୩୦ଲକ୍ଷରୁ ଊର୍ଦ୍ଧ୍ୱ ଆୟବହିର୍ଭୂତ ସମ୍ପତ୍ତି ଜବତ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ବିପୁଳ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ। ଭିଜିଲାନ୍ସର ଅଧିକାରୀମାନେ ତାଙ୍କ ଘରେ ଚଢ଼ାଉ କରି ଯାଞ୍ଚ ପରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଏଥିମଧ୍ୟରେ ୨ଲକ୍ଷ ୮୨ ହଜାର ଟଙ୍କାର ସୁନା ଗହଣା ଓ ଗାଡ଼ି ଏବଂ ୮ ଲକ୍ଷ ଟଙ୍କାର ଏଲ୍‌ଆଇସି ବଣ୍ଡ୍‌ ରହିଛି। ୪ଟି ବ୍ୟାଙ୍କ୍‌ ଆକାଉଣ୍ଟରେ ରହିଛି ୩ଲକ୍ଷ ୧୩ ହଜାର ଟଙ୍କା। ସେହିପରି ତହସିଲଦାର ନିଜ ସମ୍ପର୍କୀୟଙ୍କ ନାମରେ ଟଙ୍କା, ଜମି ରଖିଥିବା ଭିଜିଲାନ୍ସ ଟିମ୍‌ ସନ୍ଦେହ କରୁଛି। ଭୁବନେଶ୍ୱରରେ ରହୁଥିବା ଦୁଇଟି ଘରକୁ ସେ କିଣିଛନ୍ତି ନା ଭଡ଼ାରେ ରହୁଛନ୍ତି ତାହାକୁ ନେଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି। ଏଥିସହ ଭୁବନେଶ୍ୱର ଓ ବାଲେଶ୍ୱରସ୍ଥିତ ତାଙ୍କର ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ସବୁଠୁ ବଡ଼ କଥା ହେଲା, ରଶ୍ମିରେଖାଙ୍କ ନାମରେ ଗୋଟିଏ ବର୍ଷରେ ୩୦ଥର ଅଭିଯୋଗ ଆସିଥିଲା। ପୂର୍ବରୁ ଭିଜିଲାନ୍ସ ତାଙ୍କୁ ୫ଥର ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିବାବେଳେ ଗୁରୁବାର ତାଙ୍କୁ ଧରିବାରେ ସଫଳତା ପାଇଥିଲା। ତହସିଲଦାର ରଶ୍ମିରେଖାଙ୍କ ସହ ଗିରଫ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତି ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri