Posted inଜାତୀୟ

୪୦୭ ବର୍ଷରେ ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪।୧୨: ଭାରତୀୟ ନୌସେନାକୁ ଇତିମଧ୍ୟରେ ପୂରିଛି ୪ଶହ ୭ ବର୍ଷ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱ ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳିତ ହେଉଛି। ୧୬୧୨ ସେପ୍ଟେମ୍ବର ୫ରେ ଏହା ସ୍ଥାପିତ ହୋଇଥିଲା। ଏହା ସେତେବେଳେ ବ୍ରିଟିଶ୍‌ ବଣିକଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ନିୟୋଜିତଥିଲା। ପରେ ୧୭୯୩ରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପରିଚାଳିତ ହୋଇଥିଲା। ୧୮୩୦ରେ ଏହାର ନାମ କରଣ ହିଜ୍‌ ମାଜେଷ୍ଟିସ୍‌ ଇଣ୍ଡିଆନ୍‌ ନେଭି ଭାବେ କରାଯାଇଥିଲା। ୧୯୩୪ରେ ଏହାକୁ ଦି ଇଣ୍ଡିଆନ୍‌ ରୟାଲ ନେଭି ଭାବେ ନାମକରଣ କରାଯାଇଥିଲା। ପରେ ୧୯୫୦ରେ ଏହାକୁ ଇଣ୍ଡିଆନ୍‌ ନେଭି ବା ଭାରତୀୟ ନୌସେନା ଭାବେ ନାମିତ କରାଯାଇଥିଲା। ସମ୍ପ୍ରତି ଭାରତୀୟ ନୌସେନାରେ ୬୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନାରେ ସମ୍ପ୍ରତି ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିଅର, ଗୋଟିଏ ଆମ୍ଫିବିୟସ୍‌ ଟ୍ରାନ୍ସପୋର୍ଟ ଡକ୍‌, ୧୩ ଫ୍ରାଇଗେଟ୍‌, ୮ ଲ୍ୟାଣ୍ଡିଂ ଶିପ୍‌ ଟ୍ୟାଙ୍କ, ୧୧ ବିଧ୍ୱଂସକ, ୨୨କୋରଭେଟ, ଗୋଟିଏ ମାଇନ୍‌ ପ୍ରତିରୋଧୀ ଯାନ, ୧୦ ବୃହତ୍‌ ପାଟ୍ରୋଲ ଯାନ, ୪ ଫ୍ଲିଟ୍‌ ଟ୍ୟାଙ୍କର, ୭ ସର୍ଭେୟର ଜାହାଜ, ଗୋଟିଏ ରିସର୍ଚ୍ଚ ଯାନ, ୩ ଟ୍ରେନିଂ ଯାନ, ପାଟ୍ରୋଲ ବୋଟ୍‌, ଆଣବିକ ସବ୍‌ ମେରାଇନ୍‌ ଆଦି ରହିଛି। ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ଏଥିରେ ଫାଇଟର ମିଗ୍‌-୨୯କେ, ହାଲ୍‌ ଧ୍ରୁବ, କାମୋଭ୍‌ କା-୨୮, କାମୋଭ୍‌ କା-୩୧, ସି କିଙ୍ଗ୍‌ ଏମ୍‌କେ-୪୨ସି, ୟୁଏଚ୍‌-୩ ସି କିଙ୍ଗ୍‌ ଆଦି ହେଲିକପ୍ଟରକୁ ସାମିଲ୍‌ କରାଯାଇଛି। ସେହିପରି ପାଟ୍ରୋଲ ଯାନ ମଧ୍ୟରେ ବୋଇଙ୍ଗ୍‌ ପି-୮ ପୋସିଡୋନ୍‌, ଲାୟୁସିନ୍‌ ୨-୩୮, ଡୋର୍ନିଅର ଡୋ- ୨୨୮ ଆଦିକୁ ସାମିଲ କରାଯାଇଛି। ତାଲିମ୍‌ ଯାନ ମଧ୍ୟରେ ବିଏଇ-ହକ୍‌, ହାଲ୍‌ ଏଚଜେଟି-୧୬ ଆଦିକୁ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?