୨୫ ଲକ୍ଷ ପର୍ଯ୍ୟନ୍ତ ଟିଡିଏସ୍‌ ଦାଖଲ ନ କଲେ;ହେବ ନାହିଁ ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୧୩-୯: ଟିକସ ପ୍ରଦାନକାରୀଙ୍କୁ ଆଶ୍ୱସ୍ତ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ସର୍କୁଲାର ଜାରି କରିଛି। ଏଣିକି ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଆୟକର ରିଟର୍ନ ଦାଖଲ ନ କରିବା ମାମଲାରେ ଏବଂ ସରକାରୀ ରାଜକୋଷରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିଡିଏସ୍‌(ସ୍ରୋତରୁ ଟିକସ କାଟିବା) ଜମା ନ କରିବା କ୍ଷେତ୍ରରେ ଟିକସଦାତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ଦାଏର କରାଯିବ ନାହିଁ ବୋଲି ସିବିଡିଟି ସର୍କୁଲାରରେ ସ୍ପଷ୍ଟ କରାଯାଇଛି। ଏହାର ଅର୍ଥ ଏଣିକି ଏଭଳି ମାମଲାଗୁଡ଼ିକ ଆଉ କୋର୍ଟକୁ ଯିବ ନାହିଁ। ସିବିଡିଟିର ଏହି ନିଷ୍ପତ୍ତି କାରଣରୁ ବହୁ ସଂଖ୍ୟାରେ ଟିକସଦାତାଙ୍କୁ ଆଇନଗତ ଝାମେଲାରୁ ମୁକ୍ତି ମିଳିବ। ଟିକସଦାତାଙ୍କ ବିରୋଧରେ କଠୋର ମନୋଭାବ ପୋଷଣ ନ କରିବାକୁ ନିକଟ ଅତୀତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆୟକର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସର୍କୁଲାରରେ କୁହାଯାଇଛି ଯେ, ବାରମ୍ବାର ଦାଖଲ କରିବାରେ ହେଳା କରିବା କ୍ଷେତ୍ରରେ ଦୁଇଜଣିଆ ମୁଖ୍ୟ କମିଶନରଙ୍କ କଲେଜିୟମ କିମ୍ବା ଆୟକର ବିଭାଗର ମହାନିର୍ଦ୍ଦେଶକଙ୍କ ଅନୁମତି ନେବା ପରେ ଯାଇ ମାମଲା ଦାଏର କରାଯାଇପାରିବ। ଆୟକର ଧାରା ୨୭୬ସି ଅନୁସାରେ ଏଭଳି ମାମଲା ଦାଏର କରାଯିବ। ସିବିଡିଟିର ନିଷ୍ପତ୍ତି ଯୋଗୁ ଏଭଳି ମାମଲା ସଂଖ୍ୟା ବହୁଗୁଣରେ କମିବ। ବହୁ ସଂଖ୍ୟାରେ ଟିକସଦାତା ଆଇନଗତ ଲଢ଼େଇରୁ ମୁକ୍ତି ପାଇବେ। କେବଳ ସନ୍ଦେହରେ ନୁହେଁ ବଳିଷ୍ଠ ପ୍ରମାଣ ଭିତ୍ତିରେ ମାମଲା ଦାଏର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri