Posted inଜାତୀୟ

୨୪ ବର୍ଷ ପରେ ସୋସିଆଲ ମିଡିଆରେ ଦେଖାହୋଇ ଠକିଦେଲେ ପିଲାଦିନର ବନ୍ଧୁ

ନୋଏଡା,୧।୭: ସୋସିଆଲ ନେଟଓ୍ବାର୍କିଂ ସାଇଟରେ ପିଲାଦିନର ସାଙ୍ଗକୁ ୨୪ ବର୍ଷ ପରେ ଦେଖାହୋଇ ଠକେଇର ଶୀକାର ହେଲେ ମହିଳା। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ନୋଏଡାରେ। ସେକ୍ଟର-୪୫ ଆମ୍ରପାଲୀ ସଫାୟର ସୋଶାଇଟିରେ ପୀଡିତ ମହିଳା ଓ ତାଙ୍କ ପରିବାର ରୁହଁନ୍ତି। ଅଭିଯୁକ୍ତ ମହିଳା ଓ ପୀଡିତ ମହିଳା ଦୁହେଁ ପିଲାଦିର ସାଙ୍ଗ ହୋଇଥିବା ବେଳେ ଏକା ସାଙ୍ଗରେ ସ୍କୁଲରେ ପାଠ ପଢ଼ୁଥିଲେ। ସ୍ବାତି ୟୁସୋବିୟସ ଦ୍ୱାଦଶ ସରିବା ପରେ ୧୯୯୫ରେ ପୀଡିତ ମହିଳାଙ୍କଠାରୁ ଅଲଗା ହୋଇଯାଇଥିଲେ। ପ୍ରାୟ ୨୪ ବର୍ଷ ପରେ ଚଳିତ ଜାନୁୟାରୀରେ ସ୍ବାତି ସହ ମହିଳାଙ୍କ ଫେସବୁକରେ ଦେଖାହୋଇଥିଲା। ଉଭୟ ପରସ୍ପରଙ୍କୁ ନିଜ ଫୋନ ନମ୍ବର ଦେଇ କଥାବାର୍ତ୍ତା ହୋଇଥିଲେ। ତେବେ ସ୍ବାତି ବିବାହ ପରେ ଦୁବାଇରେ ରହିବା ସହ କ୍ୱାଲିଟି ମ୍ୟାନପାଓ୍ବର ସପ୍ଲାଇ କମ୍ପାନୀର ମାଲିକାଣୀ ଥିବା ନେଇ ମହିଳାଙ୍କୁ କହିଥିଲେ। ଏଥିସହ ପୀଡିତ ମହିଳାଙ୍କୁ ସ୍ବାତି ଚାକିରୀ ପାଇଁ ଅଫର କରିବା ସହ କାଗଜପତ୍ର ପ୍ରକିୟା ପାଇଁ ୧୩ହଜାର ଦିରହମ୍‌(ପ୍ରାୟ ଅଢ଼େଇ ଲକ୍ଷ) ଖର୍ଚ୍ଚ ହେବ ବୋଲି କହିଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ସ୍ବାତି ମହିଳାଙ୍କୁ ନିଯୁକ୍ତି ନେଇ ସମୟ ଗଢ଼ାଇଚାଲିଥିଲେ। ଏହାପରେ ତାଙ୍କୁ ଆଉ ସେ ଧରାଛୁଅଁ। ନ ଦେଇ ଫେସବୁକ ଓ ହ୍ବାଟସ୍‌ଆପ୍‌ରେ ବ୍ଲକ କରିଦେଇଥିଲେ। ଏହାଦେଖି ପୀଡିତ ମହିଳା ଠକେଇର ଶୀକାର ହୋଇଥିବା ଜାଣିପାରି ଦୁବାଇ ପୋଲିସଙ୍କୁ ଏନେଇ ଏକ ଇମେଲ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ହେଲେ ଦୁବାଇ ପୋଲିସର ମନ୍ଥରତା ଦେଖି ପୁଣି ମହିଳା ଜଣଙ୍କ ନୋଏଡାର ସେକ୍ଟର ୩୯ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ମାମଲା ସାଇବର ସେଲ୍‌କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ କୁଟନୈତିକ ଚ୍ୟାନେଲ ଜରିଆରେ ଦୁବାଇ ପୋଲିସଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କଲା ଭାରତ; ସୀମାରେ ଜାରି କଲା ଅଲଟିମେଟମ

ନୂଆଦିଲ୍ଲୀ,୭।୯: ଅରୁଣାଚଳ ପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ରିପୋର୍ଟ ମଧ୍ୟରେ, ଭାରତ ବେଜିଂକୁ କଡ଼ା ଚେତାବନୀ ଦେଇଛି। ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ ଚାଇନା ସୈନ୍ୟବାହିନୀର ଏପରି…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri