୩୦ ବିଲିୟନ ଡଲାର ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୫।୫: ଗତ କିଛିଦିନ ତଳେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ୪୪ ହଜାର କୋଟି ଟଙ୍କା ନିବେଶ ଦ୍ୱାରା ସେ ୧୦% ଅଂଶଧନ ହାସଲ କରିଛନ୍ତି। ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ମୁତାବକ ଗତ ୨ ମାସରେ ଜୁକରବର୍ଗଙ୍କ ସମ୍ପତ୍ତି ଗତ ୨ ମାସରେ ୩୦ ବିଲିୟନ ଡଲାର ବଢିଛି। ଫଳରେ ତାଙ୍କ ସମ୍ପତ୍ତି ପ୍ରାୟ ୮୭.୫ ବିଲିୟନ ଡଲାର ଛୁଇଁଛି। ମାର୍ଚ୍ଚ ମଧ୍ୟଭାଗରେ ତାଙ୍କ ସମ୍ପତ୍ତି ୫୭.୫ ବିଲିୟନ ଡଲାର ରହିଥିଲା। ଏଭଳି ସମ୍ପତ୍ତି ବଢ଼ିବା ଯୋଗୁ ସଦ୍ୟତମ ର଼୍ୟାଙ୍କିଙ୍ଗ୍‌ ମୁତାବକ ସେ ବିଶ୍ୱର ୩ ନମ୍ବର ସବୁଠାରୁ ଅଧିକ ଧନଶାଳୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଓ୍ବର୍କସାୟାର ହାଥାଓ୍ବେର ଚେୟାରମ୍ୟାନ ଓ୍ବାରେନ ବଫେଟଙ୍କୁ ସେ ବର୍ତ୍ତମାନ ପଛରେ ପକାଇ ଦେଇଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଫେସ୍‌ବୁକ୍‌ ବର୍ତ୍ତମାନ ନିଜର ଅନ୍‌ଲାଇନ ଶପିଂ ଫିଚର ଶପ୍‌ସର ଶୁଭାରମ୍ଭ କରିଛି। ଏହା ଯୋଗୁ କମ୍ପାନୀର ଶେୟାର ଉଚ୍ଚ ସ୍ତରରେ ପହଞ୍ଚିଛି। ଫେସ୍‌ବୁକର ଗୋଟିଏ ଶେୟାର ମୂଲ୍ୟ ୨୩୦ ଡଲାରରେ ପହଞ୍ଚିଛି। ବର୍ତ୍ତମାନ ଓ୍ବାର୍କଫ୍ରମ ହୋମ୍‌ ଚାହିଦା ବଢିଛି। ଫଳରେ ଲୋକଙ୍କ ମଧ୍ୟରେ ଭିଡିଓ କଲିଂ ଆପ୍‌ ଜୁମ୍‌ ଲୋକପ୍ରିୟ ହୋଇଛି। ଜୁମ୍‌କୁ ଟକ୍କରଦେବା ଲାଗି କମ୍ପାନୀ ନିକଟରେ ମେସେଞ୍ଜର ରୁମ୍‌ସ ଫିଚର ଆଣିଛି। ଏହାଦ୍ୱାରା ୫୦ ଲୋକ ଭିଡିଓକଲିଂର ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri