୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହେଉ:ସୁଭାଷ ଗର୍ଗ

ନୂଆଦିଲ୍ଲୀ,୯-୧୧: ବିମୁଦ୍ରୀକରଣକୁ ଏହା ମଧ୍ୟରେ ୩ ବର୍ଷ ପୂରଣ ହୋଇଛି। ବଡ ବଡ ନୋଟଗୁଡିକୁ ଅଚଳ କରିବା ସହ ନୂଆ ନୋଟ ଆଣିଛନ୍ତି। ସରକାର ଆଣିଥିବା ୨୦୦୦ ଟଙ୍କିଆ ନୋଟଗୁଡିକ ଲୋକମାନେ ମହଜୁଦ କରି ରଖୁଥିବା ସରକାରଙ୍କ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଏଣୁ ଏହି ନୋଟଗୁଡିକୁ ସରକାର ବନ୍ଦ କରି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଦେଶର ଆର୍ଥତ୍କ ବ୍ୟବସ୍ଥାରେ ଏବେ ନଗଦ ପରିମାଣ ପର୍ଯ୍ୟାପ୍ତ ହୋଇଛି। ଲୋକମାନେ ୨ ହଜାର ଟଙ୍କିଆ ନୋଟଗୁଡିକୁ ନିଜ ପାଖରେ ରଖି ନେଉଥିବା ଏହାର ପ୍ରମାଣ। ସାରା ଦୁନିଆ ଏବେ ଡିଜିଟାଲ ନେଣଦେଣ ଆଡକୁ ଯାଉଛି। ଭାରତ ଏହି ଦିଗରେ ବଢୁଥିଲେ ମଧ୍ୟ ଏହାର ହାର ଧୀମା ରହିଛି। ଦେଶର ପ୍ରଚଳିତ ମୋଟ ନୋଟର ମୂଲ୍ୟ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ୨୦୦୦ ଟଙ୍କିଆ ରହିଛି। ୨୦୦୦ ଟଙ୍କିଆର ଏକ ପ୍ରମୁଖ ଭାଗ ଏବେ ପ୍ରଚଳନରେ ନାହିଁ। ଏହାକୁ ଲୋକମାନେ ମହଜୁଦ କରି ରଖିଦେଉଛନ୍ତି। ଫଳରେ ନେଣଦେଣ ବେଳେ ୨୦୦୦ ଟଙ୍କିଆ ଦେଖାଯାଉ ନାହିଁ। ଏଣୁ ବିନା କୌଣସି ଅସୁବିଧାରେ ଏହି ନୋଟଗୁଡିକୁ ବନ୍ଦ କରାଯାଇ ପାରିବ। ଏହି ନୋଟଗୁଡିକୁ ବ୍ୟାଙ୍କଖାତାରେ ଜମା କରିବାକୁ କୁହାଗଲେ ଏହା ଭଲ ହେବ ବୋଲି ସେ ମତ ରଖିଛନ୍ତି। ଡିଜିଟାଲ ପେମେଣ୍ଟ ନଗଦର ସ୍ଥାନ ତ୍ୱରିତ ଭାବେ ନେଉଥିବା ବେଳେ ଏବେ ମଧ୍ୟ ଭାରତରରେ ୮୫% କାରବାର ନଗଦ ଭିତ୍ତିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri