Posted inଫୁରସତ

୨୬ ବର୍ଷ ଧରି ପାଣିରେ ବୁଡ଼ିରହିଥିବା ‘ଭୂତ ଗାଁ’

ଇଟାଲୀର ଏକ ମଧ୍ୟଯୁଗୀୟ ଗାଁ। ଯାହା ୨୬ ବର୍ଷ ଧରି ପାଣି ଭିତରେ ବୁଡ଼ିରହିଛି। ଏହାକୁ ‘ଭୂତ ଗାଁ’ କୁହାଯାଏ। ଦୀର୍ଘଦିନ ଧରି ଏହି ଗାଁ ପାଣି ଭିତରେ ବୁଡ଼ି ରହିଥିଲା। ବର୍ତ୍ତମାନ ଏହା ବାହାରକୁ ଦେଖାଗଲାଣି। ଇଟାଲୀ ଗ୍ରାମ ଫେବ୍ରିଶ୍‌ ଡି କ୍ୟାରିନ୍‌ ୧୩୦୦ ଶତାବ୍ଦୀରେ ଲୁହା ଉତ୍ପାଦନ ପାଇଁ ପ୍ରସିଦ୍ଧ ଥିଲେ। ୧୯୪୭ ମସିହାରେ ଏକ ଜଳ ବିଦ୍ୟୁତ୍‌ ବନ୍ଧ ନିର୍ମାଣ କରାଯାଇଥିଲା। ଫଳରେ ସେହି ଗ୍ରାମବାସୀଙ୍କୁ ନିକଟସ୍ଥ ଭାଗ୍‌ଲି ଡି ସୋଟୋ ଗ୍ରାମକୁ ନିଆଯାଇଥିଲା। ଏହା ପରେ ଏହି ସୁନ୍ଦର ଗାଁଟି ସବୁଦିନ ପାଇଁ ପାଣି ଭିତରେ ରହିଗଲା। ଯାହାକି କୃତ୍ରିମ ରୂପରେ ତିଆରି ହୋଇଥିବା ହ୍ରଦ ଭିତରେ ବୁଡ଼ିଗଲା। ଯଦିଓ ଗାଁଟି ପାଣିରେ ବୁଡ଼ି ରହିଥିଲା, ଆଜି ବି ଏହି ଗାଁର କୋଠା, ଶ୍ମଶାନ, ବ୍ରିଜ୍‌ ଏବଂ ଚର୍ଚ୍ଚ ସବୁ ଠିକ୍‌ ରହିଛି। ଯାହା ଅବିଶ୍ୱସନୀୟ। କୁହାଯାଏ, ଏହି ଗାଁରେ ଅତୃପ୍ତ ଆତ୍ମା ଏବଂ ଭୂତ ଥିଲେ। ତେଣୁ ଏହାକୁ ହ୍ରଦରେ ବୁଡ଼ାଇଦେଲା। ଯେହେତୁ ଏହି ଡ୍ୟାମ ନିର୍ମାଣ ହୋଇଛି, ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଡ୍ୟାମ୍‌କୁ ୪ ଥର ଖାଲି କରାଯାଇଛି। ୧୯୫୮, ୧୯୭୪, ୧୯୮୩ ଏବଂ ୧୯୯୪ରେ ଉକ୍ତ ଡ୍ୟାମ୍‌କୁ ଖାଲି କରାଯାଇଥିଲା। ଫଳରେ ଲୋକେ ଗାଁଟିକୁ ଦେଖିବାକୁ ପାଇଥିଲେ। ଶେଷଥର ପାଇଁ ୧୯୯୪ରେ ଗାଁଟିକୁ ଦେଖିବା ପାଇଁ ହଜାର ହଜାର ଲୋକ ଆସିଥିଲେ। ସେହି ସମୟରେ ନିଆଯାଇଥିବା ଗାଁର ଫଟୋରୁ ସ୍ପଷ୍ଟ ଭାବେ ଜଣାପଡୁଛି ଘରର କାନ୍ଥଗୁଡ଼ିକ ଆଜି ବି ସୁରକ୍ଷିତ ଅବସ୍ଥାରେ ରହିଛି।
ଭାଗଲି ଡି ସୋଟୋର ପୂର୍ବତନ ମେୟରଙ୍କ ଝିଅ କୁହନ୍ତି, ପୁଣି ଥରେ ଏହି ଗାଁ ସମସ୍ତଙ୍କ ସାମ୍ନାକୁ ଆସିଛି। ଆସନ୍ତାବର୍ଷ ଏହି ହ୍ରଦ ଖାଲି ହେବ ବୋଲି ଫେସ୍‌ବୁକ ପୋଷ୍ଟରେ ଲୋରେଞ୍ଜା ଜିଓର୍ଗି ଦାବି କରିଛନ୍ତି। ସେ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ସୂଚନା ଦେଉଛି ଯେ, ଆସନ୍ତା ବର୍ଷ ଅର୍ଥାତ ୨୦୨୧ ମସିହାରେ ୱାଗାଲି ହ୍ରଦକୁ ସ୍ଥାନାନ୍ତର କରାଯିବ। ସେ ଆହୁରି କହିଛନ୍ତି, ମୋ’ ବାପା ମେୟର ଥିବା ବେଳେ ୧୯୯୪ରେ ଏହି ଗାଁକୁ ଲୋକେ ଦେଖିବାକୁ ପାଇଥିଲେ। ବାପା ମୋତେ କହିଥିଲେ ଏତେ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିବା କଷ୍ଟସାଧ୍ୟ ଥିଲା। ପ୍ରଶାସନ ଉପରେ ବୋଝ ନ ହୋଇ ଏହିସବୁ କରାଯାଇଥିଲା। ମୁଁ ଆଶା କରୁଛି ଯେ, ଆସନ୍ତା ବର୍ଷ ସୋସିଆଲ ନେଟ୍‌ୱାର୍କ ସାହାଯ୍ୟରେ ଆମେ ଅତୀତର ସଫଳତା ହାସଲ କରିପାରିବା। ପୂର୍ବପରି ଗାଁରେ ପୁଣି ଜନବସତି ଗଢ଼ିଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri