ନୂଆଦିଲ୍ଲୀ,୧୧।୪: କରୋନା ଭୂତାଣୁ ବ୍ୟାପିବା ଯୋଗୁ ଏବେ ସାରା ବିଶ୍ୱର ସ୍ଥିତି ବେହାଲ ହୋଇଯାଇଛି। ଏଥିରେ ଅନେକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ବିଭିନ୍ନ ଦେଶ ଏହି ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଲକ୍ଡାଉନ ଘୋଷଣା କରିଛନ୍ତି। କୋଭିଡ୍-୧୯ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫ ଲକ୍ଷ କୋଟି ଡଲାର କ୍ଷତି ସହିବ ବୋଲି ଓ୍ବାଲ ଷ୍ଟ୍ରିଟ୍ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଆଗାମୀ ୨ ବର୍ଷ ଏଭଳି କ୍ଷତି ବିଶ୍ୱ ସହିବ ବୋଲି ପୂର୍ବାନୁମାନରେ କୁହାଯାଇଛି ଯାହା ଜାପାନର ବାର୍ଷିକ ଉତ୍ପାଦନଠାରୁ ବଡ। ବିଶ୍ୱ ସ୍ତରରେ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ଲାଗି ଏବେ ଆର୍ଥତ୍କ ପ୍ୟାକେଜ ଘୋଷଣା କରୁଛନ୍ତି। ହେଲେ ସ୍ଥିତି ଅନ୍ତତଃ ପକ୍ଷେ ଆସନ୍ତା ୨ ବର୍ଷ ଯାଏ ଟ୍ରାକ୍କୁ ଫେରିବନି ବୋଲି କୁହାଯାଇଛି। ବିଭିନ୍ନ ଦେଶ ଗ୍ରହଣ କରିଥିବା ପଦକ୍ଷେପ….
ଆମେରିକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ
ଆମେରିକା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ଲାଗି ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ୨.୩ ଲକ୍ଷ କୋଟି ଡଲାରର ଏକ ନୂଆ ପ୍ୟାକେଜ ଘୋଷଣା କରିଛି। ଏହା ମଧ୍ୟରେ ପ୍ରମୁଖ ଋଣ ସୁବିଧା ମଧ୍ୟରେ କ୍ଷୁଦ୍ର ବାଣିଜ୍ୟଗୁଡିକୁ ୬୦୦ ବିଲିୟନ ଡଲାରର ସହାୟତା ମଧ୍ୟ ସାମିଲ ରହିଛି। ସେହିଭଳି ୟୁଏସ୍ରେ ସୁରକ୍ଷା ଉପକରଣର ଏବେ ଅଧିକ ଆବଶ୍ୟକତା ରହିଛି। ଏନ୍୯୫ ରେସ୍ପିରେଟର, ସର୍ଜିକାଲ ମାସ୍କ, ଫେସ୍ସିଲ୍ଡ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟକ ଏବେ ଶେଷ ହୋଇ ଆସୁଛି। ପ୍ରାୟ ୯୦% ସୁରକ୍ଷା ଉପକରଣ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି। ଏଭଳି ସ୍ଥିତିରେ ଅଧିକ ଷ୍ଟକ ଆବଶ୍ୟକ ହେଉଥିବା ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ୍ ପକ୍ଷରୁ ସୂଚନା ରହିଛି।
ରୋହିଙ୍ଗ୍ୟା ଜିଲା ଲକ୍ଡାଉନ କଲା ବାଂଲାଦେଶ
ବାଂଲାଦେଶ ଦକ୍ଷିଣ ଭାଗରେ ଥିବା ଏହାର କେତେକ ଜିଲାକୁ ଲକ୍ଡାଉନ କରିଦେଇଛି। ଏହି ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ରହୁଥିବା ଜଣାପଡିଛି। ଉକ୍ତ ଅଞ୍ଚଳଗୁଡିକରେ କରୋନାର କୌଣସି ମାମଲା ସାମ୍ନାକୁ ଆସିନାହିଁ। ମାତ୍ର ମେଡିକାର ସୁବିଧା ଉନ୍ନତ ନ ଥିବା ଯୋଗୁ କରୋନା ବ୍ୟାପିବା ଆଶଙ୍କା ବାଂଲାଦେଶ ସରକାରଙ୍କୁ ରହିଛି।
ଷ୍ଟକ୍ ବଜାରରେ ଉନ୍ନତି ଆଶା
କରୋନା ପ୍ରଭାବକୁ କମ୍ କରିବା ଲାଗି ବିଶ୍ୱ ସ୍ତରର ଅର୍ଥ ବ୍ୟବସ୍ଥାଗୁଡିକ ଅଧିକ ପଦକ୍ଷେପ ସହ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବେ ବୋଲି ଷ୍ଟକ୍ ବଜାର ନିବେଶକଙ୍କ ଆଶା ରହିଛି। ଏହାକୁ ଧ୍ୟାନରେ ରଖି ପୁଞ୍ଜିବଜାର କାରବାର ଗୁରୁବାର ଉନ୍ନତ ସ୍ଥିତିରେ ରହିଥିଲା। ଗତ ୪ ଦିନ ଧରି ୟୁରୋପର ଷ୍ଟକ୍ ବଜାର ଉନ୍ନତ ସ୍ଥିତିରେ ରହିଛି। ଆମେରିକା ଷ୍ଟକ୍ ବଜାର ୧% ବଢିଥିବା ବେଳେ ଏସ୍ ଆଣ୍ଡ ପିର ୫୦୦ ୩.୪% ବୃଦ୍ଧି ଘଟିଛି। ସେହିଭଳି ଅଷ୍ଟ୍ରେଲିଆ ଶେୟାର ବଜାର ୨.୫୪% ବୃଦ୍ଧି ଘଟିଥିଲା।
ୟୁରୋପିଆନ ୟୁନିୟନ ଆଣିବ ପ୍ୟାକେଜ
କରୋନା ପ୍ରଭାବକୁ କମ୍ କରିବା ଲାଗି ୟୁରୋପିଆନ ୟୁନିୟନ ମଧ୍ୟ ପ୍ୟାଜେକ ଆଣିବା ଲାଗି ପ୍ରସ୍ତୁତି ଚଳାଇଛି। ୫୦୦ ବିଲିୟନ ୟୁରୋ ବା ୫୪୩ ବିଲିୟନ ଡଲାରର ଏକ ପ୍ୟାଜେକ ଆଣିବା ନେଇ ଆଲୋଚନା ଜାରି ରହିଛି। ଏନେଇ ୟୁରୋପିଆନ ୟୁନିୟନ ଶୀଘ୍ର ପଦକ୍ଷେପ ଘୋଷଣା କରିବ ବୋଲି ଶୁଣାଯାଉଛି।
ଅଷ୍ଟ୍ରେଲିଆ ଜାହାଜରେ ବୃହତ୍ ସଂକ୍ରମଣ
ଅଷ୍ଟ୍ରେଲିଆ ଏକ ବୃହତ୍ ସଂଖ୍ୟକ ସଂକ୍ରମଣ ଏକ ଜାହାଜରେ ପରିଲକ୍ଷିତ ହୋଇଛି। ଏହି ଜାହାଜରେ ପ୍ରାୟ ୨୭୦୦ଜଣ ଯାତ୍ରା କରୁଥିଲେ। ଏଠାରେ ୬୦୦ ଲୋକଙ୍କୁ ସଂକ୍ରମଣ ହୋଇଥିବା ବେଳେ ପ୍ରାୟ ଉକ୍ତ ମାମଲାରେ ୧୫ ଜଣ ଲୋକ ମୃତ୍ୟୁମୁଖରେ ପଡିଛନ୍ତି। ପ୍ରାୟ ୧୦୪୦ ଜଣ ମେଡିକାଲ ଟ୍ରିଟ୍ମେଣ୍ଟରେ ରହିଛନ୍ତି।
ଦୁବାଇରେ ଆଲ୍କହଲ ହୋମ୍ ଡେଲିଭରି
କରୋନା ଯୋଗୁ ଦୁବାଇରେ ମଧ୍ୟ ଲକ୍ଡାଉନ ହୋଇଛି। ସେଠାରେ ଆଲ୍କହଲ ହୋମ ଡେଲିଭରି କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି।
ପ୍ୟାକେଜ ସପକ୍ଷରେ କ୍ରିଷ୍ଟିନ ଲେଗାର୍ଡ
ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି ତଥା ପୂର୍ବତନ ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟିନ ଲେଗାର୍ଡ କରୋନା ପ୍ରଭାବକୁ କମ୍ କରିବା ଦିଗରେ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ ଉପରେ ମତ ରଖିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବିଶ୍ୱ ସ୍ତରର ସରକାରଗୁଡିକ ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ସମସ୍ୟାକୁ କମ୍ କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ, ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ ୩ ଟ୍ରିଲିୟନ ୟୁରୋ ସେଠାକାର ବ୍ୟାଙ୍କଗୁଡିକୁ ପ୍ରଦାନ କରିଛି। ବ୍ୟକ୍ତି ତଥା ଫାର୍ମଗୁଡିକୁ ଋଣ ସହାୟତା ପ୍ରଦା ଦିଗରେ ଏହା କାମରେ ଆସିପାରିବ। କ୍ଷୁଦ୍ର ବାଣିଜ୍ୟ, ନିଜସ୍ବ ଉଦ୍ୟମରେ ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସହାୟତା କରିବା ଦିଗରେ ବ୍ୟାଙ୍କଗୁଡିକ ଏହା ଦ୍ୱାରା ସହାୟକ ବୋଲି ଲେଗାର୍ଡ କହିଛନ୍ତି।
ଭିଡିଓ କନ୍ଫରେନ୍ସିଂ ପ୍ଲାଟ୍ଫର୍ମର ଚାହିଦା
ବର୍ତ୍ତମାନର ସମୟରେ ଭିଡିଓ କନଫରେନ୍ସିଂର ଚାହିଦା ବଢିଚାଲିଛି। ଜୁମ୍ ନାମକ ଭିଡିଓ କନଫରେନ୍ସି ଆପ୍ର ଏବେ ଅନେକ ମାତ୍ରାରେ ଲୋକପ୍ରିୟତା ହାସଲ କରିଛି। ଘରୁ କାମ କରିବା ଏବଂ ସହକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂରେ ସମ୍ପର୍କ ରଖିବା ଦିଗରେ ଏହା ବେଶ୍ ସହାୟକ ହେଉଛି।
ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍ଟ୍ୟାଗ୍
ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍ ଭଳି ଫାସ୍ଟାଗ୍ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍ଟ୍ୟାଗ୍ ମାଧ୍ୟମରେ ସେମାନଙ୍କର ଫାସ୍ଟାଗ୍ ବ୍ୟାଙ୍କ କିମ୍ବା…
ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’
ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…
ପେମେଣ୍ଟ ଲିଙ୍କ୍ ସହ ସ୍ଥାନୀୟ ମୁଦ୍ରାରେ କାରବାର କର
ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…
Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?
ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…
BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…
ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…
ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…
ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…
Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…
ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…
ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

