Posted inଜାତୀୟ

୬ ସେନା ଅଧିକାରୀଙ୍କୁ ଶୌର୍ଯ୍ୟଚକ୍ର ୧୯ ଜଣଙ୍କୁ ପିଭିଏସ୍‌ଏମ୍‌

ନୂଆଦିଲ୍ଲୀ,୨୬ା୧(ପି.ଟି.): ଉତ୍ତରାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂଙ୍କ ସମେତ ୧୯ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ଏବଂ ବୀରତା ପାଇଁ ୬ ଜଣଙ୍କୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯିବ। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୋଟ ୧୫୧ଟି ସେନା ମେଡାଲ ଓ ୮ଟି ଯୁଦ୍ଧ ସେବା ମେଡାଲ ଘୋଷଣା କରାଯାଇଛି।
ମୋଟ ୨୯୦ ବୀରତା ପୁରସ୍କାର ମଧ୍ୟରୁ ଜମ୍ମୁ-କଶ୍ମୀର ପୋଲିସ ସର୍ବାଧିକ ୧୦୮ଟି ବୀରତା ପଦକ ହାସଲ କରିଥିବାବେଳେ ସିଆର୍‌ପିଏଫ୍‌କୁ ମିଳିବ ୭୬ଟି ମେଡାଲ। ସେହିପରି ମୋଟ ୪ଟି ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟରୁ ଉପତ୍ୟକାରେ ଆତଙ୍କବାଦ ନିରୋଧୀ କାର୍ଯ୍ୟରେ ନିୟୋଜିତ ପୋଲିସକୁ ୩ଟି ମିଳିଥିବା ଜଣାପଡିଛି। ଆତଙ୍କବାଦ ଓ ମାଓବାଦୀ ନିରୋଧୀ କାର୍ଯ୍ୟରେ ନିୟୋଜିତ ସିଆର୍‌ପିଏଫ୍‌କୁ ୭୫ଟି ପୋଲିସ ବୀରତା ମେଡାଲ ମିଳିବାକୁ ଥିବାବେଳେ କୋବ୍ରା କମାଣ୍ଡୋ ଉତ୍ପଳ ରାଭାଙ୍କୁ ମରଣୋତ୍ତର ଭାବେ ପିପିଏମ୍‌ଜି ମିଳିବ। ୨୦୧୮ ଜୁନ୍‌ରେ ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଏନ୍‌କାଉଣ୍ଟରରେ ରାଭା ଶହୀଦ ହୋଇଥିଲେ। ଓଡ଼ିଶାର ୧୬ ପୋଲିସଙ୍କୁ ପୋଲିସ ବୀରତା ମେଡାଲ ମିଳିବାକୁ ଥିବାବେଳେବେଳେ ଝାଡ଼ଖଣ୍ଡ ପୋଲିସକୁ ୩୩, ଦିଲ୍ଲୀ ପୋଲିସକୁ ୧୨, ମହାରାଷ୍ଟ୍ର ପୋଲିସକୁ ୧୦, ଛତିଶଗଡ଼ ୮, ବିହାର ୭, ପଞ୍ଜାବ ୪ ଓ ମଣିପୁର ପୋଲିସକୁ ୨ଟି ପିଏମ୍‌ଜି ମେଡାଲ ପ୍ରଦାନ ଲାଗି ମନୋନୀତ କରାଯାଇଛି। କେନ୍ଦ୍ରୀୟ ବଳ ମଧ୍ୟରୁ ବିଏସ୍‌ଏଫକୁ ୯ଟି, ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)କୁ ୪, ରେଲଓ୍ବେ ସୁରକ୍ଷା ବଳ (ଆର୍‌ପିଏଫ୍‌)କୁ ଗୋଟିଏ ପୋଲିସ ବୀରତା ମେଡାଲ ପ୍ରଦାନ ଲାଗି ଘୋଷଣା କରାଯାଇଛି। ଏଥିସହିତ ୯୩ ଉଲ୍ଲେଖନୀୟ ସେବା ମେଡାଲ, ୬୫୭ ପ୍ରଶଂସନୀୟ ସେବା ମେଡାଲ ସମେତ ମୋଟ ୧୦୪୦ ପୋଲିସ ମେଡାଲ ଘୋଷଣା କରାଯାଇଛି। ସିଆଇଏସ୍‌ଏଫ୍‌ର ୨୯ ଅଧିକାରୀ ଏବଂ ଆଇଟିବିପିର ୧୫ ଅଧିକାରୀ ପୋଲିସ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?