୨୫ରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ରେ ଜିଏସ୍‌ଟି କାଉନସିଲ୍‌ର ୩୬ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଲେକ୍ଟ୍ରିକ୍‌ ଗାଡ଼ି(ଇ-ଯାନ) ଉପରେ ଆଦାୟ କରାଯାଉଥିବା ଟିକସ ହ୍ରାସ କରିବା ନେଇ ନିଷ୍ପତ୍ତି ନିଆଯିବ। ଭିଡ଼ିଓକନ୍‌ଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ସୋଲାର ପାଓ୍ବାର ଜେନେରେଶନ ସିଷ୍ଟମ୍ସ ଏବଂ ଓ୍ବିଣ୍ଡ ଟର୍ବାଇନ୍‌ ପ୍ରକଳ୍ପ ପାଇଁ ଜିଏସ୍‌ଟି ହାର ନିର୍ଦ୍ଧାରଣ କରାଯିବାର ସମ୍ଭାବନା ରହିଛି। କାଉନସିଲ୍‌ର ୩୫ତମ ବୈଠକରେ ଇ-ଯାନ, ଇ-ଚାର୍ଜର ଓ ଇ-ଯାନ ଭଡ଼ା ଉପରେ ଜିଏସ୍‌ଟି ହାର ନିର୍ଦ୍ଧାରଣ ସଂକ୍ରାନ୍ତରେ ସୁପାରିସ୍‌ କରିବାକୁ ଅଫିସର୍ସ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ସୁପାରିସ୍‌କୁ ଏହି ବୈଠକରେ ଉପସ୍ଥାପନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଘରୋଇ ଇ-ଯାନ ନିର୍ମାତାଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ ୧୨ ବଦଳରେ ୫% ଜିଏସ୍‌ଟି ଆଦାୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପେଟ୍ରୋଲ, ଡିଜେଲ କାର୍‌ ଓ ହାଇବ୍ରିଡ ଗାଡ଼ି ଉପରେ ସର୍ବାଧିକ ୨୮% ଜିଏସ୍‌ଟି ଆଦାୟ କରାଯାଉଛି। ସୋଲାର ପାଓ୍ବାର ଉଦ୍ୟୋଗରେ ନିଆଯାଉଥିବା ଜିଏସ୍‌ଟି ହ୍ରାସ ପାଇଁ କାଉନ୍‌ସିଲ ବିଚାର କରୁ ବୋଲି ଦିଲ୍ଲୀ ହାଇକୋର୍ଟ ଗତ ମେ’ରେ ନିର୍ଦ୍ଦେଶ ଦେଇଥିଲେ। ଏସଂକ୍ରାନ୍ତରେ ଉଦ୍ୟୋଗ ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କାଉନସିଲ ଆସନ୍ତା ବୈଠକରେ ଏହାକୁ ନେଇ ଆଲୋଚନା କରିବ ଓ ନିଷ୍ପତ୍ତି ନେବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri