୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କଲେ। ସ୍ବପ୍ନ ଦେଖିବାରେ ଆପତ୍ତି ନାହିଁ, ତେବେ କିଭଳି ଭାବେ ଏହାକୁ ହାସଲ କରିହେବ ସେ ସମ୍ପର୍କରେ ବଜେଟରେ ବିସ୍ତାରିତ ରୂପରେଖ ଦେଖିବାକୁ ମିଳିଲାନି। ଯେଭଳି ଛବି ଦେଖିବାକୁ ମିଲିଲା ସେଥିରେ ଏହି ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ ବୋଲି ମନେ ହେଉଛି। ତଥାପି ଏହି ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ସମ୍ମୁଖରେ ବହୁ ଆହ୍ବାନ ରହିଛି, ଏହା କୁହାଯାଇପାରେ।
ସରକାରଙ୍କ ବଜେଟ ଓ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ, ୨୦୨୪-୨୫ ସୁଦ୍ଧା ସରକାର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ୨.୭ ଲକ୍ଷ କୋଟି ଡଲାର ଅର୍ଥନୀତି ସହ ଭାରତ ବର୍ତ୍ତମାନ ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଛି। ଚଳିତବର୍ଷ ଏହା ବ୍ରିଟେନକୁ ପଛରେ ପକାଇ ୫ମ ସ୍ଥାନକୁ ଉଠି ଆସିବ। ତେବେ ୨.୭ ଲକ୍ଷ କୋଟି ଡଲାରରୁ ୫ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ଅଭିଯାନ ପାଇଁ ୮୫% ହାରରେ ଆଉଟପୁଟ ବୃଦ୍ଧି ହେବା ଆବଶ୍ୟକ। ଅର୍ଥାତ୍‌ ବାର୍ଷିକ ୧୩% ହାରରେ ଏହା ହେବା ଆବଶ୍ୟକ। ୪%ର ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଦେଶର ଅର୍ଥନୀତି ଅଭିବୃଦ୍ଧି ବାସ୍ତବରେ ବାର୍ଷିକ ୯% ହାରରେ ହେବା ଆବଶ୍ୟକ। ଅନ୍ୟପକ୍ଷରେ ସର୍ଭେ ରିପୋର୍ଟ କହୁଛି, ୮% ହାରରେ ଅଭିବୃଦ୍ଧି ହେଲେ ହିଁ ଆମେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚତ୍ପାରିବା। ତେବେ ଏଭଳି ଅଭିବୃଦ୍ଧି ହାର ପୂର୍ବରୁ ଏସିଆର ଦୁଇଟି ଅର୍ଥନୀତି ଚାଇନା ଓ ଦକ୍ଷିଣ କୋରିଆ ହାସଲ କରିଥିଲେ। ସର୍ଭେ ରିପୋର୍ଟରେ ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଏହାଦ୍ୱାରା ବିକାଶ ଆସିବ ଓ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଏଥିରେ କୁହାଯାଇଛି। ତେବେ ନିବେଶ ବୃଦ୍ଧି ପାଇଁ ବଜେଟରେ ସେଭଳି କୌଣସି ରୋଡମ୍ୟାପ୍‌ ପ୍ରସ୍ତୁତ କରାଗଲା ନାହିଁ। ଅର୍ଥନୀତିର ଅଭିବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ସରକାର ଭିତ୍ତିଭୂମି ବିକାଶ ଲାଗି ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିବା ବେଳେ ପିପିପି ମୋଡରେ ନିବେଶ ବଢ଼ାଇବାକୁ ବଜେଟରେ ଉଲ୍ଲେଖ କରିଛନ୍ତି। ପୂର୍ବର ଅଭିଜ୍ଞତା କହୁଛି, ସରକାରଙ୍କ ସହ ସହଭାଗୀତା ପ୍ରତି କର୍ପୋରେଟ ଜଗତ ସେତେଟା ଉତ୍ସାହୀ ନୁହେଁ। ଏହାଛଡ଼ା ନିବେଶ କେଉଁ ବାଟେ ଆସିବ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଏଭଳି ସ୍ଥିତିରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଆବଶ୍ୟକ ଅର୍ଥ କେଉଁଠୁ ଆଣିବେ ସରକାର ସେ ସମ୍ପର୍କରେ ବଜେଟରେ ସ୍ପଷ୍ଟ କଲେ ନାହିଁ। ଅନ୍ୟପକ୍ଷରେ ନିବେଶ ବୃଦ୍ଧି ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ସ୍ଥିତି ବିଗିଡିବା ନିଶ୍ଚିତ। କିନ୍ତୁ ବଜେଟରେ ଏହା ଜିଡିପିର ୩.୩%ରେ ରଖାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା। ଏହା କିଭଳି ସମ୍ଭବ ହେବ, ସେ ସମ୍ପର୍କରେ ସରକାର ଚୁପ୍‌।
ବିତ୍ତୀୟ ଏକତ୍ରୀକରଣ କଥା କହିବା ଭିନ୍ନ କଥା, କିନ୍ତୁ ଅର୍ଥନୀତି ଅଭିବୃଦ୍ଧି ଦ୍ରୁତତର କରିବାକୁ ହେଲେ ଏହି ପଥରେ ଚାଲିବା ସେତେଟା ସହଜ ନୁହେଁ। ବିଶାଳ ନିବେଶ ଲାଗି ସରକାର ଅର୍ଥ କେଉଁଠୁ ଆଣିବେ ସେ ସମ୍ପର୍କରେ ବଜେଟରେ ତଥ୍ୟ ଦିଆଗଲା ନାହିଁ। ଟିକସ ଆଦାୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର କରିବା ତଥା ଲାଭାଂଶରୁ ମିଳୁଥିବା ଅର୍ଥ ସରକାରଙ୍କ ମୁଖ୍ୟ ଆୟ କୁହାଯାଇପାରେ। ଟିକସ ଆଦାୟ କ୍ଷେତ୍ରରେ ପୂର୍ବବର୍ଷର ଫଳାଫଳ ସେତେଟା ଉତ୍ସାହଜନକ ନୁହେଁ। କାରଣ ଗତ ଆର୍ଥିକ ବର୍ଷରେ ଟିକସ ଆଦାୟ ମାତ୍ର ୬% ବଢ଼ିଛି। ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକତା ଥିଲା ବେଳେ ସରକାର ଏକ୍ଷେତ୍ରରେ ଆବଣ୍ଟନ ମାତ୍ରା ସାମାନ୍ୟ ବଢ଼ାଇବାରୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଯିବାର ଲକ୍ଷ୍ୟ ସହଜରେ ହାସଲ ହୋଇଯିବ ଏହା ଭାବିବା ଭୁଲ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri