ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ। ଏଠାରେ ସବୁ ଧର୍ମ ଓ ବହୁ ଭାଷାର ଲୋକେ ଏକାଠି ମିଳିମିଶି ରୁହନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଦେଖାଯାଇଥିଲା ଯେ ଭାରତ ବହୁ ଉନ୍ନତି ଆଡକୁ ଗତି କରୁଛି। ତେବେ ଦେଶ ପ୍ରଗତି ପଛରେ ରାଜ୍ୟର ପ୍ରଗତି ବହୁ ମହତ୍ତ୍ୱ ରଖିଥାଏ।  ୨୦୧୯ରେ ଭାରତର୧୦ଟି ଧନୀ ରାଜ୍ୟର ଏକ ତାଲିକା ପ୍ରକାଶ ପାଇଛି। କେଉଁ ରାଜ୍ୟ ଧନୀ ବା ଗରିବ ତାହା ତା’ର ଜିଡିପିରୁ ଜଣାପଡ଼ିଥାଏ।
୧.ମହାରାଷ୍ଟ୍ର: ମୁମ୍ବାଇକୁ ଭାରତର ଆର୍ଥିକ ରାଜଧାନୀ ବୋଲି କୁହାଯାଏ। ମହାରାଷ୍ଟ୍ରର ବର୍ତ୍ତମାନ ବାର୍ଷିକ ଆୟ ହେଉଛି ୨୭.୯୬ ଲକ୍ଷ କୋଟି ଟଙ୍କା।
୨.ତାମିଲନାଡୁ: ସେହିପରି ତାମିଲନାଡ଼ୁର ଚଳିତ ବର୍ଷର ଜିଡିପି ରହିଛି ୧୫.୯୬ଲକ୍ଷ କୋଟି ଟଙ୍କା।
୩. ଗୁଜରାଟ: ଏହି ରାଜ୍ୟକୁ ପବିତ୍ର ଓ ମହାତ୍ମାଗାନ୍ଧୀଙ୍କ ଜନ୍ମଭୂମି ବୋଲି ଜଣାଯାଏ। ଦେଶର ସବୁଠାରୁ ପ୍ରଭାବଶାଳୀ ରାଜ୍ୟ କୁହାଯାଉଥିବା ଗୁଜରାଟର ଚଳିତ ବର୍ଷ ଜିଡିପି ରହିଛି ୧୪.୯୬ଲକ୍ଷ କୋଟି ଟଙ୍କା।
୪.ଉତ୍ତର ପ୍ରଦେଶ: ଚଳିତ ବର୍ଷ ଏହି ରାଜ୍ୟର ୧୪.୮୯ ଲକ୍ଷ କୋଟି ଟଙ୍କାର ଜିଡିପି ରହିଛି। ଏଠାରେ ଜନସଂଖ୍ୟା ଅଧିକ ଥିବାରୁ ଏଠାରେ କାମ କରିବା ପାଇଁ ମଧ୍ୟ ଅଧିକ ଲୋକ ରହିଛନ୍ତି। ଯାହା ଏହି ରାଜ୍ୟକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖୁଥିବା ଜଣାପଡ଼ିଛି।
୫.କର୍ନାଟକ: ଦକ୍ଷିଣ ଭାରତର ଏହି ରାଜ୍ୟକୁ ବିକଶିତ ରାଜ୍ୟ ଭାବେ ଜଣାଯାଏ। ଏହାର ଜିଡିପି ୧୪.୦୮ଲକ୍ଷ କୋଟି ଟଙ୍କା ରହିଛି।
୬.ପଶ୍ଚିମ ବଙ୍ଗ: ସେହିପରି ପଶ୍ଚିମ ବଙ୍ଗ ଦେଶର ୬ଷ୍ଠ ଧନୀ ରାଜ୍ୟ ଭାବେ ଜଣାଯାଏ। ଚଳିତ ବର୍ଷ ଏହି ରାଜ୍ୟର ଜିଡିପି ରହିଛି ୧୦.୮୨ ଲକ୍ଷ କୋଟି ଟଙ୍କା।
୭.ଆନ୍ଧ୍ର ପ୍ରଦେଶ: ଏହି ରାଜ୍ୟରେ ନୌସେନା ଓ ରୋକେଟ ଲଞ୍ଚିଂ ସେଣ୍ଟର ରହଛି। ଆୟ ପାଇଁ କପା ଚାଷ ମୁଖ୍ୟ ଭୂମିକା ବହନ କରୁଥିବା ବେଳେ ଚଳିତ ବର୍ଷ ଏହାର ଜିଡିପି ୮.୭୦ଲକ୍ଷ କୋଟି ଟଙ୍କା ରହିଛି।
୮.ତେଲେଙ୍ଗାନା: ନିକଟରେ ଗଠିତ ହୋଇଥିବା ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶରୁ ଅଲଗା ହୋଇ ସଫଳ ଓ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ତୀବ୍ର ଗତିରେ ବୃଦ୍ଧି ପାଉଥିବା ଏହି ରାଜ୍ୟର ଜିଡିପି ୮.୪୩ଲକ୍ଷ କୋଟି ଟଙ୍କା ରହିଛି।
୯.ରାଜସ୍ଥାନ: ମରୁଭୂମୀ ଅଞ୍ଚଳ ରୂପେ ଜଣାଶୁଣା ରାଜସ୍ଥାନର ବର୍ତ୍ତମାନର ଆୟ ରହିଛି ୮.୪୦ଲକ୍ଷ କୋଟି ଟଙ୍କା। ଏହାର ଆର୍ଥିକର ମୁଖ୍ୟ ସାଧନ ହେଉଛି ପର୍ଯ୍ୟଟକ।
୧୦.ମଧ୍ୟପ୍ରଦେଶ: ଭାରତର ହୃଦୟ କୁହାଯାଉଥିବା ମଧ୍ୟପ୍ରଦେଶରେ ବର୍ତ୍ତମାନର ଜିଡିପି ହେଉଛି ୮.୨୬ ଲକ୍ଷ କୋଟି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri