୫୦ଦିନ ତାଲାବନ୍ଦ, ମାସେ କୋହଳ

ଲଣ୍ଡନ, ୨୧।୫: କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ବିଶ୍ୱସ୍ତରରେ ଚାଲିଛି ଗବେଷଣା। ଏନେଇ ନିର୍ଦ୍ଦିଷ୍ଟ କୌଣସି ଔଷଧ ବାହାରି ନ ଥିବାରୁ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ବଜାୟକୁ ଗୁରୁତ୍ୱ ଦିଆଯାଉଛି। ଏପରି କି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି। ସାଧାରଣ ଚଳପ୍ରଚଳ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଥିବାରୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌‌ (ତାଲାବନ୍ଦ) ଜରୁରୀ ହୋଇପଡ଼ିଛି। ହେଲେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ମଧ୍ୟ ଅର୍ଥ ବ୍ୟବସ୍ଥା ଉପରେ ବିଶେଷମାତ୍ରାରେ ପଭାବ ପକାଉଛି। ସେଥିପାଇଁ ବ୍ରିଟେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କ ମତରେ ଯଦି ପର୍ଯ୍ୟାୟକ୍ରମେ ଅର୍ଥାତ ୫୦ଦିନ ଲକ୍‌ଡାଉନ୍‌ ଏବଂ ଏହାର ପରବର୍ତ୍ତୀ ୩୦ଦିନ କୋହଳ କରାଯିବ, ତେବେ କରୋନା ସଂକ୍ରମଣକୁ ବହୁଳ ମାତ୍ରାରେ ରୋକାଯାଇପାରିବ। ଏପରି କି କରୋନା ଜନିତ ମୃତ୍ୟୁ ମଧ୍ୟ ହ୍ରାସ ପାଇବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକ ରାଜୀବ ଚୌଧୁରୀ ମତ ଦେଇଛନ୍ତି।
କ୍ରମାଗତଭାବେ ଲକ୍‌ଡାଉନ୍‌ ଜାରି ହେବା କାରଣରୁ ବହୁ ଲୋକ ରୋଜଗାର ହରାଇବା ସହ ସାମାଜିକ ଅସନ୍ତୁଳନ ଦେଖାଗଲାଣି। ହେଲେ ଯଦି ଲକ୍‌ଡାଉନ୍‌୍‌କୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ତେବେ ତାହା ମଧ୍ୟ ସଂକ୍ରମଣକୁ ବହୁଳମାତ୍ରାରେ ବ୍ୟାପିବାରେ ଖୋରାକ ଯୋଗାଇବ। ତେଣୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କରାଗଲେ ସଂକ୍ରମଣ ହ୍ରାସ ପାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଜରୁରୀ, କିନ୍ତୁ ଦୀର୍ଘମିଆଦୀ ସ୍ତରରେ ଏହା ଆବଶ୍ୟକ ପଡ଼ିବ ନାହିଁ। ତେଣୁ ଏହାକୁ ଏବେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ୟୁରୋପିଆନ ଜର୍ନାଲ୍‌ ଅଫ୍‌ ଏପିଡେମିଓଲୋଜିରେ ପ୍ରକାଶ ପାଇଛି। ଗବେଷକଙ୍କ ମତରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପ୍ରକ୍ରିୟା ଲାଗୁ କରିବା ଦ୍ୱାରା ‘ପରୀକ୍ଷା- ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ-ସଙ୍ଗରୋଧ’ ଠିକ୍‌ଭାବେ ପାଳନ କରାଯାଇପାରିବ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଲୁଚାଇ ରଖିବା ଅପେକ୍ଷା ସେମାନଙ୍କୁ ଠାବ କରାଯାଇ ସଙ୍ଗରୋଧରେ ରଖାଯିବା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ। ସାମାଜିକ ଦୂରତ୍ୱ, ସ୍ବଚ୍ଛତା ଅବଲମ୍ବନ, ସନ୍ଦିଗ୍ଧଙ୍କୁ ସଙ୍ଗରୋଧରେ ରଖାଯିବା, ସର୍ବସାଧାରଣ କାର୍ଯ୍ୟକ୍ରମ ବନ୍ଦ ରଖିବା ଏବଂ ସ୍କୁଲକଲେଜ ବନ୍ଦ ରଖିବା ଦ୍ୱାରା ନୂଆ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ। ଏଥିସହିତ ଯଦି ଆମେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପଦ୍ଧତି ଆପଣାଇବା ତେବେ ତାହା ମଧ୍ୟ ସଂକ୍ରମଣ ରୋକିବାରେ ବହୁମାତ୍ରାରେ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତେବେଳେ କୌଣସି ପ୍ରକାର କଟକଣା କରା ନ ଗଲା, ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକମାତ୍ରାରେ ବୃଦ୍ଧି ପାଇବା ସହ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ବିଶେଷକରି ଭାରତରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଯଦି ଏହା ଜାରି ରହିଥାନ୍ତା ତେବେ ପ୍ରମୁଖ ସଂକ୍ରମିତ ୧୬ଟି ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୭୮ଲକ୍ଷ ଛୁଇଁଥାନ୍ତା ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବର୍ତ୍ତମାନସ୍ଥିତିରେ ଯାହା ଲକ୍ଷ୍ୟ କରାଯାଉଛି, ଏହିସବୁ ରାଷ୍ଟ୍ରଗୁଡ଼ିକରେ ମହାମାରୀ ଦୁର୍ବଳ ହେବା ପାଇଁ ଅତିକମ୍‌ରେ ୨୦୦ଦିନ ଲାଗିବ। ଏଥିପାଇଁ ପର୍ଯ୍ୟାୟକ୍ରମେ ୫୦ଦିନର ଲକ୍‌ଡାଉନ୍‌ କଟକଣା ସହ ୩୦ଦିନର କୋହଳ କରିବା ପାଇଁ ଗବେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri