୫ ଟ୍ରିଲିୟନ ଡଲାର ଜିଡିପି ହାସଲ କଷ୍ଟସାଧ୍ୟ

ଅହମ୍ମଦାବାଦ,୨୩-୧୧: ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି ଏବେ ଠିକ୍‌ ନାହିଁ। ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ ଭିନ୍ନମତ ପୋଷଣ କରିଛନ୍ତି। ଇକ୍‌ଫାଇ ବିଜନେସ ସ୍କୁଲ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରଙ୍ଗରାଜନ କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ଉକ୍ତ ଲକ୍ଷ୍ୟ ହାସଲ ନେଇ ପ୍ରଶ୍ନ ଉଠୁନାହିଁ।
କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ପୁଣି ଥରେ ଶାସନ କ୍ଷମତାକୁ ଫେରିବା ପରେ ଦେଶକୁ ଆଗାମୀ ୫ ବର୍ଷ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିବର୍ତ୍ତନ କରିବା ଲାଗି ଘୋଷଣା କରିଥିଲେ। ମାତ୍ର ଅର୍ଥ ବ୍ୟବସ୍ଥାରେ ଏବେ କଳାବାଦଲ ଛାଇ ହୋଇ ରହିଥିବାରୁ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ୨୦୧୬ ଆର୍ଥତ୍ବ ବର୍ଷରେ ୮.୨% ରହିଥିଲା। ଏହା ୨୦୧୯ରେ ୬.୮%କୁ ଖସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ଏହା ଦ୍ୱିତୀୟ ତ୍ରୈମାସରେ ୪.୩% ରହିବ ବୋଲି ଅନୁମାନ କରାଯାଉଛି। ସାରା ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ରିଜର୍ଭ ବ୍ୟାଙ୍କ ୯୦ ବେସିସ ପଏଣ୍ଟ କମାଇବା ସହ ୬.୧% ରଖିଛି।
ସେ କହିଛନ୍ତି, ଭାରତର ଜିଡିପି ଏବେ ୨.୭ ଟ୍ରିଲିୟନ ଡଲାର ସ୍ତରରେ ରହିଛି। ଅର୍ଥନୀତିକୁ ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ସାଧାରଣରେ ଆଲୋଚନା ହେଉଛି। ଏହି ଲକ୍ଷ୍ୟ ହାସଲ କରିବା ଲାଗି ଭାରତକୁ ଅନ୍ତତଃ ପକ୍ଷେ ୯% ହାରରେ ଅଭିବୃଦ୍ଧି କରିବାକୁ ହେବ। ଏଣୁ ଏହି ଲକ୍ଷ୍ୟକୁ ହାସଲ କରିବା ଏତେ ସହଜ ହେବ ନାହିଁ। ଗତ ୨ ଧରି ଭାରତର ଜିଡ଼ିପି ଅଭିବୃଦ୍ଧି ଖସିଛି। ଚଳିତ ଆର୍ଥତ୍କ ବର୍ଷ ମଧ୍ୟ ଏହା ୬% ଭିତରେ ରହିବା ଭଳି ପ୍ରତୀୟମାନ ହେଉଛି। ଆସନ୍ତା ଆର୍ଥତ୍କ ବର୍ଷ ହୁଏତ ୭% କିମ୍ବା ଏହା ପରବର୍ତ୍ତୀ ବର୍ଷଗୁଡିକରେ ଅର୍ଥନୀତିରେ ସୁଧାର ଆସିପାରେ ବୋଲି ସେ ମତ ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି ହୋଇଗଲେ ମଧ୍ୟ ଭାରତ ମୁଣ୍ଡପିଛା ଆୟ କ୍ଷେତ୍ରରେ ବିଶେଷ ଅଗ୍ରଗତି କରି ପାରିବ ନାହିଁ। ଏବେ ଦେଶରେ ମୁଣ୍ଡ ପିଛା ଆୟ ୧୮୦୦ ଡଲାର ଥିବା ବେଳେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ୩୬୦୦ ଡଲାରକୁ ବଢିପାରେ। ତେବେ ମଧ୍ୟ ଭାରତ ଏକ ନିମ୍ନ ମଧ୍ୟମ ଆୟକାରୀ ଦେଶ ବ୍ରାକେଟରେ ରହିବ। ଭାରତ ଏକ ବିକାଶଶୀଳ ଦେଶ ହେବା ଲାଗି ମୁଣ୍ଡ ପିଛା ଆୟ ୧୨ ହଜାର ଡଲାରକୁ ବଢାଇବାକୁ ପଡିବ। ଏଥି ପାଇଁ ୨୨ ବର୍ଷ ସମୟ ଲାଗି। ଏହି ଲକ୍ଷ୍ୟ ହାସଲ ଲାଗି ୯% ବାର୍ଷିକ ହାରରେ ଅଭିବୃଦ୍ଧି ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri