Posted inଜାତୀୟ

୨୪ ଘଣ୍ଟାରେ ୧୦ ସଫା

ମାଲକାନଗିରି, ୪।୮ (ଡି.ଏନ୍‌.ଏ.): ଛତିଶଗଡ଼ର ରାଜନନ୍ଦଗାଁଓ ଜିଲା ଅନ୍ତର୍ଗତ ସୀତାଗୋତା ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଯବାନମାନେ ୭ ମାଓବାଦୀଙ୍କ ମୃତଦେହ ସହ ଏକେ. ୪୭ ରାଇଫଲ, ୩୦୩ ରାଇଫଲ୍‌, ୧୨ ବୋର୍‌ ଗନ୍‌, ସିଙ୍ଗଲ୍‌ ସଟ୍‌ ରାଇଫଲ ଏବଂ ବିପୁଳ ପରିମାଣର ଗୁଳିଗୋଳା ଜବତ କରିଛନ୍ତି। ଗତ ୨୮ ତାରିଖରୁ ମାଓବାଦୀ ସଂଗଠନ ତରଫରୁ ଶହୀଦ ସପ୍ତାହ ପାଳନ ହେଉଥିଲାବେଳେ ଶେଷଦିନରେ ଛତିଶଗଡ଼ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି।
ଜିଲା ରିଜର୍ଭ ଗାର୍ଡ (ଡିଆର୍‌ଜି) ଯବାନମାନେ ଶନିବାର ସକାଳେ ତଲାସି ଅଭିଯାନରେ ବାହାରିଥିଲାବେଳେ ଛତିଶଗଡ-ମହାରଷ୍ଟ୍ର ସୀମନ୍ତ ବଙ୍ଗାଡି ଥାନା ଅଧୀନ ସୀତାଗୋତା ଜଙ୍ଗଲରେ କେତେକ ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ଡିଆରଜି, ଛତିଶଗଡ ସଶସ୍ତ୍ର ବଳ ଏବଂ ଜିଲ୍ଲା ପୁଲିସ ସେଠାରେ ପହଞ୍ଚତ୍ ତଲାସି ଅଭିଯାନ ଆରମ୍ଭ କରିଥିଲେ ବୋଲି ଛତିଶଗଡ଼ ପୋଲିସ ମହାନିର୍ଦ୍ଦେଶକ ଡି.ଏମ୍‌. ଅଓ୍ବସ୍ତି କହିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି। ଏକେ-୪୭ ରାଇଫଲ ଜବତ ହୋଇଥିବାରୁ କମାଣ୍ଡର କ୍ୟାଡରର ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ମିଳିନାହିଁ । ଏମ୍‌ଏମ୍‌ସି ମାଓବାଦୀ ଜୋନ୍‌ରେ ଛତିଶଗଡ଼ ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଡିଜିପି କହିଛନ୍ତି।
ବସ୍ତର ଅଞ୍ଚଳରେ ବର୍ଷେ ହେଲା ମାଓବାଦୀ ଦମନ ଅଭିଯାନକୁ ଜୋରଦାର କରାଯାଇଥିବାରୁ ସେମାନେ ଏମ୍‌ଏମ୍‌ସି (ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ଼) ଜୋନ୍‌କୁ ପଳାଇଆସିଛନ୍ତି। ସେଥିପାଇଁ ଉକ୍ତ ଜୋନ୍‌ରେ ତଲାସି ଅଭିଯାନ ଆରମ୍ଭ ହୋଇଛି। ଏଠାରେ ବିସ୍ତାର ଦଳମ୍‌ ନାମରେ ମାଓବାଦୀ ସଂଗଠନ କାର୍ଯ୍ୟ କରୁଛି, ଯେଉଁଥିରେ ପାଖାପାଖି ୨୦୦ ସଶସ୍ତ୍ର କ୍ୟାଡର ରହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୭ରେ ଜଗଦଲପୁର ଜିଲା ଜଙ୍ଗଲ ମଧ୍ୟରେ ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ୩ ମହିଳା କ୍ୟାଡରଙ୍କ ସମେତ ୭ ମାଓବାଦୀ ନିହତ ହୋଇଥିଲେ। ସେଠାରୁ ପୋଲିସ ଇନ୍‌ଶାସ୍‌ ରାଇଫଲ ସମେତ ୫ଟି ଅସ୍ତ୍ର ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ଡେରାଡୁନ୍‌,୬ା୫: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲାରେ ଜଙ୍ଗଲ ଜଳୁଛି। ଏହି ପରିପ୍ରେକ୍ଷୀରେ, ଆଲମୋରା...

ମନ୍ତ୍ରୀଙ୍କ ନିକଟତମଙ୍କ ଘରେ ଟଙ୍କାର ପାହାଡ ଦେଖି ଇଡି ଆଶ୍ଚର୍ଯ୍ୟ

ରାଞ୍ଚି,୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କାର୍ଯ୍ୟ ଜାରି ରହିଛି। ସୋମବାର ଝାଡଖଣ୍ଡର ରାଞ୍ଚିରେ ଇଡି ଏକ ବଡ଼ କାର୍ଯ୍ୟାନୁଷ୍ଠାନ...

କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ...

ବିପତ୍ତି ଡାକୁଛି ଜଙ୍ଗଲ ନିଆଁ

ଡେରାଡୁନ୍‌,୬ା୫:ଉତ୍ତରାଖଣ୍ଡ ଜଙ୍ଗଲରେ ଗତ ନଭେମ୍ବରରୁ ଅଦ୍ୟାବଧି ୮୮୬ ଥର ନିଅଁା ଲାଗିଛି। ବନାଗ୍ନିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜାଣିଶୁଣି ନିଆଁ ଲଗାଇବା ଅଭିଯୋଗରେ ୬୪...

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri