୨୪ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୧୬-୧୨: ଯଦି ଆପଣ ଅନଲାଇନ ନେଣଦେଣ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ଦ୍ୱାରା କରୁଥାନ୍ତି ତେବେ ଏହା ଆହୁରି ସୁବିଧା ଜନକ ହୋଇଛି। ୧୬ ଡିସେମ୍ବରଠାରୁ ଏନ୍‌ଇଏଫ୍‌ଟି ନେଣଦେଣ ୨୪ ଘଣ୍ଟିଆ ହେବ। ଏହା ପୂର୍ବରୁ ଏହାର ୨୪ ଘଣ୍ଟିଆ ସେବା ଯୋଗାଣ ହେଉ ନ ଥିଲା। ସେହିଭଳି ଏନ୍‌ଇଏଫ୍‌ଟି ସେବା ସପ୍ତାହର ୭ ଦିନ ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡିଛି। ଏହି ସୁବିଧା ଦ୍ୱାରା ଗ୍ରାହକ ଏକାଥରକେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିପାରିବେ। ଏହି ଧାରାକୁ ସୁଗମ କରିବା ଲାଗି ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ଗ୍ରାହକଙ୍କୁ ଏ ନେଇ ସଚେତନ କରାଇବାକୁ କୁହାଯାଇଛି। ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ନେଣଦେଣ ଉପରେ ଚାର୍ଜ ନ ନେବା ଲାଗି ପୂର୍ବରୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?