୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ: ପ୍ରତି ଜିଲାରୁ ୩ ବିଦ୍ୟାଳୟକୁ ମିଳିବ ସ୍କୁଲ ଅଫ୍‌ ଏକ୍ସିଲେନ୍ସି

ଅନୁଗୋଳ ଅଫିସ, ୨୪।୧୨ – ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ପ୍ରତି ଜିଲାରୁ ୩ଟି ବିଦ୍ୟାଳୟକୁ ସ୍କୁଲ ଅଫ୍‌ ଏକ୍ସିଲେନ୍ସି ଭାବେ ବାଛି ନାମ ପଠାଇବାକୁ ଜିଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। କେଉଁ ଜିଲାରୁ କେଉଁ ବିଦ୍ୟାଳୟ ଏହି ମାନ୍ୟତା ପାଇବ ତାହା ଆସନ୍ତାବର୍ଷ ଘୋଷଣା କରାଯିବ। ତେବେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଏହି ମାନ୍ୟତା ପାଇବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହା ହେଲେ ଉକ୍ତ ସ୍କୁଲର ଭିତ୍ତିଭୂମି ସହ ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଥିଲେ।
ଏହି ଅବସରରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ସପ୍ତାହରେ ୬ ଦିନ ବିଜ୍ଞାନ କ୍ଲାସ୍‌ରେ ୩୦ ମିନିଟ୍‌ ଲେଖାଏ ଶିକ୍ଷକମାନେ ବିଜ୍ଞାନ ପଢ଼ାଇ ଅନ୍ୟ ୧୫ ମିନିଟ୍‌ ଗୋଟିଏ ଗୋଟିଏ ବିଷୟ ଉପରେ ଆଲୋଚନା କଲେ ବିଜ୍ଞାନର ଆଦୃତି ବଢ଼ିବ। ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ଏମ୍ସର ଡାକ୍ତର ଦିଲୀପ କୁମାର ମୁଦୁଲି କହିଥିଲେ, ଆଜି କାଲିର ଅଭିଭାବକମାନେ ପିଲାଙ୍କୁ ନେଇ କେବଳ ଡାକ୍ତର, ବୈଜ୍ଞାନିକ ଓ ଇଞ୍ଜିନୟର ସ୍ବପ୍ନ ଦେଖୁଛନ୍ତି। କେହି ଜଣେ ବି ଚାଷୀ ହେବାର ସ୍ବପ୍ନ ଦେଖୁନାହାନ୍ତି। ଚାଷୀ ମଧ୍ୟ ଜଣେ ବୈଜ୍ଞାନିକ ବୋଲି ସେ କହିଥିଲେ। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ରାଜ୍ୟସ୍ତରୀୟ ବିଜ୍ଞାନମେଳାରୁ ପ୍ରକଳ୍ପକୁ ନେଇ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ସେମାନଙ୍କ କାର୍ଯ୍ୟରେ ଲଗାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏ ବିଜ୍ଞାନ ଲ୍ୟାବ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ପ୍ରଫେସର ଦୀନେଶ କୁମାର ଯୋଗଦେଇ ଗୁଗୁଲରେ ସର୍ଚ୍ଚ କରିବା ଅପେକ୍ଷା ନିଜ ବୁଦ୍ଧି ଓ ଜ୍ଞାନରେ ଆବିଷ୍କାର ଏବଂ କ୍ରିଏଟିଭ କରିବା ଆବଶ୍ୟକ ବୋଲି କହିଥିଲେ। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପନିର୍ଦ୍ଦେଶିକା ଡ. ନିବେଦିତା ନାୟକ ଉପସ୍ଥିତ ଥିଲେ। ଏହି ରାଜ୍ୟସ୍ତରୀୟ ବିଜ୍ଞାନମେଳାରୁ ୩୬ଟି ପ୍ରକଳ୍ପକୁ କୋଲକାତାରେ ପୂର୍ବ ଭାରତୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ମନୋନୀତ କରାଯାଇଥିଲା। ଅନୁଗୋଳ ଜିଲାରୁ ନେହେରୁ ଉଚ୍ଚ ବିଦ୍ୟାଳୟ ଗଡ଼ସନ୍ତ୍ରୀ ଓ ଡେରା କଲିୟରୀ ଉଚ୍ଚ ବିଦ୍ୟାଳୟକୁ ଏହି ପ୍ରଦର୍ଶନୀ ପାଇଁ ମନୋନୀତ କରାଯାଇଛି। ସମଗ୍ର ଶିକ୍ଷା ବିଭାଗର ଜିଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। ଶିକ୍ଷକ କୁଳମଣି ମେହେର, ଶିକ୍ଷୟିତ୍ରୀ ଗୁଣ୍ଡିଚାରାଣୀ ଖୁଣ୍ଟିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦ, ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାରନାଥ ବେହେରାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଗାଇଡମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri