Posted inଜାତୀୟ

୮ ବିଦେଶିନୀଙ୍କ ସମେତ ୩୫ ଗିରଫ

ନୋଇଡ଼ା,୨ା୭: ଉତ୍ତରପ୍ରଦେଶର ନୋଇଡ଼ାରେ ଥିବା ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରି ୩୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୮ ବିଦେଶିନୀଙ୍କୁ ମିଶାଇ ୨୫ ମହିଳା ଅଛନ୍ତି। ବିଦେଶିନୀମାନେ ଥାଇଲାଣ୍ଡର ବୋଲି ଜଣାପଡ଼ିଛି। ଗିରଫ ୧୦ ପୁରୁଷଙ୍କ ମଧ୍ୟରେ ଗ୍ରାହକଙ୍କ ସହ ସ୍ପା ମ୍ୟାନେଜର ଓ ସୁପରଭାଇଜର ସାମିଲ ଅଛନ୍ତି। ଦୀର୍ଘଦିନ ଧରି ଏଠାରେ ଦେହ ବ୍ୟବସାୟ ଚାଲିଆସୁଥିବା ପୋଲିସ କହିଛି।
ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ରବିବାର ରାତିରେ ପୋଲିସ ଯୋଜନାବଦ୍ଧ ଭାବେ ଏକକାଳିନ ସେକ୍ଟର-୧୮ସ୍ଥିତ କମର୍ସିଆଲ ହବ୍‌ର ୧୪ଟି ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲା। ଏସ୍‌ଏସ୍‌ପି ବୈଭବ କ୍ରିଷ୍ଣାଙ୍କ ନିର୍ଦ୍ଦେଶରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିଲା। ୧୪ ପୋଲିସ ଟିମ୍‌ ସହ ୭ ସର୍କଲ ଅଫିସର, ୮ ଷ୍ଟେଶନ ହାଉସ୍‌ ଅଫିସର, ୩୦ ଏସ୍‌ଆଇ ଓ କନେଷ୍ଟବଲ ଏହି ଚଢାଉରେ ସାମିଲ ଥିଲେ। ଚଢାଉ ବେଳେ ସ୍ପା ସେଣ୍ଟର୍‌ରୁ ଲକ୍ଷାଧିକ ଟଙ୍କା, କଣ୍ଡୋମ୍‌, ବିୟର ଓ ଅନ୍ୟ କେତେକ ଆପତ୍ତିଜନକ ଦ୍ରବ୍ୟ ମିଳିଥିବା ଗୌତମ ବୁଦ୍ଧ ନଗର ଏସ୍‌ପି (ରୁରାଲ୍‌) ଭିନୀତ୍‌ ଜୈଶଓ୍ବାଲ ପ୍ରକାଶ କରିଛନ୍ତି। ମୋଟ ୧୪ଟି ସ୍ପା ସେଣ୍ଟର୍‌କୁ ସିଲ୍‌ କରାଯାଇଥିବାବେଳେ ୩ଟିରେ ବେଧଡ଼କ ଦେହ ବ୍ୟବସାୟ ଚାଲୁଥିଲା ବୋଲି ଜଣାପଡ଼ିଛି। ସ୍ପା ସେଣ୍ଟର୍‌ ଓ ମାଲିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁକରି ତଦନ୍ତ ଜାରିରଖିଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?