୩ ବରିଷ୍ଠ ଅଧିକାରୀଙ୍କ ନୟାଗଡ଼ ଜିଲା ଗସ୍ତ ଆଜି : ଅସଜଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶୁକ୍ରବାର ନୟାଗଡ଼ ଜିଲା ଗସ୍ତରେ ଆସୁଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ବିଭାଗ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ଅନ୍ୟ ଜଣେ। ଅପରାହ୍ନରେ ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନାର ଲାଭ ଓ ମିଳୁଥିବା ସୁବିଧାସୁଯୋଗ ବିଷୟରେ ରୋଗୀମାନଙ୍କଠାରୁ ପଚାରି ବୁଝିବେ। ବିଶେଷ କରି ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ରୋଗୀମାନେ କିପରି ଉପକୃତ ହେଉଛନ୍ତି ତାହାର ତଦାରଖ କରିବେ। ୩ ବରିଷ୍ଠ ଅଧିକାରୀ ଆସୁଥିବା ଖବର ଜଣାପଡ଼ିବା ପରେ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସଜଡ଼ା ଭିତ୍ତିଭୂମି ସଜାଡ଼ିବା ପାଇଁ ଉଦ୍ୟମ କରାଯାଇଛି। ଚିକିତ୍ସାଳୟ ପରିସରରେ ଥିବା ନିରାମୟ କେନ୍ଦ୍ରରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଔଷଧ ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନ୍‌ରେ ଛିଡ଼ା ହୁଅନ୍ତି। ଏଥିପାଇଁ ଗୁରୁବାର ନିରାମୟ କେନ୍ଦ୍ର ନିକଟରେ ଏକ ର଼୍ୟାମ୍ପ କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ଚିକିତ୍ସାଳୟ ପରିସରରେ ଥିବା ଖରାପ ରାସ୍ତା ମରାମତି କରାଯାଇଥିଲା। ନୂଆ ସ୍ଲୋପ କରାଯିବା ସହ ସବୁ ୱାର୍ଡ଼କୁ ସଫା କରାଯାଇଥିଲା। କହିବାକୁ ଗଲେ ତରବରିଆ ଭାବେ ମେଡ଼ିକାଲର ଅସଜଡା ଭିତ୍ତିଭୂମିକୁ ନବୀକରଣ କରାଯାଉଥିବା ଦେଖାଯାଇଥିଲା। ବିଗତ ଦିନରେ ବିଭିନ୍ନ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚାରେ ରହିଆସିଛି। ଯେପରି କି ଓପିଡ଼ିରେ ଡାକ୍ତରମାନେ ଠିକ୍‌ ସମୟରେ ନ ଆସିବା, ମେଡ଼ିକାଲ୍‌ରେ ରୋଗୀମାନଙ୍କଠାରୁ କର୍ମଚାରୀମାନେ ଟଙ୍କା ଦାବି କରିବା, ରୋଗୀମାନଙ୍କୁ ନିକଟସ୍ଥ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିବା ଭଳି ବହୁ ଅଭିଯୋଗ ରହିଛି। ଏହାର ସମାଧାନ କରାଗଲେ ରୋଗୀମାନେ ସରକାରୀ ଡାକ୍ତରଖାନା ପ୍ରତି ଆସ୍ଥା ପ୍ରକଟ କରନ୍ତେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଡାକ୍ତରଖାନାରେ ଦେଖାଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଲୋକମାନେ ସଚିବମାନଙ୍କ ଆଗରେ ପ୍ରକାଶ କରିବେ ନା କର୍ମଚାରୀମାନେ ଏହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ମୋ ସରକାର କାର୍ଯ୍ୟକ୍ରମ ଉପରେ କ’ଣ ଫିଡ୍‌ବ୍ୟାକ (ମତାମତ) ରହୁଛି ସେ ବିଷୟରେ ତଦାରଖ କରିବା ପାଇଁ ସଚିବମାନେ ଆସୁଛନ୍ତି। ତରବରିଆ ଭାବେ ର଼୍ୟାମ୍ପ କରାଯିବା ନେଇ ସେ କହିଥିଲେ ଯେ, ମାସେ ତଳେ ଏହା କରିବା ପାଇଁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ହେଲେ ଗୁରୁବାର ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri