୪୦ ହଜାର କୋଟି କମିବ ଜିଏସ୍‌ଟି ଆଦାୟ;ବଢ଼ୁଛି ରାଜ୍ୟଗୁଡ଼ିକର ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୪-୯: ଗତ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ହୋଟେଲ ଶିଳ୍ପ ସମେତ କେତେକ ସାମଗ୍ରୀର ଜିଏସ୍‌ଟି ହାର କମାଯାଇଛି। ସେହିପରି କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଫଳସ୍ବରୂପ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କମିବ ବୋଲି କେନ୍ଦ୍ର ସରକାର କହିବା ପରେ ଏହାର ଭରଣା କିପରି ହେବ ସେ ନେଇ ରାଜ୍ୟଗୁଡ଼ିକର ମୁଣ୍ଡବ୍ୟଥା ବଢ଼ିଗଲାଣି। ସେମାନେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷତିଭରଣା ସମୟସୀମାକୁ ଆହୁରି ବୃଦ୍ଧି କରିବାକୁ ଦାବି କରିଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗୋଆଠାରେ ଜିଏସ୍‌ଟି କାଉନସିଲ୍‌ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ସମେତ କେତେକ ପ୍ରକାର ଟିକସ ହ୍ରାସ ଘୋଷଣା କଲେ। କାଉନସିଲ୍‌ ବୈଠକରେ ଏଭଳି ସାହସିକ ପଦକ୍ଷେପକୁ ନେଇ ରାଜ୍ୟର ଅର୍ଥମନ୍ତ୍ରୀମାନେ ସୀତାରାମନ୍‌ଙ୍କୁ ପ୍ରଶଂସା ମଧ୍ୟ କଲେ। କିନ୍ତୁ ଏହାଦ୍ୱାରା ରାଜସ୍ବ ହ୍ରାସ ପାଇବ ବୋଲି ସୀତାରାମନ୍‌ କହିବା ପରେ ସେମାନଙ୍କର ମୁଣ୍ଡବିନ୍ଧା ବଢ଼ିଯାଇଛି। କ୍ଷତିଭରଣା କିପରି ହେବ ସେନେଇ ସେମାନେ ତାଙ୍କୁ ପ୍ରଶ୍ନ ମଧ୍ୟ କଲେ। ତେବେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଏହାର କୌଣସି ଉତ୍ତର ଦିଆଯାଇନାହିଁ।
ଉଲ୍ଲେଖଥାଉ କି, ଦେଶର ଜିଡିପି ଅଭିବୃଦ୍ଧି ହାର ଏପ୍ରିଲରୁ ଜୁନ୍‌ ମଧ୍ୟରେ ପ୍ରଥମ ତ୍ରୈମାସରେ ମାତ୍ର ୫% ରହିଛି, ଯାହା କି, ଗତ ତ୍ରୈମାସର ୫.୮% ତୁଳନାରେ କମ୍‌ । ଗତବର୍ଷ ଏହି ସମୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା। ପ୍ରଥମ ତ୍ରୈମାସର ଜିଡିପି ଅଭିବୃଦ୍ଧି ହାର ଗତ ୬ ବର୍ଷରେ ସର୍ବନିମ୍ନ ରହିଛି। ଏଥିପୂର୍ବରୁ ୨୦୧୨-୧୩ର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ମାତ୍ର ୪.୩% ରହିଥିଲା।
ବାସ୍ତବରେ ଜିଏସ୍‌ଟି ଲାଗୁ କରିବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ ଏକ ଡିଲ୍‌ ହୋଇଥିଲା। ଜିଏସ୍‌ଟି ଲାଗୁ ହେବାର ୫ ବର୍ଷ ଭିତରେ କୌଣସି ରାଜ୍ୟର ରାଜସ୍ବ ଆୟ ୧୪%ରୁ କମ୍‌ ହେଲେ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟକୁ କ୍ଷତିପୂରଣ ପ୍ରଦାନ କରିବେ। ଜିଏସ୍‌ଟି ଆଇନ ଅନୁସାରେ ସରକାର ସେସ୍‌ ବାବଦରେ ଆଦାୟ କରୁଥିବା ଅର୍ଥକୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ଦେବେ ବୋଲି ସ୍ଥିର ହୋଇଥିଲା। ସରକାର ଚଳିତ ଆର୍ଥିକ ବର୍ଷରେ ସ୍ବାସ୍ଥ୍ୟପାଇଁ କ୍ଷତିକାରକ ତମ୍ବାଖୁୁ ଏବଂ ଲକ୍‌ଜରି ସାମଗ୍ରୀରୁ ସେସ୍‌ ବାବଦରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ପ୍ରତ୍ୟେକ ମାସରେ ୮ ହଜାର କୋଟି ଟଙ୍କା ଆଦାୟ କରାଯିବ ବୋଲି ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅଗଷ୍ଟରେ ଏହା ମାତ୍ର ୭୨୭୭ କୋଟି ଟଙ୍କା ରହିଥିଲା। ସ୍ଥିତି ଏଭଳି ଚାଲିଲେ ବଜେଟ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ କେନ୍ଦ୍ର ସରକାର କ୍ଷତିପୂରଣ ବାବଦରେ ରାଜ୍ୟ ସରକାରଗୁଡ଼ିକୁ ୪୫,୭୮୪ କୋଟି ଟଙ୍କା ଦେଇ ସାରିଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ରାଜସ୍ବ କ୍ଷତିକୁ ଭରଣା କରିପାରିବ ନାହିଁ ବୋଲି ରାଜ୍ୟଗୁଡ଼ିକ ସ୍ପଷ୍ଟ କରି ଏହି ସମୟସୀମାକୁ ଆହୁରି ୩ ବର୍ଷ ଅର୍ଥାତ ୮ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ଦାବି କରିଛନ୍ତି। ତେବେ ଭଲ ମୌସୁମୀ ଏବଂ କର୍ପୋରେଟ ଟିକସ ହ୍ରାସ ଯୋଗୁ ଚାହିଦା ବୃଦ୍ଧି ପାଇବ ବୋଲି ସରକାର ଅନୁମାନ କରୁଛନ୍ତି। ଏହି କାରଣରୁ ଅଧିକ ଜିଏସ୍‌ଟି ଆଦାୟ ହେବ ବୋଲି କେନ୍ଦ୍ର ଆଶାବାଦୀ ଅଛନ୍ତି। ଜିଏସ୍‌ଟିରେ ରହିଥିବା ତ୍ରୁଟିକୁ ସୁଧାରିବା ସହ ଟିକସ ଫାଙ୍କି ଉଦ୍ୟମକୁ ରୋକିବା ଲାଗି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri