Posted inଖେଳ

୨୨ ବର୍ଷରେ ପନ୍ତ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶୁକ୍ରବାର ୨୨ ବର୍ଷରେ ପାଦ ଦେଇଛନ୍ତି। ୪ ଅକ୍ଟୋବର ୧୯୯୭ରେ ଜନ୍ମ ହୋଇଥିବା ଏହି ଖେଳାଳି ଏବେ ଭାରତୀୟ ଟେଷ୍ଟ ଦଳରୁ ବାହାରେ ଅଛନ୍ତି। କିନ୍ତୁ ଗତ ଏକବର୍ଷ ହେଲା ତାଙ୍କ ପ୍ରଦର୍ଶନ ଦେଖିଲେ, ଦଳକୁ ଫେରିବା ନିଶ୍ଚିତ। ୨୦୧୬ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ନିଜ ଦକ୍ଷତା ଦେଖାଇବା ପରେ ବର୍ଷ ତାଙ୍କୁ ଜାତୀୟ ଦଳରୁ ଡାକରା ମିଳିଥିଲା। ଉତ୍ତରାଖଣ୍ଡରେ ଜନ୍ମିତ ପନ୍ତଙ୍କ ପାଇଁ କ୍ରିକେଟର ହେବା ସହଜ ନ ଥିଲା। ସେ ଖେଳିବା ଆରମ୍ଭ କରିବାବେଳେ ଉତ୍ତରାଖଣ୍ଡରେ କ୍ରିକେଟର ଭବିଷ୍ୟତ ନ ଥିଲା। ଏଣୁ ଦିଲ୍ଲୀରେ ଶିଖର ଧାଓ୍ବନ, ଆଶିଷ ନେହେରା, ଆକାଶ ଚୋପ୍ରାଙ୍କ ଭଳି ବହୁ କ୍ରିକେଟରଙ୍କ ଗୁରୁ ତାରକ ଶିନ୍ହାଙ୍କ ନିକଟରେ ପ୍ରଶିକ୍ଷଣ ନେଇଥିଲେ। ଦିଲ୍ଲୀରେ ତାଙ୍କ ପାଖରେ ରହିବାକୁ କି ଖାଇବାକୁ ନ ଥିଲା। ସେଠାରେ କିଛି ଦିନ ମୋତିବାଗ ଗୁରୁଦ୍ୱାରାରେ ରହିଥିଲେ। ଏହାପରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଲାଗି ଚୟନ କରାଯାଇଥିଲା। ସେହିବର୍ଷ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ପନ୍ତ (୧୮) ଖେଳିବା ଆରମ୍ଭ କରିଥିଲେ। ୨୦୧୭ରେ ଆଇପିଏଲ ଖେଳୁଥିବାବେଳେ ତାଙ୍କ ବାପାଙ୍କ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିଲା। ସେହିବର୍ଷ ଇଂଲଣ୍ଡ ବିପକ୍ଷ ଟି୨୦ ମାଚ୍‌ରେ ପନ୍ତ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାର ଏକବର୍ଷ ପରେ ତାଙ୍କୁ ଟେଷ୍ଟରେ ଖେଳିବାକୁ ସୁଯୋଗ ମିଳିଥିଲା। ସେବେଠାରୁ ପନ୍ତ ଆଉ ପଛକୁ ଫେରି ଚାହଁି ନାହାନ୍ତି। ତାଙ୍କୁ ଏବେ ଦିଲ୍ଲୀ ଫ୍ରାଞ୍ଚାଇଜ ଆଇପିଏଲ ପ୍ରତ୍ୟେକ ସିଜନ ବାବଦକୁ ୧୫ କୋଟି ଟଙ୍କା ଦେଉଛି। ଏପର୍ଯ୍ୟନ୍ତ ୧୧ ମ୍ୟାଚ୍‌ରୁ ୨ ଶତକ ଓ ୨ ଅର୍ଦ୍ଧଶତକ ସହ ୭୫୪ ରନ୍‌ କରିଛନ୍ତି। ୧୨ ଦିନିକିଆ ଓ ୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri