩।୧୧: ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି ଅନୁଦାନ ପ୍ରଦାନ କରାଯାଇଛି। ୧୯ଟି ରାଜ୍ୟର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବିକଶିତ ସ୍ବାସ୍ଥ୍ୟ ସେବା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପଞ୍ଚଦଶ ଅର୍ଥ କମିଶନର ସୁପାରିଶ ଅନୁଯାୟୀ ଏହି ଅନୁଦାନ ଜାରି କରିଛନ୍ତି।

ପଞ୍ଚଦଶ ଅର୍ଥ କମିଶନ (ଏଫସି-ଏକ୍ସଭି) ରିପୋର୍ଟ ଅନୁସାରେ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବାର ବିକାଶ ଲାଗି କେନ୍ଦ୍ର ସରକାରଙ୍କୁ ୪,୨୭,୯୧୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ସୁପାରିଶ କରାଯାଇଛିି। ୧୯ଟି ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶକୁ ୪୮୮.୧୫୨୭ କୋଟି, ଅରୁଣାଚଳ ପ୍ରଦେଶକୁ ୪୬.୯୪୪ କୋଟି, ଆସାମକୁ ୨୭୨.୨୫୦୯ କୋଟି ଟଙ୍କା ମଞ୍ଜୁର ହୋଇଛି। ବିହାର ପାଇଁ ସର୍ବାଧିକ ୧୧୧୬.୩୦୫୪ କୋଟି, ଛତିଶଗଡକୁ ୩୩୮.୭୯୪୪ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୯୮.୦୦୯୯ କୋଟି, ଝାଡଖଣ୍ଡ କୁ ୪୪୪.୩୯୮୩ କୋଟି, କର୍ନାଟକକୁ ୫୫୧.୫୩ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୯୨୨.୭୯୯୨ କୋଟି ଟଙ୍କା, ମହାରାଷ୍ଟ୍ରକୁ ୭୭୮.୦୦୬୯ କୋଟି ଟଙ୍କା, ମଣିପୁରକୁ ୪୨.୮୭୭୧ କୋଟି ଟଙ୍କା, ମିଜୋରାମ ୩୧.୧୯ କୋଟି ଟଙ୍କା, ଓଡ଼ିଶାକୁ ୪୬୧.୭୬୭୩ କୋଟି, ପଞ୍ଜାବକୁ ୩୯୯.୬୫୫୮ କୋଟି ଟଙ୍କା, ରାଜସ୍ଥାନକୁ ୬୫୬.୧୭୧ କୋଟି ଟଙ୍କା ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି। ସେହିପରି ସିକ୍କିମ ପାଇଁ ୨୦.୯୭୮ କୋଟି ଟଙ୍କା, ତାମିଲନାଡୁ ପାଇଁ ୮୦୫.୯୨୮ କୋଟି ଟଙ୍କା, ଉତ୍ତରାଖଣ୍ଡ ପାଇଁ ୧୫୦.୦୯୬୫ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୮୨୮.୦୬୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆୟୋଗ ଦ୍ୱାରା ସୁପାରିଶ କରାଯାଇଥିବା ଅନୁଦାନରେ ୭୦,୦୫୧ କୋଟି ଟଙ୍କା ସ୍ବାସ୍ଥ୍ୟ ପାଇଁ ରହିଛି। ସେ ଥିମଧ୍ୟରୁ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ୪୩,୯୨୮ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ ୨୬,୧୨୩ କୋଟି ଟଙ୍କା ସୁପାରିଶ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।

ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟସେବା ଡାଇଗ୍ନୋଷ୍ଟିକ ଭିତ୍ତିଭୂମି ସହାୟତା ପାଇଁ ୧୬,୩୭୭ କୋଟି ଟଙ୍କା, ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନସ୍ବାସ୍ଥ୍ୟ ୟୁନିଟ ପାଇଁ ୫,୨୭୯ କୋଟି, ବିଲଡିଂ ନିର୍ମାଣ ପାଇଁ ୭,୧୬୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ପିଏଚ୍‌ସି, ସିଏଚ୍‌ସି ଏବଂ ଗ୍ରାମୀଣ ପିଏଚ୍‌ସି ଏବଂ ଉପ-କେନ୍ଦ୍ରଗୁଡ଼ିକର ବିକାଶ ଲାଗି ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରରେ ପରିଣତ କରିବା ପାଇଁ ୧୫,୧୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏଥିସହ ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟସେବାର ଡାଇଗ୍ନୋଷ୍ଟିକ ଭିତ୍ତିଭୂମି ସହାୟତା ପାଇଁ ୨୪,୦୨୮ କୋଟି, ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଲାଗି ୨,୦୯୫ କୋଟି ଟଙ୍କା ମଞ୍ଜୁର ହୋଇଛି।

ମନ୍ତ୍ରଣାଳୟ କହିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ମୁକ୍ତ କରିବାକୁ ସୁପାରିଶ କରାଯାଇଥିବା ସୱାସ୍ଥ୍ୟ ଅନୁଦାନ ହେଉଛି ୧୩,୧୯୨ କୋଟି, ସେଥିମଧ୍ୟରୁ ୮,୨୭୩ କୋଟି ଟଙ୍କା ଗ୍ରାମାଞ୍ଚଳ ଏବଂ ୪,୯୧୯ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ ରହିଛି।
ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡିକରେ ପଞ୍ଚାୟତ ରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ଥାନୀୟ ସରକାରଙ୍କୁ ତଦାରଖକାରୀ ଏଜେନ୍ସି ଭାବରେ ଜଡିତ କରିବା ସାମଗ୍ରିକ ପ୍ରାଥମିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ ଏବଂ ସ୍ଥାନୀୟ ସରକାରଙ୍କ ଯୋଗଦାନ ମଧ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିବ। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅବଶିଷ୍ଟ ନଅଟି ରାଜ୍ୟକୁ ସ୍ବାସ୍ଥ୍ୟ ଅନୁଦାନ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାଧ୍ୟମରେ ସମ୍ପୃକ୍ତ ରାଜ୍ୟରୁ ସେମାନଙ୍କ ପ୍ରସ୍ତାବ ଗ୍ରହଣ କରାଯିବା ପରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri