୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଣବ ମୁଖାର୍ଜୀ ନିଜର ପ୍ରତିକ୍ରିୟା ପ୍ରକାଶ କରି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଯୋଜନା ଆୟୋଗକୁ ଭାଙ୍ଗି ଦେଇଥିବା ସରକାର ମନେ ରଖିବା ଉଚିତ୍‌ ଯେ, ଯୋଜନାବଦ୍ଧ ଅର୍ଥନୀତି ପ୍ରତି ଭରସା ଥିବା ସରକାର ହିଁ ଆଧୁନିକ ଭାରତର ମୂଳଦୁଆ ପକାଇଥିଲେ। ଆଜିକାଲି ତାହା ଦେଖାଯାଉନାହିଁ। ୫ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଜାଣନ୍ତୁ ଯେ, ସ୍ବାଧୀନତା ପରେ କଂଗ୍ରେସ ସରକାର ଦ୍ୱାରା ଏହାର ଦୃଢ଼ ଭିତ୍ତି ସ୍ଥାପନ କରାଯାଇଥିଲା। ସ୍ଥାନୀୟ ମାଓ୍ବଲକର ହଲ୍‌ସ୍ଥିତ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ କହିଛନ୍ତି ଯେ, ଯେଉଁ ଲୋକମାନେ ୫୫ ବର୍ଷର କଂଗ୍ରେସ ଶାସନକୁ ସମାଲୋଚନା କରୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ, ଦେଶ ସ୍ବାଧୀନ ବେଳେ ଭାରତ କେଉଁଠି ଥିଲା ଏବଂ ଆମେ ଏବେ କେଉଁଠି ପହଞ୍ଚତ୍ଛୁ। ଅଣ କଂଗ୍ରେସ ଶାସନର ମଧ୍ୟ ଦୃଢ଼ ଅର୍ଥନୀତିରେ ଯୋଗଦାନ ଥିଲା। ତେବେ ଯେଉଁମାନେ ୫୫ ବର୍ଷର କଂଗ୍ରେସ ଶାସନକୁ ସମାଲୋଚନା କରୁଛନ୍ତି, ସେମାନେ ଆମେ କେଉଁଠୁ ଆରମ୍ଭ କରିଥିଲୁ ଓ କେଉଁଠି ଛାଡିଲୁ। ଭାରତର ଅର୍ଥନୀତି ଯଦି ଏବେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ବାକୁ ଯାଉଛି। କଂଗ୍ରେସ ସରକାର ଦେଶର ଅର୍ଥନୀତିକୁ ୧.୮ ଲକ୍ଷ କୋଟି ଡଲାରରେ ପହଞ୍ଚାଇ ଶାସନ ଛାଡ଼ିଛି। ପ୍ରାୟ ଶୂନ୍ୟରୁ ଅର୍ଥନୀତିକୁ ଏହି ସ୍ଥାନରେ ପହଞ୍ଚାଇପାରିଛି କଂଗ୍ରେସ ସରକାର। ଭାରତର ଭବିଷ୍ୟତର ଅର୍ଥନୀତିର ଭିତ୍ତିଭୂମି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଡ.ମନମୋହନ ସିଂ ଏବଂ ପି.ଭି.ନରସିଂହ ରାଓଙ୍କ ସରକାର ଯୋଗୁ ସମ୍ଭବ ହୋଇପାରିଛି। ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଭାଷଣ ବେଳେ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ଆକାଶରୁ ଉଡ଼ି ଆସିବନି। ଏଥିଲାଗି ଆବଶ୍ୟକ ଦୃଢ଼ ଭିତ୍ତିଭୂମି ରହିଛି। ଏହାକୁ ବ୍ରିଟିଶମାନେ ନୁହେଁ ଦେଶ ସ୍ବାଧୀନ ପରେ ଭାରତୀୟମାନେ ହିଁ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଅର୍ଥନୀତି ଏବେ ଦ୍ରୁତଗତିରେ ଆଗେଇ ଚାଲିଛି। ନେହେରୁ ତଥା ଅନ୍ୟମାନେ ଦେଶରେ ଆଇଆଇଟି,ଇସ୍ରୋ, ଆଇଆଇଏମ୍‌, ବ୍ୟାଙ୍କିଙ୍ଗ ନେଟ୍‌ଓ୍ବାର୍କ ଆଦି ସ୍ଥାପନ କରିବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଡ.ମନମୋହନ ସିଂ ଏବଂ ନରସିଂହା ରାଓଙ୍କ ଅର୍ଥନୀତିର ଉଦାରୀକରଣ କରିବା ଯୋଗୁ ଏହାକୁ ସହାୟତା ମିଳିଥିଲା। ଯାହା ଦ୍ୱାରା ଭାରତର ଅର୍ଥନୀତି ଅଭିବୃଦ୍ଧି ସମ୍ଭାବନା ବଢ଼ିଛି। ଏହାକୁ ଭିତ୍ତି କରି ଅର୍ଥମନ୍ତ୍ରୀ ଆଜି ଉକ୍ତ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?